ମାଛ ଚୋରି କରିବାକୁ ଆସି ଶିକ୍ଷକଙ୍କୁ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦେବଗଡ଼,୧।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂସର ଫାଣ୍ଡି ଅନ୍ତର୍ଗତ ପାଳୁଣୀପଡ଼ା ଗ୍ରାମରେ ଗୁରୁବାର ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଆଶୁତୋଷ ପଟେଲ।
ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ଘରଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ ମାଛ ଚାଷ କରିଥିଲେ। ପୋଖରୀରୁ ମାଛ ଚୋରି ହେଉଥିବାରୁ ଆଶୁତୋଷ ସନ୍ଧ୍ୟା ସମୟରେ ଯାଇ ଉକ୍ତ ପୋଖରୀକୁ ଜଗୁଥିଲେ। ସବୁଦିନ ଭଳି ଗୁରୁବାର ସନ୍ଧ୍ୟାରେ ମଧ୍ୟ ସେ ପୋଖରୀ ଜଗିବାକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୋଖରୀକୁ ମାଛ ଚୋରି କରିବାକୁ ଆସି ଦୁର୍ବୃତ୍ତମାନେ ପଥରରେ ଛେଚି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।


All Right Reserved By Dharitri.Com

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା...

ଜବାହରଚୌକ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଯାପିତ: ‘ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ’

ଢେଙ୍କାନାଳ ଅଫିସ, ୨୩।୧୦- ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ। ପୂଜା ପ୍ରତିଷ୍ଠାନଗୁଡ଼ିକର ନିଷ୍ଠାପର ଉଦ୍ୟମ ଲାଗି ଏହାର ଉତ୍କର୍ଷ ବଢ଼ିବାରେ ଲାଗିଛି। ଏହି ମାଟିରୁ ସୃଷ୍ଟି ହୋଇଥିଲା...

୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ – ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର...

କାଠଭାଡ଼ିରୁ ୧ ନାଗୁଣୀ, ୫୫ ଅଣ୍ଡା ଉଦ୍ଧାର

ଭଣ୍ଡାରିପୋଖରୀ,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଡାହାଲା ଗ୍ରାମର ସୂର୍ଯ୍ୟମଣି ରାଉତଙ୍କ ବାଡ଼ିରେ ଥିବା କାଠଭାଡ଼ିରେ ସାପ ଥିବା ଶୁକ୍ରବାର ଜଣାପଡ଼ିଥିଲା। ଖବର...

ଦୁର୍ଦ୍ଦିନରେ କଳିଙ୍ଗନଗର ନୀଳାଚନ ଇସ୍ପାତ କାରଖାନା : କଳିଙ୍ଗନଗର ମଜଦୁର ୟୁନିୟନର ପୁନରୁଉଦ୍ଧାର ଦାବି

କଳିଙ୍ଗନଗର,୨୬ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗରରେ ଥିବା ନୀଳାଚନ ଇସ୍ପାତ ନିଗମ ଲିମିଟେଡ୍‌ର (ଏନ୍‌ଆଇଏନ୍‌ଏଲ୍‌) ପୁନରୁଦ୍ଧାର ପାଇଁ କଳିଙ୍ଗନଗର ମଜଦୁର ୟୁନିୟନ ଦାବି କରିଛି। ରାଷ୍ଟ୍ରୀୟ ଇସ୍ପାତ୍ତ...

ବାଘଲଟି ଜଳ ଭଣ୍ଡାରରେ ଫସିଥିବା ୪ ଜଣ ଉଦ୍ଧାର

ପାତ୍ରପୁର,୭।୮(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁରୁବୁଡ଼ିଠାରେ ଥିବା ବାଘଲଟି ଜଳଭଣ୍ଡାରରେ ବୁଧବାର ଫସିଥିବା ୪ଜଣକୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ। ସେମାନେ ହେଲେ ବେହେରାପୁଟୁ ଗ୍ରାମର...

ବାରିପଦା ବନଖଣ୍ଡରେ ଅଛନ୍ତି ୮୧୫୭ ପକ୍ଷୀ

ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪...

ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ...

Leave a comment

Your email address will not be published. Required fields are marked *