ସପ୍ତମ ଶ୍ରେଣୀ ଭୂଗୋଳ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଲିକ୍‌ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଗୋପ, ୩୧।୧୦(ଡି.ଏନ୍‌.ଏ.)-ଗୋପ ଶିକ୍ଷାବିଭାଗ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ସମ୍ପର୍କରେ ଶିକ୍ଷାବିଭାଗ ଅଧିକାରୀମାନେ ନିରବ ରହିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହ ଶିକ୍ଷା ବିଭାଗ ଉପରୁ ବିଶ୍ୱାସ ତୁଟିବାରେ ଲାଗିଛି। ଶୁକ୍ରବାର ଭୂଗୋଳ ପରୀକ୍ଷା ଥିବାବେଳେ ଛାତ୍ରୀଛାତ୍ରମାନେ ଲିକ୍‌ ପ୍ରଶ୍ନପତ୍ରରେ ପରୀକ୍ଷା ଦେବା ପ୍ରାୟ ନିଶ୍ଚିତ ହୋଇପଡ଼ିଛି।
ପ୍ରକାଶ ଯେ, ଚଳିତ ବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକକ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ନିର୍ଦ୍ଦେଶ ମୁତାବକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପଠାଯାଇଥିବାବେଳେ ଏହି ପ୍ରଶ୍ନପତ୍ର ଗୋପ ଶିକ୍ଷା ବିଭାଗ ଅଞ୍ଚଳରେ ଲିକ୍‌ ହେବା ସହ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ କେତେକ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରେ ସେ ସାମାନ୍ୟ ପରୀକ୍ଷା କହି ଏପରି ଏହି ଘଟଣାକୁ ଏଡ଼ାଇବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଶିକ୍ଷା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ଅଭିଭାବକମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଗୋପ ବ୍ଲକ୍‌ରେ ଆବଶ୍ୟକତା ଅନୁଯାୟୀ ପ୍ରଶ୍ନପତ୍ର ପହଞ୍ଚତ୍ ନ ଥିବାରୁ ଛାତ୍ରୀଛାତ୍ରମାନେ ଜେରକ୍ସ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେବୋଲି କୁହାଯାଉଛି। ଏ ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ମିଶ୍ରଙ୍କୁ ପଚାରିବାରେ ଏକକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା କଥା ଗଣମାଧ୍ୟମରୁ ଜାଣିଲି। ଏନେଇ ତଦନ୍ତ କରୁଛି ବୋଲି କହିବା ସହ ଆବଶ୍ୟକୀୟ ପ୍ରଶ୍ନପତ୍ର ଆସି ନ ଥିବାରୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି ବୋଲି ସେ କହିଥିଲେ।


All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ

ବାଲେଶ୍ୱର ଅଫିସ,୩୦ା୫: ସିଆଇଟିୟୁର ପ୍ରତିଷ୍ଠା ଦିବସରେ ସିଆଇଟିୟୁର ଶ୍ରମିକ ସଂଗଠନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସର୍ବନିମ୍ନ ମଜୁରୀ...

ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ...

୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା

ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ...

ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ...

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା ଅଫିସ,୧୨। ୧-କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି। ରାଉରକେଲା ସେକ୍ଟର ୬...

ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ...

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ...

କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

ନୂଆପଡ଼ା ଅଫିସ,୨୧।୪-ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଭଏଁଷାଟାଲ ଗ୍ରାମପଞ୍ଚାୟତ ଭଣ୍ଡାରପୁରୀ ଗାଁ ମଝିରେ ଥିବା ଏକ ବୃହଦାକାୟ ପିପଲ ଗଛ କାଳ ବୈଶାଖୀ ପ୍ରଭାବରେ...

Leave a comment

Your email address will not be published. Required fields are marked *