ଯୁବକଙ୍କୁ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୩୧ା୧୦-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡ଼ା ପଞ୍ଚାୟତ ଗେରୁପଡ଼ାର ଏକ ଦୋକାନ ବାରଣ୍ଡାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ ବୁଧବାର ସକାଳେ ଜବତ କରିଛି। ସେ ହେଲେ ପାଙ୍ଗାଉପରସାହି ପଞ୍ଚାୟତ ଡେଡ଼ିସରୁ ଗ୍ରାମର କୃଷ୍ଣଚନ୍ଦ୍ର ବଗର୍ତ୍ତୀ (୪୫)। ଉକ୍ତ ଅଞ୍ଚଳରେ ଜଟାଧାରୀ ଭାବେ ପରିଚିତ କୃଷ୍ଣଚନ୍ଦ୍ରଙ୍କ ବେକକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୃଷ୍ଣଚନ୍ଦ୍ରଙ୍କ ପୁତୁରା କମଳାକାନ୍ତ ଥାନାରେ ଏତଲା ଦେଇଛନ୍ତି। ନଂ. ୧୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ଗେରୁପଡ଼ାର ଏକ ଦୋକାନ ବାରଣ୍ଡାରେ ଏକ ମୃତଦେହ ପଡ଼ିଥିବା ଜାଣିବା ପରେ କେଲାପଡ଼ା ସରପଞ୍ଚ ପ୍ରେମଶିଳା ଝାଙ୍କର ଫିରିଙ୍ଗିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ମୃତ ବ୍ୟକ୍ତି ଜଣକ କୃଷ୍ଣଚନ୍ଦ୍ର ଓ ଅଞ୍ଚଳରେ ସେ ଝଡ଼ାଫୁଙ୍କା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଗୁଣିଆ ସନ୍ଦେହରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଏହାର ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ ସେଣ୍ଟର

ଫୁଲବାଣୀ ଅଫିସ, ୧୯ା୫-ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ...

ପରିବାରର ବୋଝ ନୁହନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ,୪ା୧୨-ଦିବ୍ୟାଙ୍ଗମାନେ ପରିବାର କିମ୍ବା ସମାଜର ବୋଝ ନୁହଁନ୍ତି ବୋଲି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରକାଶ କରଛନ୍ତି।...

ସାନିଟାଇଜ୍‌ ହେଲା ରାଇକିଆ ସହର

ରାଇକିଆ,୩ା୪(ଡି.ଏନ୍‌.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ...

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ

ଫୁଲବାଣୀ ଅଫିସ, ୩୦ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର ଶନିବାର ବେପରୁଆ ଗାଡି ଚାଳନା କାଳ ହୋଇଛି ା ଏକ କାର...

ପୂର୍ବତନ ଏସ୍‌ଇଓଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୬ା୩-ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ...

କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ...

ଚାଇଲ୍ଡ ଲାଇନ ପକ୍ଷରୁ ୭୧ଶିଶୁ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨ା୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଗଦାପୁର ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଛାତ୍ରାବାସ ଉପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ଜିଲା...

Leave a comment

Your email address will not be published. Required fields are marked *