ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦ ତାରିଖରେ ସେମାନଙ୍କ କବଳରୁ ଯୁବତୀଜଣଙ୍କ କୌଶଳକ୍ରମେ ଖସିଯାଇ ନିଜ ଘରକୁ ଯାଇଥିଲେ। ପରିବାରଲୋକଙ୍କୁ ସମସ୍ତ ବିଷୟ ଜଣାଇବା ପରେ ତାଙ୍କର ମା’ ଏବଂ ସମ୍ପର୍କୀୟମାନେ ବୁଧବାର ରାତିରେ କୁଆଁରମୁଣ୍ଡା ଫାଣ୍ଡିରେ ପହଞ୍ଚି ଏତଲା ଦେଇଥିଲେ। ଅଭିଯୋଗ ପରେ ବୀରମିତ୍ରପୁର ଆଇଆଇସି, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମେରଜୋର ପଞ୍ଚାୟତ କର୍ଲାବୁଡ ଗ୍ରାମର ବିଜୟ ଓରାମ(୨୫), ରଞ୍ଜିତ ଟପ୍ପୋ(୨୬), ସଞ୍ଜିତ ଟପ୍ପୋ(୨୭)। ଏଥିସହ ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ଗୁରୁବାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଭଞ୍ଜନଗର,୨୦।୧୦(ଡି.ଏନ.ଏ)-ଆରତୀ ନାହାକ ହତ୍ୟା ମାମଲାରେ ଭଞ୍ଜନଗର ପୋଲିସ ରବିବାର ସ୍ବାମୀ ରଞ୍ଜିତ ନାହାକଙ୍କୁ ଗିରଫ କରିଛିି। ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।...

ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୭ା୬ (ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସ୍ବାମୀଙ୍କୁ ଗୁରୁବାର...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ସପ୍ତମ ଦିବସ:ଷ୍ଟାର ଇଲେଭେନ୍‌-ଇଭିନିଂ କ୍ଲବ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୨।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶନିବାର ସପ୍ତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌...

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା...

ରବିବାର ସ୍କୁଲ, ସୋମବାର ଛୁଟି: ଦେଓଗାଁର ୨୭ ସ୍କୁଲରେ ଚାଲିଛି ଏଭଳି ବ୍ୟବସ୍ଥା

ଆନନ୍ଦପୁର, ୬।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା...

ଅପହୃତା ନାବାଳିକା ଉଦ୍ଧାର, ନାଚ ମାଷ୍ଟର ଗିରଫ

ଭଞ୍ଜନଗର,୭।୧୨(ଡି.ଏନ୍‌.ଏ.): ବେଲଗୁଣ୍ଠା ଫାଣ୍ଡି ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ଶୁକ୍ରବାର ଉଦ୍ଧାର କରିବା ସହ ଅପହରଣ କରିଥିବା ନାଚ ମାଷ୍ଟରଙ୍କୁ ଗିରଫ କରିଛି। ନଂ୪୪୪।୧୯ରେ ମାମଲା...

କାରଖାନା ସମ୍ମୁଖରେ ଠିକା ସଫେଇ କର୍ମଚାରୀଙ୍କ ଗଣାଧାରଣା

ତାଳଚେର,୧୮।୮(ନି.ପ୍ର.): ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି। ଗତ ୩ମାସ ହେଲା ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ।...

ଏପ୍ରିଲ ୧୮ରୁ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ...

Leave a comment

Your email address will not be published. Required fields are marked *