ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାକି ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୯ ତାରିଖ ପୂର୍ବାହ୍ନରେ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ଦୁଇ ଯୁବକ ଆସିଥିଲେ। ଏକ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀ ପରିଚୟ ଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଛୁ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏପରି କି ସର୍ଭେରେ ସବୁ ତଥ୍ୟ ଠିକ୍‌ ଥିଲେ କଲେଜକୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ଦୁହେଁ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ସେମାନେ ମହାବିଦ୍ୟାଳୟରେ ଅଧ୍ୟୟନରତ କେତେଜଣ ଛାତ୍ରୀଙ୍କ ଫଟୋ, ମୋବାଇଲ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ତେବେ କୌଣସି କାରଣରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଯୁବକ ଦ୍ୱୟ କୌଶଳର ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ କର୍ତ୍ତୃପକ୍ଷ ଦୁହଁିଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ କଲେଜ କର୍ତ୍ତୃପକ୍ଷ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କର ସନ୍ଧାନ ପାଇବା ସହ ଥାନାକୁ ଡକାଇ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଦାସ କହିଛନ୍ତି, ଦୁଇ ଯୁବକ ଆସିଥିଲେ। ନକଲି ପରିଚୟ ନେଇ ଛାତ୍ରୀଙ୍କୁ ଡାକି ପାଠପଢ଼ା, କ୍ଲାସ ଠିକ୍‌ ଭାବେ ହେଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।


All Right Reserved By Dharitri.Com

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

କଟକ ଅଫିସ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର...

ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ଗୁଳିମାଡ଼

ବ୍ରହ୍ମଗିରି,୩୦।୧୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ଅର୍ନ୍ତଗତ ସାକ୍ଷୀଗୋପାଳ-ଅଳଗୁମା ରାସ୍ତାର ପୁରୁଣା ସୋମେଶ୍ୱରପୁର ଛକ ନିକଟରେ ସୁଜାତା ପେଟ୍ରୋଲ୍‌ ପମ୍ପରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି। ...

ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର।...

ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ

ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍‌...

କାମ କର ନ ହେଲେ ଚାକିରି ଛାଡ଼

ପାତ୍ରପୁର,୨୭ା୯(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁମ୍ବା ଉନ୍ନୟନ ସଂସ୍ଥା ପରିସରରେ ଗୁରୁବାର ତିତ୍‌ଲି ପରବର୍ତ୍ତୀ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଅନୁଷ୍ଠିତ ବୈଠକରେ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

ସରପଞ୍ଚଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ପାତ୍ରପୁର, ୬ା୧ (ଡି.ଏନ୍‌.ଏ.)-ଜରଡ଼ା ଥାନା ତୁମ୍ବା ସରପଞ୍ଚଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ୧୬ ହଜାର ଟଙ୍କା ଚୋରି କରିଥିବା...

Leave a comment

Your email address will not be published. Required fields are marked *