ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

ସମ୍ବଲପୁର, ୧।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ବି.କେ. ପାଣ୍ଡିଆନ ଗୁରୁବାର ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରଯାଇ ଖାଇବା, ମାଗଣା ଔଷଧ ଓ ଚିକିତ୍ସା ଉପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ପରେ ମେଡିଶିନ ୱାର୍ଡ, ସର୍ଜରୀ ୱାର୍ଡ, ଗାଇନିକ୍‌ ୱାର୍ଡକୁ ଯାଇ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା, ସ୍ବତନ୍ତ୍ର ସଚିବ ସୁରେଶ ମହାପାତ୍ର ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଏହି ଅବସରରେ ମେଡିକାଲର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କିପରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ସଦର ମେଡିକାଲରେ ରୋଗୀଙ୍କ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ । ଜିଲାପାଳ ଶୁଭମ ସକ୍‌ସେନା, ଏସ୍‌ପି କନୱର ବିଶାଳ ସିଂ, ସିଡିଏମ୍‌ଓ ପଙ୍କଜିନୀ ପଣ୍ଡା, ଏଡିଏମ୍‌ ତଥା ସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ବଡ଼ଗାଁ, ୧୯।୬ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ...

ଟ୍ରକ୍‌ ଚାପାରେ ଶିଶୁ ମୃତ, ପ୍ରତିବାଦରେ ରାସ୍ତାରୋକୋ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଗୋରୁ ମାର୍କେଟ-ବ୍ରହ୍ମବିହାର ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌(ନଂ-ଓଆର ୧୭ ଏ ୯୧୭୧) ଚାପାରେ ଜଣେ ଶିଶୁପୁତ୍ରଙ୍କ...

ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା

ଯାଜପୁର ରୋଡ,୨୪।୮(ନି.ପ୍ର.)- ମୁଣ୍ଡମାଳସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଦ୍ୱାଦଶ ବିଂଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ସନ୍ତୋଷ...

୬ ମାସ ପରେ ଖୋଲିଲା ବାଲୁଖଣ୍ଡ ପ୍ରକୃତି ନିବାସ: ଫୁଲ, ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀ ପରଠାରୁ ବନ୍ଦ ରହିଥିବା ପୁରୀର ବାଲୁଖଣ୍ଡ ପ୍ରକୃତି ନିବାସ ଠିକ୍‌ ୬ ମାସ ପରେ ଶନିବାର ପର୍ଯ୍ୟଟକଙ୍କ ପାଇଁ...

କଙ୍ଗାରୁ କୋର୍ଟରେ ଶିକ୍ଷୟିତ୍ରୀଙ୍କ ପରିବାରକୁ ବାସନ୍ଦ ଘଟଣା ଭିଡିଓ ଭାଇରାଲ ପରେ ଗାଁ କମିଟି ବୈଠକ

ହିଞ୍ଜିଳିକାଟୁ,୨୧ା୧୦(ଡ଼ି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ କମିଟି ନିଷ୍ପତ୍ତି କରି ଗ୍ରାମର ଏକ ପରିବାରକୁ ବାସନ୍ଦ କରିବା ଘଟଣାରେ ରବିବାର ପ୍ରଶାସନିକ ତତ୍ପରତା ପ୍ରକାଶ...

ଆଜିଠୁ ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା

ପୁରୀ ଅଫିସ୍‌, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା...

ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି...

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

ଚାନ୍ଦବାଲି, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିରୁ ଅପେରା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ସ୍ଥାନୀୟ ପୋଲିସ ଗୁରୁବାର ଅନ୍ୟ ୩ ଅଭିଯୁକ୍ତଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *