Posted inଫୁରସତ

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି ଏହାକୁ ଅଭିଶାପ ବୋଲି ମାନିଥାନ୍ତି। ମାତ୍ର ପିଲାଟି ଦିନରୁ ହଜିଯାଇଥିବା ଜଣେ ଭଉଣୀଙ୍କ ପାଇଁ ଏହା ବରଦାନ ସଦୃଶ୍ୟ ହୋଇଛି।
ଦକ୍ଷୀଣ ଆଫ୍ରିକାର କେପଟାଉନ୍‌ରେ ରହୁଥିବା ସେଲେଷ୍ଟଙ୍କ ଝିଅ ମିଶେଲ ୩ ବର୍ଷର ହୋଇଥିଲେ। ୧୯୯୭ରେ ସେ ଆଉ ଏକ ଝିଅ କୈସିଡିଙ୍କୁ ଜନ୍ମ ଦେଇଥିଲେ। କୈସିଡି ୩ ଦିନର ହୋଇଥିବା ବେଳେ ହସ୍ପିଟାଲର ଜଣେ ନର୍ସ ତାଙ୍କୁ ଚୋରିକରି ନେଇଯାଇଥିଲେ। ଫଳରେ ମିଶେଲ ତାଙ୍କ ସାନ ଭଉଣୀଙ୍କଠାରୁ ଅଲଗା ହୋଇଯାଇଥିଲେ। ୨୦ ବର୍ଷିୟା ମିଶେଲ ଜ୍ୱାନସ୍ବାକ ହାଇସ୍କୁଲରେ ପାଠ ପଢ଼ୁଥିଲେ। ଏଠାରେ ତାଙ୍କ ସାନ ଭଉଣୀ କୈସିଡି ମଧ୍ୟ ନାମ ଲେଖାଇଲେ। ଦୁଇ ଭଉଣୀ ଦେଖିବାକୁ ଏକାପରି। ସବୁବେଳେ ସ୍କୁଲରେ ସେମାନଙ୍କର ଦେଖା ହେଉଥିଲେ। ସେମାନେ ଏକାପରି ଦେଖାଯାଉଥିବାରୁ ସାଙ୍ଗସାଥୀ ସେମାନଙ୍କୁ ଥଟ୍ଟାରେ ଦୁଇ ଭଉଣୀ ବୋଲି ମଧ୍ୟ କହୁଥିଲେ। ଏକଦା ମିଶେଲ କୈସିଡିଙ୍କ ସହ ଏକ ସେଲ୍‌ଫି ନେଇଥିଲେ। ଏହି ଫଟୋକୁ ସେ ମା’ବାପାଙ୍କୁ ଦେଖାଇଥିଲେ। ଫଟୋଟିକୁ ଦେଖିବା ପରେ ମିଶେଲଙ୍କ ମା’ ଆଶ୍ଚର୍ଯ୍ୟ ହେବା ସହ ସେ ତାଙ୍କ ଝିଅ ବୋଲି ଜାଣିପାରିଥିଲେ। ତାଙ୍କର ଜଣେ ଉଭଣୀ ଛୋଟ ବେଳେ ଚୋରି ହୋଇଥିବା ମିଶେଲ ମଧ୍ୟ ଜାଣିବାକୁ ପାଇଥିଲେ। ପରେ ମିଶେଲ କୈସିଡିଙ୍କୁ ତାଙ୍କ ଜନ୍ମ ତାରିଖ ପଚାରିବା ପରେ ସେ ହିଁ ତାଙ୍କ ଭଉଣୀ ବୋଲି ଜାଣି ପାରିଥିଲେ। ପରେ ଏ ନେଇ ସେମାନେ ପୋଲିସକୁ ଜଣାଇଥିଲେ। କୈସିଡିଙ୍କ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏହା ମିଶେଲ ଏବଂ ତାଙ୍କ ପରିବାର ସହ ମିଶିଥିଲା। ଏହାପରେ ଉଭୟ ଭଉଣୀ ଏକାଠି ହୋଇଥିବା ବେଳେ ପୋଲିସ କୈସିଡିଙ୍କୁ ଚୋରି କରିଥିବା ନର୍ସଙ୍କୁ ଗିରଫ କରିଛି।


All Right Reserved By Dharitri.Com

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍‌ ପାଣି

ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ କଥାଟି ସତ। ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣି ପିଇବାକୁ ଦିଆଯାଏ।...

‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ...

ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ...

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ...

ଅନ୍ତର୍ଜାତୀୟ ପରିବାର ଦିବସ: ବିଶ୍ୱକୁ ନିଜ ପରିବାର ଭାବିବା ଜରୁରୀ

ଜାତିସଂଘ: ପ୍ରତିବର୍ଷ ମେ ମାସ ୧୫ ତାରିଖରେ ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଇଥାଏ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏହି ଦିବସ...

ମଦ ଦୋକାନରେ ପଶି ୩୦ ଲିଟର ମଦ ପିଇଗଲେ ହାତୀ

ୟୁନାନ,୨୧।୩: ଜନସଂଖ୍ୟା ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଫଳରେ ଜଙ୍ଗଲର ରାଜା ହାତୀ ପାଇଁ ସ୍ଥାନ ନିଅଣ୍ଟ ପଡୁଛି। ତେଣୁ ବହୁ ସମୟରେ...

ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ

ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍‌ ଗୋଲ୍‌ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍‌...

Leave a comment

Your email address will not be published. Required fields are marked *