ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ ୩ଟିକୁ ପଥର ଚୋର ଛଡାଇ ନେଇଛନ୍ତି। ପରେ ଚାନ୍ଦପୁର ଥାନା ପୋଲିସ ସହାୟତାରେ ରାଜସ୍ବ କର୍ମଚାରୀମାନେ ଗୋଟିଏ ଟ୍ରକକୁ ନିଜ ହେପାଜତକୁ ଆଣିଥିଲେ। ହେଲେ ପଥର ଚୋରଙ୍କ ଏହି କାରନାମା ବିଷୟରେ ରଣପୁର ତହସିଲଦାରଙ୍କ ପାଖରେ କୌଣସି ଖବର ନାହିଁ। ଏ ସମ୍ପର୍କରେ ତହସିଲଦାର ସୁଶାନ୍ତ ପତିଙ୍କୁ ଯୋଗାଯୋଗ କରିବାରୁ ସେ ଗୋଟିଏ ୪୦୭ ଟ୍ରକ ଜବତ ହୋଇଥିବା କହିଥିଲେ। ଗଣମାଧ୍ୟମରୁ ଖବର ଜାଣିବା ପରେ ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଗୁରୁବାର ରାତିରେ ରାଜସ୍ବ କର୍ମଚାରୀ ୪ଟି ମାଙ୍କଡା ବୋଝେଇ ୪୦୭ ଟ୍ରକ ଜବତ କରିଥିଲେ। ପଥର ଚୋର ମେଳିବାନ୍ଧି ୩ଟି ଟ୍ରକ ଛଡାଇ ନେଇଥିଲେ।
୧୪୪ ଧାରା ଜାରି ସତ୍ତ୍ୱେ ଚାଲିଛି ବେଆଇନ ଖଣି ଖନନ
ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଉପରେ ରଣପୁର ତହସିଲ ପକ୍ଷରୁ ଲଗାମ ଲଗାଯାଇଛି । ସବୁ ଖଣି ଉପରେ ୧୪୪ ଧାରା ଜାରି ହୋଇଥିବାରୁ ଖଣି ଖନନ ଓ ମୋରମ ଚାଲାଣ ବନ୍ଦ ହେବା କଥା। କିନ୍ତୁ ଅବାଧରେ ଚାଲିଛି ବେଆଇନ ଖଣି ଖନନ। ରାଜସ୍ବ ବିଭାଗ ପକ୍ଷରୁ ପୋତାଯାଇଥିବା ନାଲି ପତାକାକୁ ଖଣି ଚୋରମାନେ ଉପାଡି ଫୋପାଡି ଦେଇଛନ୍ତି। ଆଉ କିଛି ଯୁବକଙ୍କୁ ଗୁପ୍ତଚର ଭାବେ ନିୟୋଜିତ କରି ବେଆଇନ ଖଣି ଖନନ ଚାଲୁ ରଖିଛନ୍ତି। ଜଣେ ଖଣି ମାଫିଆଙ୍କ ସୂଚନା ଅନୁସାରେ କିଛି ସରକାରୀ କର୍ମଚାରୀ, ଅଧିକାରୀ, ରାଜନେତାଙ୍କୁ ମାସିକିଆ ଟଙ୍କା ଦିଆଯାଉଥିବାରୁ ୧୪୪ ଧାରା ଶୀତଳଭଣ୍ଡାରରେ ପଡିରହିଛି । ଯାହା ଚଢ଼ାଉ ହେବ ତାହା ଲୋକ ଦେଖାଣିଆ ବୋଲି ସେ କହିଛନ୍ତି। ୧୪୪ ଧାରା ଜାରି ପରେ ବେଆଇନ ଖଣି ଖନନ ବନ୍ଦହେଉ ନ ଥିବାରୁ ଚାନ୍ଦପୁରରେ ଜିଲା ପ୍ରଶାସନ ପକ୍ଷରୁ ୪ ଏପିଆର ଓ ଜଣେ ହାବିଲଦାର ନିୟୋଜିତ କରାଯାଇଛି। ଫୋର୍ସଙ୍କ ସହ ତହସିଲ କର୍ମଚାରୀ ଚଢ଼ାଉରେ ସାମିଲ ହେବେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ସାରିଲାଣି । ତେବେ ଫୋର୍ସଙ୍କ ହାତରେ ଆତ୍ମରକ୍ଷା ଓ ଭୟ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ର ନ ଥିବାରୁ ଖଣି ମାଫିଆ ଏଥିରେ ସାବାଡ ହେବା ପରି ଲାଗୁନି ବୋଲି ସାଧାରଣରେ ମତପ୍ରକାଶ ପାଉଛି।


All Right Reserved By Dharitri.Com

ଦୁର୍ଘଟଣାରେ ନାତୁଣୀ ମୃତ, ଜେଜେଙ୍କ ସହ ଡ୍ରାଇଭର ଗୁରୁତର

ରାୟଗଡ଼ା ଅଫିସ, ୫।୧୨ ରାୟଗଡ଼ା ଜିଲା ଗୁମ୍ମା ପଞ୍ଚାୟତ ପୁଞ୍ଜିପାଇ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଜେ...

୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ – ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର...

ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ...

ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ: ୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦- ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା...

ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ...

ଆଜିଠୁ ସ୍କୁଲ ବନ୍ଦ: ଖୋଲା ରହିବ କାର୍ଯ୍ୟାଳୟ, ଉପସ୍ଥିତ ରହିବେ ଶିକ୍ଷକ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗୁରୁବାରଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିଛନ୍ତି। ଏପ୍ରିଲ...

ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନିକୁନି ପିଲା

କେନ୍ଦୁଝର, ୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରାମାଞ୍ଚଳରେ ରାସ୍ତାଘାଟ ସମସ୍ୟା ଯୋଗୁ କୁନିକୁନି ପିଲା ପାଣିରେ ପଶି ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି।...

ନାଗରିକ ମଞ୍ଚ ତରଫରୁ ଚାରାରୋପଣ

ରାଇକିଆ,୧୨ା୮(ଡି.ଏନ୍‌.ଏ.)-ରାଇକିଆ ନାଗରିକ ମଞ୍ଚ ତରଫରୁ ଷ୍ଟେଟବ୍ୟାଙ୍କ ରୋଡ଼ଠାରେ ଶନିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯିବା ସହ...

Leave a comment

Your email address will not be published. Required fields are marked *