ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି ପ୍ରମାଣ ନ ପାଇ ଶେଷରେ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଛାଡି ଦେଇଛି। ସେ ହେଲେ ଜଗତ୍‌ସିଂପୁରର ଘନଶ୍ୟାମ ଦାସ(୪୬)। ସେ କଟକରେ ରହି ଅଟୋ ଚଳାନ୍ତି। ଘନଶ୍ୟାମ ନ୍ୟାୟ ପାଇଁ ଡିଜିପିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକ କୁହନ୍ତି, ମୋ ନିକଟରେ ଏଭଳି କୌଣସି ଅଭିଯୋଗ ହୋଇନାହିଁ। ଘଟଣା ସମୟରେ ମୁଁ ଅନୁପସ୍ଥିତ ଥିଲି। କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟ କରାଯାଇଛି ତାହାର ତଦନ୍ତ ହେବ। ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଗତ ୨୭ ତାରିଖ ରାତି ୧୧ଟାରେ ଘନଶ୍ୟାମ ଏକ ଭଡ଼ା ନେଇ କଟକ ରେଳଷ୍ଟେଶନ ନିକଟରୁ ପଟିଆ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବାବେଳେ ରାତି ପ୍ରାୟ ୧ଟାରେ ନନ୍ଦନକାନନ ଥାନା ସମ୍ମୁଖରେ ଘନଶ୍ୟାମଙ୍କ ଅଟୋକୁ ପୋଲିସ ଅଟକାଇଥିଲା। କାଗଜପତ୍ର ଯାଞ୍ଚ କରିବା ବାହାନାରେ ଥାନା ଭିତରକୁ ଡାକିନେଇଥିଲା। ପରେ ଘନଶ୍ୟାମଙ୍କ ମୋବାଇଲ ଓ ଗାଡ଼ି ଚାବି ଛଡ଼ାଇ ନେବା ସହ ବସିବାକୁ କହିଥିଲା। ରାତି ଅଧିକ ହୋଇଯାଇଥିବାବେଳେ ଘରେ ବ୍ୟସ୍ତ ହେଉଥିବେ ବୋଲି ଘନଶ୍ୟାମ କହିଥିଲେ ମଧ୍ୟ ତାଙ୍କୁ ଛଡ଼ାଯାଇ ନ ଥିଲା। ଏପରି କି ଘରକୁ ଫୋନ କରିବାକୁ ଦେଇ ନ ଥିଲେ ଉପସ୍ଥିତ କେତେଜଣ ପୋଲିସ କର୍ମଚାରୀ। ଘନଶ୍ୟାମ ଜଣେ ବରିଷ୍ଠ ଆଇନଜୀବୀଙ୍କ ପରିଚିତ ବ୍ୟକ୍ତି ବୋଲି ପରିଚୟ ଦେବା ପରେ ପୋଲିସ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେମାନେ ତାଙ୍କୁ ଏଟିଏମ୍‌ ଲୁଟ୍‌ ସନ୍ଦେହରେ ପଚରାଉଚରା କରୁଥିଲେ ବୋଲି ଘନଶ୍ୟାମ କହିଛନ୍ତି। ଗତ ୨୮ ତାରିଖ ଅପରାହ୍ନ ୩ଟାରେ ତାଙ୍କୁ ଛାଡ଼ିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ପାଣି ପିଇବାକୁ ମଧ୍ୟ ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।


All Right Reserved By Dharitri.Com

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ...

ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର

ଜୟପୁର,୩ା୪(ଡି.ଏନ୍‌.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା...

ନାବାଳକ ପୁଅ ନେଲେ ବାପାଙ୍କ ଜୀବନ

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାର...

ଖରିନାସୀରେ ଷ୍ଟୋଭ୍‌ ଫାଟିବା ଘଟଣା : ଆଖି ବୁଜିଲେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌...

ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି...

୭ରେ ତପୋବନ ମହିମା ମେଳା

ଢେଙ୍କାନାଳ ଅଫିସ, ୧୪।୧୦: ନଭେମ୍ବର ୭ରେ କପିଳାସସ୍ଥିତ ତପୋବନ ମହିମା ପୀଠର ବାର୍ଷିକ ମେଳା ଅନୁଷ୍ଠିତ ହେବ। ଏହାକୁ ବିଧି ବ୍ୟବସ୍ଥିତ କରିବାକୁ କାଦୁଆ ତପୋବନ ତଳ...

ଅନୁଗୋଳ ଜିଲାରେ ୫-ଟି ମନ୍ତ୍ର ବାଟବଣା: ବୈଠକର ମାସେ ପରେ ଆସୁଛି ଡିପିସି ଫାଇଲ

ଅନୁଗୋଳ ଅଫିସ, ୨୯।୮: ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଅନୁଗୋଳ ଜିଲାରେ ବାଟବଣା ହୋଇଥିବା ଚର୍ଚ୍ଚା ଜୋର ଧରିଛି। କାରଣ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି (ଡିପିସି) ବୈଠକ...

ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ୟୁନିଟ୍‌ ସ୍ଥାପନ ପ୍ରସଙ୍ଗ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/କଟକ ଅଫିସ, ୨୦ା୭(ବ୍ୟୁରୋ): ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ୍‌) ୟୁନିଟ୍‌...

Leave a comment

Your email address will not be published. Required fields are marked *