Posted inଜାତୀୟ

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ସରକାର ଗଠନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛି। ଅନ୍ୟପଟେ ଗୁରୁବାର ଶିବସେନାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବରୁ ଅନୁମାନ ଲଗାଯାଇଥିଲା କି ଆଦିତ୍ୟ ଠାକରେ ବିଧାୟକ ଦଳର ନେତା ହୋଇପାରନ୍ତି। ହେଲେ ଆଦିତ୍ୟ ଏକନାଥଙ୍କ ନାଁ ପ୍ରସ୍ତାବ ଦେବାରୁ ତାଙ୍କୁ ଏବେ ବିଧାୟକ ଦଳର ନେତା କରାଯାଇଛି। ଏହାପରେ ଶିବସେନା ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବେ। ଅନ୍ୟପଟେ ଶିବସେନା ୫୦-୫୦ ଅଙ୍କକୁ ନେଇ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।


All Right Reserved By Dharitri.Com

ନାଗରିକତ୍ୱ ପାଇଁ ଦେବାକୁ ପଡ଼ିବ ଧର୍ମର ପ୍ରମାଣ

ନୂଆଦିଲ୍ଲୀ,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଅନ୍ତର୍ଗତ ଏବେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଲାଗି ଧର୍ମର ପ୍ରମାଣ ଦେବାକୁ ପଡ଼ିବ। ଏସବୁ...

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି।...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା...

ହିନ୍ଦୁ ଶରଣାର୍ଥୀଙ୍କୁ ଅଧା ଦାମ୍‌ରେ ଜମି ଯୋଗାଇ ଦେଲେ ରାଜସ୍ଥାନ ସରକାର

ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ...

ଏନ୍‌ଆର୍‌ସି ତାଲିକାରୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ସନାଉଲାଙ୍କ ନାମ ପୁଣି ବାଦ ପଡ଼ିଲା

ଗୁଆହାଟୀ,୩୧।୮: ରାଷ୍ଟ୍ରପ୍ରତି ସମ୍ମାନରେ ସମ୍ମାନିତ ଭାରତୀୟ ସେନାର ଅବସରପ୍ରାପ୍ତ ଜୁନିୟର କମିଶନଡ୍‌ ଅଫିସର ମହମ୍ମଦ ସନାଉଲାଙ୍କ ନାମ ସଦ୍ୟ ପ୍ରକାଶିତ ଆସାମ ଏନ୍‌ଆର୍‌ସି ତାଲିକାରେ ନାହିଁ।...

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ...

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି।...

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା...

Leave a comment

Your email address will not be published. Required fields are marked *