Posted inଫୁରସତ

ରୋଜଗାର ଟଙ୍କାରେ ଔଷଧ କିଣୁଥିଲି: ହୋମିଓପାଥି ଡାକ୍ତର ପ୍ରେମଲତା ଦେବୀ

ହୋମିଓପାଥି ଡାକ୍ତର ତଥା ସାମାଜିକ କର୍ମୀ ପ୍ରେମଲତା ଦେବୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ବାଣପୁର ଗମ୍ଭାରିମୁଣ୍ଡା ପଞ୍ଚାୟତ ଅଧୀନ କରଡ଼ାପଲି ଗାଁରେ ମୋର ଜନ୍ମ। ମୋ ବାପା ଡା. ନାରାୟଣ ମାନସିଂହ ଥିଲେ ଜଣେ ବିଶିଷ୍ଟ ହୋମିଓପାଥି ଡାକ୍ତର। ତାଙ୍କ ପାଖେ ରହି ମୋର ମଧ୍ୟ ହୋମିଓପାଥି ଔଷଧ ସମ୍ପର୍କରେ କିଛିଟା ଜ୍ଞାନ ହୋଇଯାଇଥିଲା। ତେବେ ବାଣପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୫୫ ମସିହାରେ ମାଇନର୍‌ ପାସ୍‌ କରିବା ପରେ ୧୯୫୮ରେ ମୋ ବାହାଘର ହେଲା। କୁହୁଡି ପାଟଣାସାହିରେ ଥିଲା ମୋ ଶାଶୁଘର। ମୋ ଶ୍ୱଶୁର ରଘୁନାଥ ପରିଡ଼ା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ତାଙ୍କରି ପ୍ରେରଣାରେ ବାଣପୁର ଗୋପୀକାନ୍ତପୁରକୁ ଚାଲିଆସି ପୁଣି ପଢିବା ଆରମ୍ଭ କଲି। ମାଟ୍ରିକ୍‌ ଯାଏ ପଢିଲା ପରେ ହୋମିଓପାଥି ଉପରେ ଏକ କୋର୍ସ କଲି। କୋର୍ସ ସରିବା ପରଠୁ ଆଜିଯାଏ ମୁଁ ରୋଗୀମାନଙ୍କର ହୋମିଓପାଥି ଚିକିତ୍ସା କରିଆସୁଛି। ବିଶେଷକରି ପାରାଲିସିସ୍‌ ରୋଗୀଙ୍କର ଚିକିତ୍ସା କରିବାରେ ମୋର ସ୍ବତନ୍ତ୍ରତା ରହିଛି। ରୋଗୀ ସେବା କରିବା ହେଉଛି ମୋର ଧର୍ମ। ଏଥିପାଇଁ ମୁଁ କେବେ କୌଣସି ପାଉଣାକୁ ଆଶା କରେନାହିଁ। ଯିଏ ଯାହା ଖୁସିରେ ଦିଅନ୍ତି, ତାକୁ ହିଁ ଆଶୀର୍ବାଦ ଭାବି ରଖେ। ଆଉ ଯଦି କାହା ପାଖେ ପଇସାପତ୍ର ନ ଥାଏ, ତା’ହେଲେ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରେ। ତେବେ ପ୍ରଥମେ ପ୍ରଥମେ ଯେବେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲି, ସେତେବେଳେ କିଏ ମୋତେ ୨୫ ପଇସା ତ କିଏ ୫୦ ପଇସା ଦେଉଥିଲେ। ତାକୁ ମୁଁ ସାନ ଭାଇଭଉଣୀ ଓ ଦିଅରମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲି। ଯଦି କେବେ କିଛି ପଇସା ବଳି ଯାଉଥିଲା, ସେଥିରେ ହୋମିଓପାଥି ଔଷଧ କିଣି ଆଣୁଥିଲି। ରୋଗୀ ସେବା ବାଦ୍‌ ୧୯୬୧ରୁ ୧୯୭୧ ମସିହା ଯାଏ ଅନ୍ତରକିଆରୀ ପଲ୍ଲୀ ନାରୀ ମଙ୍ଗଳ ମହିଳା ସମିତିର ପ୍ରେସିଡେଣ୍ଟ, ୧୯୬୭ରୁ ୧୯୮୧ ଯାଏ ବାଣପୁର ବ୍ଲକ ନନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ, ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ କୃଷିଋଣ ସେବା ସମବାୟ ସମିତିର ପ୍ରେସିଡେଣ୍ଟ ଏବଂ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ଚେୟାରମ୍ୟାନ୍‌ ଦାୟିତ୍ୱ ମଧ୍ୟ ତୁଲାଇଥିଲି। ଆଗରୁ ରୋଗୀମାନଙ୍କ ଘରକୁ ଯାଇ ରୋଗୀ ସେବା କରୁଥିଲି କିନ୍ତୁ ବୟସ ବଢିବାରୁ ଆଉ ଯାଇପାରୁନି। ଏବେ ଘରେ ଗୋଟିଏ କ୍ଲିନିକ୍‌ ଖୋଲି ରୋଗୀ ସେବା କରୁଛି। ଜୀବନରେ ଆଗକୁ ବଢିବା ପାଇଁ ମୋ ବାପା ଓ ଶ୍ୱଶୁରଙ୍କ ସମେତ ମୋ ବୋଉ ନିଶାମଣି ଦେବୀ, ଶାଶୁ ଛାୟାମଣି ଦେବୀ ଓ ସ୍ବାମୀ ଦେବେନ୍ଦ୍ରନାଥ ପରିଡାଙ୍କର ମଧ୍ୟ ବିଶେଷ ଭୂମିକା ରହିଥିଲା। ଆଉ ଭଗବାନଙ୍କ ଆଶୀର୍ବାଦରୁ ଏବେ ମୋ ପୁଅ ଓ ନାତୁଣୀ ମଧ୍ୟ ରୋଗୀ ସେବାକୁ ଜୀବନର ଧର୍ମ ବୋଲି ମାନି ନେଇଛନ୍ତି।


All Right Reserved By

ଶ୍ରାବଣରେ ମହାଦେବଙ୍କ କୃପା ପାଇବାଲାଗି ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ମାସ ମଧ୍ୟରେ ଶ୍ରାବଣ ଅଧିକ ମହତ୍ତ୍ୱପୂର୍ଣ୍ଣ । ହିନ୍ଦୁଧର୍ମ ଅନୁସାରେ ଏହି ମାସ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହି ମାସରେ ଭୋଳାବାବାଙ୍କୁ ପୂଜାର୍ଚ୍ଚନା କରିବା ସହ,...

ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା...

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ...

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ...

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ...

୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ

କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ...

ବାଘ ଛୁଆର ନାମ ‘ହିମା’

ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍‌ରେ ୫ଟି ଗୋଲ୍ଡ...

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *