ଜବତ ପଲିଥିନ ଛଡ଼ାଇ ନେଲେ

ଚାନ୍ଦବାଲି, ୧।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଗୁରୁବାର ଅପରାହ୍ନରେ କେତେକ ଦୋକାନରୁ ଜବତ କରାଯାଇଥିବା ପଲିଥିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଥିବା ଜଣାଯାଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଏନ୍‌ଏସିର ୨ଜଣ କର୍ମଚାରୀ ପୋଲିସ ସହାୟତାରେ ଚାନ୍ଦବାଲି ସହରର କେତେକ ଦୋକାନରେ ଚଢ଼ାଉ କରିଥିଲେ। ଦୋକାନରୁ ପଲିଥିନ ଜବତ ସହ ପ୍ରାୟ ୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ଏନ୍‌ଏସି କର୍ମଚାରୀ। ଏ ନେଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏନ୍‌ଏସି ପକ୍ଷରୁ ରସିଦ ପ୍ରଦାନ କରାଯାଇଥିଲା। ତେବେ ହଠାତ୍‌ କେତେଜଣ ଲୋକ ଆସି ଏନ୍‌ଏସି କର୍ମଚାରୀଙ୍କୁ ବିରୋଧ କରିବା ସହିତ ସେମାନଙ୍କୁ ଘେରି ଯାଇଥିଲେ। ଆଦାୟ କରାଯାଇଥିବା ଜରିମାନା ଅର୍ଥ ଫେରାଇ ଦେବାକୁ ବାଧ୍ୟ କରିଥିଲେ। ଏପରିକି ସେମାନେ ଏନ୍‌ଏସିର ଜଣେ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଜରିମାନା ଟଙ୍କା ଓ ଜବତ ପଲିଥିନ ଛଡ଼ାଇ ନେଇଥିଲେ। ଖବର ପାଇ ପୋଲିସ ଗାଡ଼ି ଆସି ଏନ୍‌ଏସି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏ ନେଇ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏନ୍‌ଏସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସୂଚନା ମିଳିଛି।


All Right Reserved By Dharitri.Com

ଶିକ୍‌ଲା ବଁଧା ଜୀବନ୍‌ ଘଟନା: ସନିକଟ୍‌କେ ଉଧାର କଲା ପରଶାସନ

ବିଜେପୁର, ୮।୮ (ଡି.ଏନ୍‌.ଏ):  ବରଗଡ଼ ଜିଲା ଟି.ଗଣ୍ଡପାଲି ପଁଚେତ୍‌ ସଦର ଗାଁ ର ସନିକଟ୍‌ ସାହୁ(୪୮) ଗଲା ୪ ବଛର ହେଲା ଶିଁକ୍‌ଲା ବଁଧା ଜୀବନ୍‌...

ଐତିହ୍ୟକୁ ଭୁଲିଲେ, ସଂସ୍କୃତି ହଜିଯିବ

ପୁରୀ ଅଫିସ,୧୨।୧ : ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର ବୋଲି ରହିଛି। ଏପରିକି ପୁରୀର ୪୨ଟି ନାମ ରହିଛି। ପ୍ରତ୍ୟେକ ନାମ ପଛରେ...

୨ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପଟ୍ଟାମୁଣ୍ଡାଇ,୨୩।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧୀନ ପେଣ୍ଠପାଳ ପଞ୍ଚାୟତ ଦାଣ୍ଡିସାହି ଗ୍ରାମ ଠାକୁରାଣୀ ପୋଖରୀରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର...

ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ଶିକ୍ଷାଦାନ

ବ୍ରହ୍ମଗିରି,୨୨ା୮(ଡି.ଏନ.ଏ): ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହିି ବ୍ଲକ ଅନ୍ତର୍ଗତ କାଣ୍ଡୋଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମସ୍ଥିତ ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟ...

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ...

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି...

ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ

କାଳିଆପାଣି,୫ା୧୧(ଡି.ଏନ୍‌.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର...

Leave a comment

Your email address will not be published. Required fields are marked *