ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା ‘ସୋଲେ’ରେ ଏହି ଚରିତ୍ର କେତେ ଲୋକପ୍ରିୟ ହୋଇଥିଲା, ତାହା କହିବା ବାହୁଲ୍ୟ। ହେଲେ ଏହି ଭୂମିକାରେ କିଏ ଅଭିନୟ କରିବ ସେନେଇ କିଛିଦିନ ବେଶ୍‌ ଡ୍ରାମା ଲାଗିରହିଥିଲା। ସଂଳାପକାର ଜାଭେଦ୍‌ ଅଖ୍‌ତର ଯେତେବେଳେ ଏଥିପାଇଁ ଅଡିଶନ ଦେଇଥିବା ଅମଜାଦ୍‌ ଖଁାଙ୍କ ଭଏସ୍‌ ଶୁଣିଲେ ସେତେବେଳେ କହିଲେ, ‘ନା, ଇଏ ରୋଲ୍‌ ପାଇଁ ଫିଟ୍‌ ନୁହେଁ।’ ଏହାପରେ ଡ୍ୟାନିଙ୍କୁ ଯୋଗାଯୋଗ କରାଗଲା। ହେଲେ ସେ ମନା କରିଦେବା ପରେ ସତେଯେମିତି ଭାଗ୍ୟଦେବୀ ଅମଜାଦ୍‌ଙ୍କ ମୁଣ୍ଡରେ ସୁନା କଳସ ଢାଳି ଦେଇଥିଲେ। ପୁଣି ଥରେ ଅମଜାଦ୍‌ଙ୍କୁ ଏହି ରୋଲ୍‌ଟି ଅଫର କରାଗଲା। ଆଉ ଫିଲ୍ମ ରିଲିଜ୍‌ ପରେ ଗବର ଚରିତ୍ର ସିନେପ୍ରେମୀଙ୍କ ମନରେ ଜେରକ୍ସ ପରି ରହିଯାଇଥିଲା। ଏହି ରୋଲ୍‌ରେ ଅଭିନୟ କରି ଅମଜାଦ୍‌ ରାତାରାତି ଷ୍ଟାର୍‌ ବନିଯାଇଥିଲେ। ତାଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜୟା ଭାଦୁଡି, ହେମାମାଳିନୀ, ସଞ୍ଜୀବ କୁମାର ଅଭିନୟ କରିଥିଲେ।


All Right Reserved By Dharitri.Com

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ...

ବୋହୂ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ ଭଲ ପାଆନ୍ତି ଜୟା

ମୁମ୍ବାଇ: ଜୟା ବଚ୍ଚନ ତାଙ୍କ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଖୁବ୍‌ ନାପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ହେଲେ ନିକଟରେ ବଲିଉଡ୍‌ ନିର୍ଦ୍ଦେଶକ...

୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ...

ଫରହାନ ଅଖତରଙ୍କୁ ପୂରିଲା ୪୬: ପାଠପଢ଼ା ଅଧାରୁ ଛାଡି ବଲିଉଡ୍‌ରେ ଦେଇଥିଲେ ପାଦ; ୫୦ ଥର ଦେଖିଛନ୍ତି ଶୋଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ଗୁରୁବାର ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ...

ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍‌

ଯଦି ପଚରାଯାଏ ଭାରତର ନଂ ଓ୍ବାନ୍‌ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍‌, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ...

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ...

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

Leave a comment

Your email address will not be published. Required fields are marked *