Posted inUncategorized

‘ଭୟଭୀତ ହେବାର ଆବଶ୍ୟକତା ନାହିଁ’

ଲଣ୍ଡନ,୨୬।୫- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତକୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬ ଉଇକେଟରେ ପରାସ୍ତ କରିଛି। ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡେ ଗ୍ରାଣ୍ଡହୋମଙ୍କ ଘାତକ ବୋଲିଂ ଯୋଗୁ ଭାରତୀୟ ଦଳ ୮୧ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ଏଭଳି ସଙ୍କଟଜନକ ପରିସ୍ଥିତିରେ ଜାଡେଜା ୫୪ ବଲରୁ ୫୦ ରନ୍‌ କରିିଥିଲେ। ଫଳରେ ଭାରତୀୟ ଦଳ (୧୭୯ ରନ) ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ସମ୍ମାନଜନକ ଟାର୍ଗେଟ ଦେଇପାରିଥିଲା। କିନ୍ତୁ ଉପର କ୍ରମର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ବିଶ୍ୱକପ୍‌ରେ ଦଳକୁ ବ୍ୟାଟିଂ ପାଇଁ ନିଶ୍ଚିତ ଆମନ୍ତ୍ରଣ ମିଳିବ। ଏଭଳି ପରିସ୍ଥିତିରେ ନିଜକୁ ପରୀକ୍ଷା କରିବା ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନିଆଯାଇଥିଲା। ଏଠାକାର ପିଚ୍‌ରେ ଘାସ ଥିବାରୁ ପ୍ରଥମ ୧୫ରୁ ୨୦ ଓଭର ବ୍ୟାଟିଂ କରିବା କଷ୍ଟକର ଥିଲା। ଏହାପରେ ଧୀରେ ଧୀରେ ପିଚ୍‌ ବ୍ୟାଟିଂ ଲାଗି ଉପଯୋଗୀ ହୋଇଯାଇଥିଲା। ଏଣୁ ଦଳର ବ୍ୟାଟିଂ ବିଭାଗ ଲାଗି ଚିନ୍ତା କରିବାର ଆବଶ୍ୟକତା ନାହିଁ। ସଭିଙ୍କ ନିକଟରେ ଅଭିଜ୍ଞତା ରହିଛି। ଫ୍ଲାଟ୍‌ ପିଚ୍‌ ମିଳିଲେ ଦଳ ବୃହତ୍‌ ସ୍କୋର ଛିଡ଼ା କରିପାରିବ। ଆମକୁ ଏବେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ଏବଂ ବ୍ୟାଟିଂ ଦକ୍ଷତା ଉପରେ ଗୁରୁତ୍ୱ ଦେବାର ଦରକାର ଅଛି ବୋଲି ଜାଡେଜା ମ୍ୟାଚ୍‌ ପରେ କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

ମୋଟର ଯାନ ନିୟମ ଅନୁପାଳନ: ସଚେତନତା ପାଇଁ ଛକରେ ଲାଗିବ ପୋଷ୍ଟର, ବ୍ୟାନର

ବାଲେଶ୍ୱର ଅଫିସ, ୬।୯- ବାଲେଶ୍ୱର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମୋଟର ଯାନ ନିୟମ ଅନୁପାଳନ ଉପରେ ଏକ...

ଗର୍ଭବତୀ,ଶିଶୁ ଯତ୍ନ ସମ୍ପର୍କିତ ଆଲୋଚନା ଚକ୍ର

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଜିଲାପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା...

ଭଦ୍ରକ ମଦ ମୃତ୍ୟୁ ମାମଲା: ବିଧାୟକ ବ୍ୟୋମକେଶଙ୍କ ବିରୋଧରେ ଏନ୍‌ଏଚ୍‌ଆରସିରେ ଫେରାଦ ହେଲା ଭାଜପା

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ...

ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ

ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍‌କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ...

‘ବେହଦ -୨’ ଶୁଟିଂ ସେଟ୍‌ରେ ଶିବିନ୍‌ ନାରଙ୍ଗ ଆହତ

ଛୋଟପରଦାର ସିରିୟଲ ‘ବେହଦ-୨’ରେ ନଜର ଆସୁଛନ୍ତି ଜେନିଫର ଓ୍ବିଙ୍ଗେଟ୍‌ ଏବଂ ଶିବିନ୍‌ ନାରଙ୍ଗ। ଏହି ସିରିୟଲଟିକୁ ଦର୍ଶକ ବହୁ ପସନ୍ଦ ବି କରୁଛନ୍ତି। କିନ୍ତୁ ଏହି...

Leave a comment

Your email address will not be published. Required fields are marked *