Posted inଜାତୀୟ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର

ଶ୍ରୀନଗର/ଲେହ, ୧।୧୧(ପି.ଟି.):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଏହି ଭୂଖଣ୍ଡକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଲଦାଖ ରାଜଧାନୀ ଲେହରେ ରାଧାକୃଷ୍ଣ ମାଥୁର ଓ ଶ୍ରୀନଗରରେ ଗିରୀଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ଶପଥ ନେଇଛନ୍ତି।
ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଲେହସ୍ଥିତ ସିନ୍ଧୁ ସଂସ୍କୃତି ଅଡିଟୋରିୟମରେ ୧୯୭୭ ବ୍ୟାଚ୍‌ର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ପ୍ରତିରକ୍ଷା ସଚିବ ମାଥୁରଙ୍କୁ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଲେହ ଓ କାର୍‌ଗିଲ ପାର୍ବତ୍ୟାଞ୍ଚଳ ପରିଷଦର ଅଫିସର, ସେନା ଓ ଅର୍ଦ୍ଧସାମରିକ ବାହିନୀ, ଧାର୍ମିକ ନେତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ପରେ ମୁଖ୍ୟ ବିଚାରପତି ଶ୍ରୀନଗର ଯାଇ ରାଜ ଭବନରେ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ଜନ୍ମିତ ଗିରୀଶ ମୁର୍ମୁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର। ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ଉପରାଜ୍ୟପାଳ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ସମ୍ଭବତଃ ପ୍ରଥମ ଅଫିସର। ଅର୍ଥ ମନ୍ତ୍ରଣାଳୟରେ ବ୍ୟୟ ବିଭାଗ ସଚିବ ଥିବା ମୁର୍ମୁଙ୍କର ଚଳିତ ମାସ ଶେଷରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମୁଖ୍ୟ ସଚିବ ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ ମୁର୍ମୁଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ଭାଜପା ଲୋକ ସଭା ସଦସ୍ୟ ଯୁଗଳ କିଶୋର ଓ ରାଜ୍ୟ ସଭା ସଦସ୍ୟ ତଥା ପିଡିପି ସଭ୍ୟ ନାଜିର ଲଓ୍ବେଙ୍କ ସମେତ ୨୫୦ରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେଇଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗିରୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ଘନିଷ୍ଠ ଭାବେ ଜଣାଶୁଣା। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ଗିରୀଶ ତାଙ୍କର ଅତିରିକ୍ତ ପ୍ରମୁଖ ସଚିବ ଥିଲେ।
ଜମ୍ମୁ-କଶ୍ମୀର ରାଷ୍ଟ୍ରପତି ଶାସନାଧୀନ ଥିବାରୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ରର ପ୍ରତ୍ୟକ୍ଷ ଶାସନାଧୀନ ରହିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ଗୁରୁବାର ସକାଳେ ଦୁଇଟି ଅଲଗା ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ଥର ଲାଗି ଗୋଟିଏ ରାଜ୍ୟ ଦୁଇଭାଗ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଫଳରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇବା ସହ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି।


All Right Reserved By Dharitri.Com

ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ...

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ଯବାନଙ୍କ ପାଖରେ ୫୧ ଡିଗ୍ରୀ

ଜୟପୁର,୪।୧୧: ଜମ୍ମୁ-କଶ୍ମୀର, ଆସାମ, ପଞ୍ଜାବ ଆଦି ସୀମାରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପାଠପଢ଼ିବା ପ୍ରତି ଥିବା ଆଗ୍ରହ ଏବେ ଲୋକଲୋଚନକୁ ଆସିଛି। ରାଜସ୍ଥାନର...

ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍‌ ପଠାଇଲେ ମାନେକା ଗାନ୍ଧୀ

ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍‌...

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ...

ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ

ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା...

ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି; ୧୧ ପଡ଼ିଛି ଶୁଖିଲା

ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା...

ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା

ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା...

Leave a comment

Your email address will not be published. Required fields are marked *