ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ : ନୂଆ କମିଟି ଉପରେ ଗୁରୁଦାୟିତ୍ୱ

ଭୁବନେଶ୍ୱର,୧।୧୧ : ଭାରତର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ସ୍ବଚ୍ଛ ସର୍ବେକ୍ଷଣରେ ବହୁ ପଛରେ। ଦେଶର ୪ ହଜାର ୨୩୭ ସହର ମଧ୍ୟରେ ଭୁବନେଶ୍ୱର କ୍ରମାଗତ ଭାବେ ୨୦୧୭ରେ ୯୪ତମ, ୨୦୧୮ରେ ୨୧୮ତମ ଓ ୨୦୧୯ରେ ୨୮୮ତମ ସ୍ଥାନରେ ରହିଆସିଛି। ଏପରି କି ଚଳିତବର୍ଷ ବ୍ରହ୍ମପୁର ମହାନଗର ନିଗମ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଠାରୁ ଆଗରେ ଅର୍ଥାତ୍‌ ୨୧୬ ତମ ସ୍ଥାନରେ ରହିଛି। ଜାତୀୟ ସ୍ତରରେ
ଏପରି ଖରାପ ପ୍ରଦର୍ଶନକୁ ବଦଳାଇ ନୂଆ ଧାରା ସୃଷ୍ଟି ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସ୍ବଚ୍ଛ ସର୍ବେକ୍ଷଣରେ ଏଥର ସହରକୁ ଶୀର୍ଷ ଆଡକୁ ନେବାକୁ ବିଏମ୍‌ସି ନୂଆ କମିଟି ଗଠନ କରି ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କମିଟିର ମଙ୍ଗ ଧରିଥିବାବେଳେ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସହରର ସ୍ବଚ୍ଛତା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। କମିଟିରେ ବିଏମ୍‌ସି ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଡେପୁଟି କମିଶନର ସରିତା ଧନଓ୍ବାର, ସଂଘମିତ୍ରା ସାହୁ ଓ ଶ୍ୟାମସୁନ୍ଦର ସେଠୀ ରହିଥିବା ଜଣାପଡ଼ିଛି। ସହରରେ ସ୍ବଚ୍ଛତା ଆଣିବାକୁ ବିଏମ୍‌ସି ଦ୍ୱାରା ଆରମ୍ଭ କରାଯାଇଥିବା ‘ମୁଁ ସଫେଇବାଲା’ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ସ୍ଥିର କରାଯାଇଛି।
ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି, ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ଏବେଠାରୁ ସଚେତନ କରାଯିବ। ସହରର ୩ଟି ଜୋନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା ପଥପ୍ରାନ୍ତ ନାଟକ, ମାଇକ୍‌ ଯୋଗେ ପ୍ରଚାର, ଡଷ୍ଟବିନ୍‌ ବାଣ୍ଟିବା ପରି କାର୍ଯ୍ୟ ହାତକୁ ନିଆଯିବା ସହ ସ୍ବଚ୍ଛତା ଆପଣାଇବା ପାଇଁ ପୋଷ୍ଟର ବ୍ୟାନର ଲଗାଯିବ। ପ୍ରାଥମିକ ଭାବେ ଏବେ ‘ମୁଁ ସଫେଇବାଲା ଅଭିଯାନ’କୁ ସ୍କୁଲ ଓ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଥିବାବେଳେ ଆଗକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଯିବ। ବିଭିନ୍ନ ପ୍ରତିଯୋଗିତା କରାଯାଇ ସ୍ବଚ୍ଛ ରହୁଥିବା ପରିବାରକୁ ଫିଲ୍ମ ଟିକେଟ ଓ ଅନ୍ୟ ପୁରସ୍କାର ଦିଆଯାଇ ଉତ୍ସାହିତ କରାଯିବ। ସ୍ବଚ୍ଛ ସର୍ବେକ୍ଷଣରେ ସହରକୁ ଆଗକୁ ଆଣିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡେପୁଟି କମିଶନର ସେଠୀ କହିଛନ୍ତି, ଇନ୍‌ଫର୍‌ମେଶନ, ଏଜୁକେଶନ ଓ କମ୍ୟୁନିକେଶନ (ଆଇଇସି) କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ ବିଏମ୍‌ସି। ପ୍ରାଚୀର ସଚେତନତା ବାର୍ତ୍ତା, ସ୍କୁଲ ପିଲାଙ୍କୁ ସ୍ବଚ୍ଛତା ଶିକ୍ଷା ପରି ବହୁ କାର୍ଯ୍ୟକ୍ରମ ଏବେ ବିଏମ୍‌ସି ହାତକୁ ନେଇଛି। ଆଗାମୀ ଦିନରେ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ଏହା ନିଶ୍ଚୟ ବିଏମ୍‌ସିକୁ ଲାଭ ଦେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକଙ୍କ ମତାମତ, କେନ୍ଦ୍ରୀୟ ଟିମ୍‌ଙ୍କ କ୍ଷେତ୍ର ପରିଦର୍ଶନ, ସାର୍ଟିଫିକେଶନ ଓ ସେବା ସ୍ତରରେ ପ୍ରଗତିକୁ ମାପଦଣ୍ଡ କରି ସ୍ବଚ୍ଛ ସର୍ବେକ୍ଷଣ କରାଯାଏ।

ସ୍ଥିତପ୍ରଜ୍ଞ ମିଶ୍ର


All Right Reserved By Dharitri.Com

ମହିଳାଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକ୍‌ମେଲ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଭୁବନେଶ୍ୱର, (ବ୍ୟୁରୋ)/ପୁରୀ ଅଫିସ, ୨୩।୭: ପୁରୀର ଜଣେ ମହିଳାଙ୍କୁ ପାଣିରେ ନିଶା ଦେଇ ଭୁବନେଶ୍ୱରର ଏକ ହୋଟେଲରେ ବଳାକତ୍ାର କରିବା ଓ ପରେ ଅଶ୍ଳୀଳ ଭିଡିଓ...

ଗଣ୍ଡଗୋଳ ପାଇଁ ଲୋୟର ସୁକ୍‌ତେଲ ୧୯ ବର୍ଷ ପରେ ଅଧା ରହିଛି: ବଲାଙ୍ଗୀରରେ ଚଳିତବର୍ଷ ୧୫ଶହ ଗଭୀର ନଳକୂପ ଖୋଳାଯିବ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବଲାଙ୍ଗୀର ଜିଲାକୁ ଜଳସେଚନ ସୁବିଧା ମିଳୁ ନାହିଁ। ରାଜ୍ୟ ସରକାର ସବୁ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବେ ବୋଲି...

ଡାକ୍ତରଖାନାରେ ଦଲାଲରାଜ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ସରକାରୀ ହସ୍ପିଟାଲରେ ଦଲାଲ ଏବଂ ମଧ୍ୟସ୍ଥଙ୍କ ପାଦୁର୍ଭାବ ବୃଦ୍ଧିକୁ ନେଇ ଗଭୀର ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟସ୍ଥଙ୍କ...

‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ...

୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ...

୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା...

ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣା: ଜେଲ୍‌ ଗଲେ ୬ ଅଭିଯୁକ୍ତ

ସାକ୍ଷୀଗୋପାଳ,୧୮ା୭(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଏସ୍‌ଡିଜେଏମ କୋର୍ଟରେ ହାଜର...

ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା...

Leave a comment

Your email address will not be published. Required fields are marked *