ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା ସ୍ବିଡେନ୍‌ର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ ମଙ୍ଗଳବାର ପରିବେଶ ପୁରସ୍କାର ନେବାକୁ ମନା କରିଦେଇଛନ୍ତି। ପjରିବେଶ ସୁଧାରିବା ଓ ପରିବେଶରେ ସନ୍ତୁଳନ ରକ୍ଷାକରିବା ଲାଗି କୌଣସି ପୁରସ୍କାରର ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଛନ୍ତି। କ୍ଷମତାରେ ଥିବା ଲୋକମାନେ ଏନେଇ ଜନସଚେତନତା ସୃଷ୍ଟିକରିବା ଓ ଏଥିରେ ସୁଧାର ଲାଗି ଆନ୍ଦୋଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ଷ୍ଟକ୍‌ହେମ୍‌ରେ ନୋର୍ଡିକ କାଉନ୍‌ସିଲ ନାମକ ଏକ ଆଞ୍ଚଳିକ ସଂସ୍ଥା ପରିବେଶ ସୁରକ୍ଷା ନେଇ ଗ୍ରେଟାଙ୍କୁ ପୁରସ୍କୃତ କରିଥାନ୍ତା। ସ୍ବିଡେନ୍‌ ଓ ନରେଓ୍ବେ ପକ୍ଷରୁ ଗ୍ରେଟାଙ୍କୁ ପୁରସ୍କୃତ କରିବା ଲାଗି ଘୋଷଣା କରାଯାଇଥିବାବେଳେ ସେ ମନା କରିଦେଇଛନ୍ତି। ପ୍ରାୟ ୫୨ ହଜାର ଆମେରିକୀୟ ଡଲାର୍‌ର ପୁରସ୍କାର ତାଙ୍କୁ ମିଳିଥାନ୍ତା। ତେବେ ପରିବେଶ ସୁରକ୍ଷା ଲାଗି କୌଣସି ପୁରସ୍କାରର ଆବଶ୍ୟକତା ନାହିଁ ବୋଲି ଗ୍ରେଟା କହିଛନ୍ତି। ସାମ୍ପ୍ରତିକ ବିଜ୍ଞାନ ଓ ପରିବେଶ ସମ୍ପର୍କରେ ସଚେତନ ହୋଇ ବିଶ୍ୱ ନେତାମାନେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ସ୍ତରରେ ପରିବେଶ ସୁରକ୍ଷା ଓ ସଚେତନତା ନେଇ ଆନ୍ଦୋଳନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।


All Right Reserved By Dharitri.Com

ପ୍ରଥମ ରୋଜଗାର ଟଙ୍କାରେ ବାପାଙ୍କ ଚିକିତ୍ସା ହେଉଥିଲା: ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର

ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଗଙ୍ଗାନାରାୟଣପୁର...

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା...

୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…

ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ...

୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ...

ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା...

ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା...

ପର୍ଯ୍ୟଟନ: ମହାରାଷ୍ଟ୍ରର’ମାଣିକଗଡ଼ ଦୁର୍ଗ’; କେବେ ଓ କେମିତି ଯିବେ..

ମହାରାଷ୍ଟ୍ରସ୍ଥିତ ମାଣିକଗଡ଼ ଦୁର୍ଗ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଖାସ୍‌କରି ଏଠାରେ ନୂଆକରି ନିର୍ମିତ ହୋଇଥିବା କାଠର...

Leave a comment

Your email address will not be published. Required fields are marked *