ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୫.୨% ହ୍ରାସ

ନୂଆଦିଲ୍ଲୀ,୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ହାର ୫.୨% ହ୍ରାସ ଘଟିଛି। ଗତ ବର୍ଷ ସମାନ ସମୟରେ ଶିଳ୍ପ କ୍ଷେତ୍ରରେ ୪.୩% ଅଭିବୃଦ୍ଧି ଘଟିଥିଲା। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ସିମେଣ୍ଟ, ଷ୍ଟିଲ ଏବଂ ବିଦ୍ୟୁତ ଭଳି କ୍ଷେତ୍ରଗୁଡିକର ଉତ୍ପାଦନ ନକାରାତ୍ମକ ସ୍ଥିତିରେ ରହିଛି। ୮ କ୍ଷେତ୍ର ମଧ୍ୟରୁ ୭ଟିର ସ୍ଥିତିରେ ନକରାତ୍ମକ ଅଭିବୃଦ୍ଧି ରହିଥିବା ଗୁରୁବାର ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ଏହି ସମୟରେ ସାର ଉତ୍ପାଦନ ଉନ୍ନତ ରହିଛି। ଗତ ସମାନ ମାସ ତୁଳନାରେ ଚଳିତ ବର୍ଷ ଏଥିରେ ୫.୪% ଅଭିବୃଦ୍ଧି ରହିଛି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ସମୟରେ ପ୍ରମୁଖ ଶିଳ୍ପ କ୍ଷେତ୍ରଗୁଡିକର ଅଭିବୃଦ୍ଧି ୧.୩%କୁ ଖସିଛି। ଏହା ଗତ ସମାନ ସମୟରେ ୫.୫% ରହିଥିବା ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି।


All Right Reserved By Dharitri.Com

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର...

ନିଗମ ହେବ ରାଏବରେଲୀ କୋଚ୍‌ ଫ୍ୟାକ୍ଟ୍ରି

ଲକ୍ଷ୍ନୌ,୧୭-୭: ରୋଲିଂ ଷ୍ଟକର ୮ ଉତ୍ପାଦନ ୟୁନିଟକୁ ରେଲ୍‌ଓ୍ବେ ନିଗମୀକରଣ କରିବାକୁ ଯୋଜନା ରଖିଛି। ଏହା ରାଏବରେଲୀସ୍ଥିତ ମଡର୍ନ କୋଚ୍‌ ଫ୍ୟାକ୍ଟ୍ରି(ଏମ୍‌ସିଏଫ୍‌)ଠାରୁ ଆରମ୍ଭ ହେବ। ୧୦...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ...

ମୋଟର ଯାନ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର;ଦ୍ରୁତଗତିରେ ଗାଡ଼ି ଚଳାଇଲେ ୨୦୦୦ ଜରିମାନା

ନୂଆଦିଲ୍ଲୀ,୨୫-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଭେହିକିଲ(ସଂଶୋଧନ) ବିଲ୍‌କୁ ଅନୁମୋଦନ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି...

ଆଜି ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ଦେଶବ୍ୟାପି ଅନଶନ

ନୂଆଦିଲ୍ଲୀ, ୨୪-୨: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଅନଶନ କରାଯିବ। ସରକାର ଘୋଷଣା କରିଥିବା ୬୯ ହଜାର...

ଭାରତକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ...

ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ବେଞ୍ଚମାର୍କ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଋଣ ଉପରେ ଏହି ସୁଧ...

ଲକ୍‌ଡାଉନ ବିରୋଧୀ ଲଢେଇ; କମ୍ପାନୀ କର୍ମଚାରୀଙ୍କ ୩ ମାସର ବେତନ ଦେବ ଡେନ୍‌ମାର୍କ

ନୂଆଦିଲ୍ଲୀ,୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ...

Leave a comment

Your email address will not be published. Required fields are marked *