Posted inଜାତୀୟ

ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର ହେଉଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏଭଳି ପ୍ରସ୍ତାବିତ ଯୋଜନାକୁ ବିରୋଧ କରି ଭାଜପା ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ, ଶିଶୁ ଅଣ୍ଡା ଖାଇଲେ ବଡ଼ ହୋଇ ନରଭକ୍ଷୀ ପାଲଟି ଯିବେ। ଗୋପାଳଙ୍କ ଏହି ମନ୍ତବ୍ୟ ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ଅପରପକ୍ଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ଦ୍ୱାରା ଶିଶୁଙ୍କୁ ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମିଳିପାରିବ ବୋଲି ସରକାର ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଦେଶ ସେବା କରିବାକୁ ରାଜି ନିର୍ଭୟା ମାମଲାର ଦୋଷୀ, ତାଙ୍କୁ ଫାଶୀ ଦିଆ ନ ଯାଉ: ଓକିଲ ଏ.ପି. ସିଂହ

ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯିବା ପରେ ଶୁକ୍ରବାର ଭୋର ୫ଟା ୩୦ରେ ଏମାନେ ଫାଶୀ ଖୁଣ୍ଟରେ ଝୁଲିବା...

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା...

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ...

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ...

ଥାନାରେ ରୋବୋ ପୋଲିସ: ଏତଲା ରଖିବ, ସମାଧାନ ବି କରିବ

ବିଶାଖାପାଟଣା: ଥାନାରେ ପୋଲିସ୍‌ କର୍ମଚାରୀଙ୍କୁ କାମରେ ସହଯୋଗ କରିବ ରୋବୋ। ଏତଲା ରଖିବାଠାରୁ ଆରମ୍ଭ କରି ମାମଲା ସମାଧାନ ହେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ...

ଜେଲ୍‌ରେ ଚିଦାମ୍ବରମଙ୍କୁ ଭେଟିବା ପାଇଁ କଂଗ୍ରେସ ନେତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କୁ ଭେଟିବାକୁ ତିହାର ଜେଲ୍‌ ଯାଇଥିଲେ। ହେଲେ ସେଠାରେ ସେମାନେ ଚିଦାମ୍ବରମଙ୍କୁ ଭେଟିପାରି ନ...

ଭାଇରାଲ ହେଉଛି ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସେଲ୍‌ଫି

ଲକ୍ଷ୍ନୌ,୧୨।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ସେଲ୍‌ଫି ମାୟାରେ ପଡି ଯାଇଛନ୍ତି। ସେ କାନପୁର ଗସ୍ତ କରିବା ସମୟରେ ଏକ ସେଲ୍‌ଫି ନେଇଥିବା...

୭୪ ବର୍ଷ ବୟସ୍କା ବୃଦ୍ଧା ଯାଆଁଳା ସନ୍ତାନଙ୍କୁ ଦେବେ ଜନ୍ମ

ବିଶାଖାପଟ୍ଟନମ୍‌,୫।୯: ଆଧୁନିକ ଚିକିତ୍ସା ବିଜ୍ଞାନ ଯୋଗୁ ଏବେ ଅସମ୍ଭବ ସମ୍ଭବ ହେବାରେ ଲାଗିଛି। ଏହା ଯୋଗୁ ସନ୍ତାନ ଇଛା ରଖିଥିବା ୭୪ ବର୍ଷ ବୟସ୍କା ଜଣେ...

Leave a comment

Your email address will not be published. Required fields are marked *