‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ପ୍ରଥମେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଏହାକୁ କଟାକ୍ଷ କରିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ‘ଟି ନା ଚା’ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହାପ୍ରତି କାହାର ନଜର ପଡ଼ୁନାହିଁ। ହସ୍ପିଟାଲରେ ବେଡ୍‌ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମ୍‌ଓ ସସ୍‌ପେଣ୍ଡ କରାଗଲା। ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସ୍‌ପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର କଟାକ୍ଷ କରି କହିଛନ୍ତି।

ପ୍ରକାଶଯୋଗ୍ୟ, ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା‘୫-ଟି’ କଟାକ୍ଷ କରି କହଥିଲେ, ଏହା ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ଶାସନର ୨୦ବର୍ଷ ପରେ ଏହାକୁ କାହିଁକି ଅଣାଗଲା। ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ। ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ। ଏଣୁ ଏହା ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଏବଂ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନ ଥିବା କହିଥିଲେ।


All Right Reserved By Dharitri.Com

ଆଜି ୯ ଜିଲାରେ ବର୍ଷା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଉତ୍ତର...

ଶ୍ରୀଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ: ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀ

ପୁରୁଣା ଭୁବନେଶ୍ୱର, ୮ା୬ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ମା’ ପାର୍ବତୀଙ୍କ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଶ୍ରୀଲିଙ୍ଗରାଜଙ୍କ...

ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ...

୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ ଉପଲକ୍ଷେ ଡିସେମ୍ବର ୮ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ...

ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ...

ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ...

ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା

ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର...

ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ...

Leave a comment

Your email address will not be published. Required fields are marked *