ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ପାକ୍‌:ଜାତିସଂଘକୁ ଜଣାଇଲେ ଆଇସିଜେ ଅଧ୍ୟକ୍ଷ

ଜାତିସଂଘ,୧।୧୧ (ଆଇଏଏନ୍‌ଏସ୍‌):ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି। ପାକିସ୍ତାନ ଜେଲରେ ଥିବା କୁଳଭୂଷଣଙ୍କୁ ଭାରତୀୟ ଉଚ୍ଚାୟୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦ ଅନୁମତି ଦେଇନାହିଁ। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଅଧ୍ୟକ୍ଷ ଜଜ୍‌ ଅବ୍‌ଦୁଲକାଓ୍ବି ଏ. ୟୁସୁଫ୍‌ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)କୁ ଏନେଇ ଅବଗତ କରାଇଛନ୍ତି।
୧୯୩ ସଦସ୍ୟ ବିଶିଷ୍ଟ ୭୪ତମ ଅଧିବେଶନରେ ଆଇସିଜେ ମୁଖ୍ୟ ୟୁସୁଫ୍‌ ବୁଧବାର କୁଳଭୂଷଣ ମାମଲାର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ସେ କହିଛନ୍ତି, ଆଇସିଜେ ଗତ ଜୁଲାଇ ୧୭ରେ କୁଳଭୂଷଣ ମାମଲାର ରାୟ ଶୁଣାଇଛନ୍ତି। ୧୯୬୩ ଭିଏନା ଚୁକ୍ତିର ଅନୁଚ୍ଛେଦ ୩୬ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ କୁଳଭୂଷଣଙ୍କୁ ଆଇନଗତ ସହାୟତା ଅଧିକାର ଅନୁମତି ପ୍ରଦାନ କରିନାହିଁ। ଏହା ଭିଏନା ଚୁକ୍ତିର ଉଲ୍ଲଂଘନ ବୋଲି ଶୁଣାଣି ବେଳେ ଅନ୍ତର୍ଜାତୀୟ ଅଦାଲତ ଜାଣିବାକୁ ପାଇଛନ୍ତି। ଏଥିଲାଗି ଉପଯୁକ୍ତ ଉପଚାର କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି। କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ପାକିସ୍ତାନୀ ସେନା ଅଦାଲତକୁ ନିଜ ରାୟର ସମୀକ୍ଷା ଓ ପୁନର୍ବିଚାର କରିବାକୁ କୁହାଯାଇଛି। ତେବେ ଆଇସିଜେଙ୍କ ରାୟର ଅନୁପାଳନ କରି ନିଜ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଉଛି। ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଅଗଷ୍ଟ ୨ରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଷୟ ଏହାର ଦିନକ ପୂର୍ବରୁ ଆଇସିଜେଙ୍କୁ ପାକିସ୍ତାନ ଜଣାଇଥିଲା। ସେପ୍ଟେମ୍ବର ୨ରେ ଭାରତ ପକ୍ଷରୁ ଗୌରବ ଆହଲୁଓ୍ବାଲିଆ ପାକିସ୍ତାନୀ ଜେଲ୍‌ରେ କୁଳଭୂଷଣଙ୍କୁ ଭେଟିଥିଲେ। ୨୦୧୬ରେ କୁଳଭୂଷଣ ଗିରଫ ହେବା ପରେ ଏହା ହେଉଛି ଏହି ଧରଣର ପ୍ରଥମ ସହାୟତା ବୋଲି ଆଇସିଜେ ଅଧ୍ୟକ୍ଷ ୟୁସୁଫ୍‌ କହିଛନ୍ତି। ପ୍ରକାଶ ଯେ, ୪୯ ବର୍ଷୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ଇରାନକୁ ବ୍ୟବସାୟ ପାଇଁ ଯାଇଥିବାବେଳେ ପାକିସ୍ତାନ ତାଙ୍କୁ ଅପହରଣ କରିନେଇଥିଲା। ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। ଭାରତ ଏହି ରାୟକୁ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା।


All Right Reserved By Dharitri.Com

ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା

ଇସ୍‌ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍‌...

ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ...

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ସମୟ ସୀମା ବୃଦ୍ଧି

କଲମ୍ବୋ,୨୨।୬: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସମୟ ସୀମାକୁ ପୁଣି ବୃଦ୍ଧି କରାଯାଇଛି। ଏନେଇ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ସୂଚନା ଦେଇଛନ୍ତି। ଏଠାରେ ଏପ୍ରିଲ୍‌ ୨୩ଠାରୁ ଜରୁରୀକାଳୀନ...

ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮...

ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହର ମିଳିଲା ସନ୍ଧାନ: ହବଲ୍‌ ଟେଲିସ୍କୋପ୍‌ ଦେଲା ସୂଚନା

ଓ୍ବାଶିଂଟନ,୧୨।୯: ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହ କେ-୨-୧୮-ବିର ସନ୍ଧାନ ମିଳିଛି। ଏନେଇ ନାସାର ହବଲ୍‌ ଟେଲିସ୍କୋପ୍‌ ସୂଚନା ଦେଇଛି। ପୃଥିବୀଠାରୁ ୧୧୦...

୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫...

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। ଏହାକୁ ଇଣ୍ଡୋନେସିଆ ଶିଳ୍ପୀକାର...

Leave a comment

Your email address will not be published. Required fields are marked *