ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ ସୂଚନା ଦେଇଛନ୍ତି ଜିଲା କୃଷି ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଜେନା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ପଣ୍ଡା ଜିଲାରେ ଥିବା ଭିତ୍ତିଭୂମି ଓ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ରବି ଚାଷ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପାଇଁ କୃଷି ଅଧିକାରୀମାନେ ବଦ୍ଧପରିକର ହେବା ପାଇଁ ପରାମର୍ଶ ଦେଇଥିଲେ । ୨୦୧୮ ରବି ଋତୁରେ ୩୪,୭୯୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୩୫ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୮ ରବିରେ ୩୨,୧୦୪ହେକ୍ଟର ଜମିରେ ଡାଲି ଫସଲ, ୬,୭୫୯ହେକ୍ଟର ଜମିରେ ତୈଳବୀଜ, ୭, ୪୨୧ହେକ୍ଟର ଜମିରେ ପନିପରିବା, ୧,୮୨୬ ହେକ୍ଟର ଜମିରେ ମସଲା ଜାତୀୟ ଓ ୫୫ ହେକ୍ଟର ଜମିରେ ଆଖୁଚାଷ ହୋଇଥିଲା। ଚଳିତ ରବିରେ ୩୪ ହଜାର ୫୦ହେକ୍ଟର ଜମିରେ ଡାଲି ଜାତୀୟ, ୮ହଜାର ହେକ୍ଟର ଜମିରେ ତୈଳବୀଜ, ୬,୯୦୦ ହେକ୍ଟର ଜମିରେ ପନିପରିବା, ୧,୫୮୦ହେକ୍ଟର ଜମିରେ ମସଲା ଜାତୀୟ ଓ ୫୫ହେକ୍ଟର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ରବିରେ ୬୨,୮୩୫ ହେକ୍ଟର ଜମିକୁ ବୃହତ, କ୍ଷୁଦ୍ର, ମଧ୍ୟମ, ବୃହତ ଉଠାଜଳସେଚନ, ଉଠାଜଳସେଚନ, ଡଗ୍‌ ଓ୍ବେଲ ଓ ଅନ୍ୟାନ୍ୟ ଉତ୍ସରୁ ଜଳଯୋଗାଣ କରାଯିବା ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଣଜଳସେଚିତ ଜମିରେ ଆଦ୍ରତାରେ ମୁଗ, ବିରି ଓ କୋଳଥ ଚାଷ କରାଯିବ। ଚଳିତ ଋତୁରେ ପ୍ୟାକ୍ସ ଓ ପ୍ରାଇଭେଟ୍‌ ଡିଲରଙ୍କ ମାଧ୍ୟମରେ ୧୬,୧୫୦ କୁଇଣ୍ଟାଲ ଧାନ, ୨୬୪ କୁଇଣ୍ଟାଲ ମୁଗ ଓ ୪୨୪କୁଇଣ୍ଟାଲ ବାଦାମ ବିହନ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରବିରେ ହେକ୍ଟର ପ୍ରତି ୪୬.୬୨ କିଲୋଗ୍ରାମ ହିସାବରେ ମୋଟ ୪୦୧୬ ମେଟ୍ରିକ୍‌ ଟନ୍‌ ଏନପିକେ ସାର ବ୍ୟବହାର କରିବାକୁ ଲକ୍ଷ୍ୟ ରହିଛି । ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ମାଟି ନମୂନା ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ସେହିପରି ଚାଷୀଙ୍କୁ ଟ୍ରାକ୍ଟର, ପାଓ୍ବାର ଟିଲର, ରୋଟାଭେଟର, ଟ୍ରାନ୍ସପ୍ଲାଣ୍ଟର ଓ ପମ୍ପସେଟ୍‌ ଦିଆଯିବାକୁ ଯୋଜନା ରହିଛି। ସମବାୟ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, ୟୁଜିବି ଓ ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ ଜରିଆରେ କୃଷିଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଜୈବିକ ସାର, ରୋଗପୋକ ନିୟନ୍ତ୍ରଣ, ଅଧିକ ଅମଳକ୍ଷମ ଓ ଶଙ୍କରଜାତୀୟ ବିହନ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାରେ ସମ୍ପ୍ରସାରଣ ସଂସ୍କାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଜାଇ ଯୋଜନା, ଓ ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ମିଶନରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।


All Right Reserved By Dharitri.Com

ଆଦିବାସୀଙ୍କ ସମସ୍ୟା ନେଇ ଦାବିପତ୍ର

ଉଦଳା,୧୫ା୧୦(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡରେ ଥିବା ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ...

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଦୁର୍ଦ୍ଦଶାରେ ୨୦ଗଁ।ର ଗ୍ରାମବାସୀ

ଗୋପ,୨୭।୮(ଡି.ଏନ୍‌.ଏ.): ନାଗପୁର-ନୟାହାଟ ପୂର୍ତ୍ତ ବିଭାଗ ରାସ୍ତାରେ ତିନିତିଅର, ବେଦପୁର, ବାଲିକନ୍ଦଳ ଆଦି ଗ୍ରାମ ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ପ୍ରାୟ ୨୦ ଗାଁର...

ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ...

‘ସୁସ୍ଥ ଜୀବନ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି’

ସାକ୍ଷୀଗୋପାଳ,୨୯।୮(ଡି.ଏନ୍‌.ଏ.): ହକି ଖେଳର ଅନ୍ୟତମ ଯାଦୁଗର ତଥା ଜାତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଜନ୍ମତିଥିକୁ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି।...

ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ...

କାମ ଆରମ୍ଭରୁ ଭାଙ୍ଗିଲା ଗ୍ରୀଡ୍‌ ସବ୍‌ଷ୍ଟେଶନ ପାଚେରି

ବନ୍ତ, ୭।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ଗୋପାଳସାହିସ୍ଥିତ କପାଳି ନଦୀ କୂଳରେ ଓପିଟିସିଏଲ୍‌(ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କରର୍ପୋରେସନ...

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୨୦୧୯-୨୦: ଗ୍ରାମପଞ୍ଚାୟତସ୍ତରୀୟ ତାଲିମ, ଅଭିଯାନ କାର୍ଯ୍ୟକ୍ରମ

କେସିଙ୍ଗା,୨୫।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୃଷି ଓ କୃଷକ ସଶକ୍ତି ବିଭାଗ ପକ୍ଷରୁ କୀଟନାଶକ ନିରାପଦ ବ୍ୟବହାର ଓ ଗ୍ରାମପଞ୍ଚାୟତସ୍ତରୀୟ ତାଲିମ ଓ ଅଭିଯାନ କାର୍ଯ୍ୟକ୍ରମ ଲଇତରା...

ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି...

Leave a comment

Your email address will not be published. Required fields are marked *