ସୁରଙ୍କୁ ନବଙ୍କ ଜବାବ: ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ଡିଜିଟାଲରେ କାମ କରିପାରିବେ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗୁରୁବାର ‘୫-ଟି’କୁ କଟାକ୍ଷ କରିବା ସହ ମନ୍ତ୍ରୀ ପ୍ରଚାରରେ ଥିବା ବେଳେ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଉଛି ଏବଂ ଭୋଟଗଣତିରେ ଥିବା ବେଳେ ସସ୍‌ପେଣ୍ଡ ଉଠିଯାଉଛି ବୋଲି କହିଥିଲେ। ଏହାର ଜବାବ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି, ସୁର ଭାଇଙ୍କ ବେଳେ ଯାହା ହେଉଥିଲା, ଏବେ ଯୁଗ ବଦଳିଯାଇଛି। ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସ୍‌ଡବ୍ଲୁଏଏସ୍‌(ଓସ୍ବାସ୍‌)ରେ କାମ କରିପାରିବେ। ଡିଜିଟାଲରେ କିଭଳି ଦସ୍ତଖତ ହୁଏ ବୋଲି ତାହା ସୁର ଭାଇ ଜାଣିନାହାନ୍ତି ବୋଲି ନବ କହିଛନ୍ତି।

ପ୍ରକାଶଯୋଗ୍ୟ, ‘୫-ଟି’କୁ ‘ଟି ନା ଚା’ ବୋଲି କହିବା ସହ ସୁର କହିଛନ୍ତି, ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହାପ୍ରତି କାହାର ନଜର ପଡ଼ୁନାହିଁ। ହସ୍ପିଟାଲରେ ବେଡ୍‌ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମ୍‌ଓ ସସ୍‌ପେଣ୍ଡ କରାଗଲା। ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସ୍‌ପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର କଟାକ୍ଷ କରି କହିଛନ୍ତି।


All Right Reserved By Dharitri.Com

ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ନକ୍‌ସା ପ୍ରସ୍ତୁତ ଅନୁଦାନ ଆସିଲେ ଜମି ଅଧିଗ୍ରହଣ ହେବ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଅସରାଏ ବର୍ଷା ହେଲେ ରାଜଧାନୀ ହୋଇଯାଏ ଜଳମଗ୍ନ। ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ।...

ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା

ସୋନପୁର,୩୧।୧୨(ନି.ପ୍ର.) ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ...

ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି। ଅସଜଡ଼ା ଅର୍ଥନୀତି ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ୫%କୁ...

ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା...

ଓଡ଼ିଶାର ୮ ଜିଲାରେ ଆବଦ୍ଧ ଅଞ୍ଚଳ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି।...

କଳାହାଣ୍ଡି ଜିଲାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରଥମ ଚିହ୍ନଟଙ୍କ ସହ ସେ ଖେଳିଥିଲେ କ୍ରିକେଟ୍‌

ଧର୍ମଗଡ଼,୧୦ା୪(ଡି.ଏନ୍‌.ଏ.): ରାଜ୍ୟରେ ଗୁରୁବାର ମଧ୍ୟରାତ୍ରିରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲାର ଜଣେ ବୋଲି ଜଣାପଡ଼ିଛି। ଏନେଇ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ...

ପୁଣି ଶୀତରେ ଥରିଲା ସୋନପୁର: ତାପମାତ୍ରା ୪.୮ ଡିଗ୍ରୀ

ଭୁବନେଶ୍ୱର/ସୋନପୁର,୧୨।୧(ବ୍ୟୁରୋ/ନି.ପ୍ର.): ଅସହ୍ୟ ଶୀତରେ ପୁଣି ଥରିଛି ସୋନପୁର। ଏଠାରେ ରବିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫...

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି...

Leave a comment

Your email address will not be published. Required fields are marked *