କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ ୫ମାସ ହେଲା ଗୁରୁତ୍ୱ ଦେଇଆସୁଛି ଜିଲା ପ୍ରଶାସନ। ସଭାସମିତି, ବୈଠକରେ ଅଧିକାରୀମାନେ ପ୍ଲାଷ୍ଟିକ୍‌ ବାରଣ କଥା କହି ବୁଲୁଛନ୍ତି। ଏପରି କି ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ପଲିଥିନ ମୁକ୍ତ କରିବାକୁ ପ୍ରଶାସନିକ ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା। ହେଲେ ଭସାଣି ଉତ୍ସବ ଶେଷ ହେବା ପରେ ଏହାର ବାସ୍ତବତା ପଦାକୁ ଆସିଛି। ଏଥିରୁ କାମ କେବଳ କଥାରେ ସୀମିତ ବୋଲି ସ୍ପଷ୍ଟ ହୋଇଛି। ଅକ୍ଟୋବର ୧୩ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୩ ତାରିଖରେ ଶେଷ ହୋଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପସରା ମେଲାଇଥିଲେ ଶତାଧିକ ବ୍ୟବସାୟୀ। ବିକ୍ରିବଟା ପରେ ଏବେ ଉକ୍ତ ସ୍ଥାନ ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ସେହିପରି ମହିଷାପାଟ ପଡ଼ିଆରେ ଆୟୋଜିତ ସରସ ମେଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଲକ୍ଷ୍ମୀପୂଜା କି ମେଳା ପଡ଼ିଆ ନୁହେଁ, ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କପିଳାସ, ଯୋରନ୍ଦା ସମେତ ବିଭିନ୍ନ ଦେବଦେବୀଙ୍କ ପୀଠରେ ମଧ୍ୟ ପ୍ଲାଷ୍ଟିକ, ପଲିଥିନକୁ ବାରଣ କରାଯାଇଛି। ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ। ନିୟମ କଡ଼ାକଡ଼ି କରାଯାଉ ନ ଥିବାରୁ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଉପରେ ଏହାର ପ୍ରଭାବ ପଡୁନାହିଁ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଧିବଦ୍ଧ ଭାବେ ପଲିଥିନ ବ୍ୟାନ୍‌ କରାଯାଇଛି। ଏଥିପୂର୍ବରୁ ୨ମାସ ତଳେ ସହରରେ ପଲିଥିନ ନିଷେଧ ଲାଗି ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିଥିଲା ଜିଲା ପ୍ରଶାସନ। ଲୋକଙ୍କୁ ସଚେତନ କରାଇବାକୁ ଏହାର ଦଣ୍ଡବିଧାନ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଥିଲା। ହେଲେ ବ୍ୟବସାୟୀମାନେ ଖୁଲମଖୁଲା ଜରି ମୁଣାରେ ବ୍ୟବସାୟ ଚଳାଇଛନ୍ତି। ଫଳରେ ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ କେବଳ କଥାରେ ସୀମିତ ବୋଲି ସାଧାରଣରେ ଆଲୋଚନା ହେଉଛି। ଲକ୍ଷ୍ମୀପୂଜା ସମୟରେ ହୋଇଥିବା ଲଗାଣ ବର୍ଷାରେ ସହରବାସୀଙ୍କୁ କନ୍ଦାଇଥିଲା ପଲିଥିନ। ଡ୍ରେନ୍‌ରେ ପଲିଥିନ ବର୍ଜ୍ୟ ପଶି ଜାମ୍‌ ହୋଇଯିବାରୁ ନର୍ଦ୍ଦମାଜଳ ନିଷ୍କାସିତ ହୋଇ ନ ପାରି ବ୍ୟସ୍ତବହୁଳ ରାସ୍ତାକୁ ପୂତିଗନ୍ଧମୟ କରିଦେଇଥିଲା। ନିୟମ କଡ଼ାକଡ଼ି ନ ହେଲେ ଆଗାମୀ ଦିନରେ ମଧ୍ୟ ଏପରି ସମସ୍ୟାର ପୁନରାବୃତ୍ତି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏବେଠୁ ଜିଲା ପ୍ରଶାସନ ଏବଂ ପୌରସଂସ୍ଥା ସମସ୍ୟାକୁ ହୃଦୟଙ୍ଗମ ନ କଲେ ଆଇନ ନାଲିଫିତା ତଳେ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


All Right Reserved By Dharitri.Com

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନ୍‌ଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ରବିବାର ଚମ୍ପଟ ମାରିଥିଲେ। ଏହି ଘଟଣାରେ ଦାୟିତ୍ୱରେ ଅବହେଳା...

୩୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍‌:୧୨ ଆହତ ୪ ଗୁରୁତର

ଆଠଗଡ,୧୩ା୧ (ସ୍ବ.ପ୍ର.)- ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଆଠଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡିଚାପୁର ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ...

୭୨ଘଣ୍ଟାରେ ୨୬୨୬ଜଣ ପଞ୍ଜୀକୃତ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସରକାରଙ୍କ ପକ୍ଷରୁ ବିଦେଶାଗତଙ୍କ ରେଜିଷ୍ଟ୍ରେଶନ ପାଇଁ କରାଯାଇଥିବା ପୋର୍ଟାଲରେ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ୨୬୨୬ଜଣ ପଞ୍ଜୀକୃତ ହୋଇଛନ୍ତି । ଗତ ୨୪ ଘଣ୍ଟା...

ବାଲିପଟା ଗ୍ରାମବାସୀଙ୍କ ଶପଥ: ନିଯୁକ୍ତି, ଥଇଥାନ ନ ହେଲେ ଛଡାଯିବନି ଜମି

କଣିହାଁ, ୧୯।୮(ଡି.ଏନ.ଏ.) କଣିହାଁ ବ୍ଲକ କାକୁଡିଆ ପଞ୍ଚାୟତ ବାଲିପଟ୍ଟା ଗ୍ରାମର ୨ ସାହିରେ କୋଇଲା ଖଣି ପ୍ରକଳ୍ପ ପାଇଁ ଏନ୍‌ଟିପିସି ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି...

ବିଧାୟିକା ହେବା ପରେ ବରୀ ବ୍ଲକ ଅଧ୍ୟକ୍ଷା ପଦରୁ ସୁନନ୍ଦା ଦାସଙ୍କ ଇସ୍ତଫା

ବରୀ,୨୮ା୫(ସ୍ବ.ପ୍ର.)- ବରୀ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ସୁନନ୍ଦା ଦାସ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବୁଧବାର...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ...

ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୭।୧(ବ୍ୟୁରୋ):ଗୋଟିଏ ସପ୍ତାହରେ ୩୯ ବିଭାଗ ସମେତ ୩୦ ଜିଲାରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ...

Leave a comment

Your email address will not be published. Required fields are marked *