କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ ପାର୍କିଂ ଫି ଆଦାୟ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଲଗାଇବା ସହ ୧୧ ମଲ୍‌ ଓ ୩ ହସ୍ପିଟାଲକୁ ନୋଟିସ କରିଛି। କିନ୍ତୁ ନୋଟିସ୍‌ ପରେ ବି ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ୍‌ରେ ପାର୍କିଂ ଫାଙ୍କା ନାହିଁ କୁହାଯାଉଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ବିଡିଏର ଏକ ଟିମ୍‌ ବୁଧବାର ହସ୍ପିଟାଲ ପରିସର ପାର୍କିଂ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଯାଞ୍ଚ ରିପୋର୍ଟ ଆଧାରରେ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି। ହସ୍ପିଟାଲର ସିନିୟର ମ୍ୟାନେଜର (ପ୍ରଶାସନିକ) ସଞ୍ଜୀବ ପିଲାଇ କହିଛନ୍ତି, ଆମେ ବେସ୍‌ମେଣ୍ଟରେ ଦୁଇ ଚକିଆ ଓ ଉପରେ କାର୍‌ ପାର୍କିଂ ବ୍ୟବସ୍ଥା କରିଛୁ। ୬୦୦ ଷ୍ଟାଫ୍‌ଙ୍କ ଗାଡ଼ି ରହିବା ପରେ ପାର୍କିଂସ୍ଥଳରେ ଆଉ ଫାଙ୍କା ସ୍ଥାନ ରହୁନି। ଷ୍ଟାଫ୍‌ମାନେ ଯଦି ବାହାରେ ୨ଘଣ୍ଟା ପାଇଁ ୫ଟଙ୍କା ଦେଇ ଗାଡ଼ି ପାର୍କିଂ କରିବେ ତା’ହେଲେ ସେମାନେ ଚାକିରି ଛାଡ଼ିଦେବେ। ସେଥିପାଇଁ ଆମେ ଷ୍ଟାଫ୍‌ଙ୍କ ଗାଡିକୁ ପ୍ରଥମେ ପାର୍କିଂ କରିବାକୁ ଛାଡ଼ୁଛୁ। ବଳକା ସ୍ଥାନ ରହିଲେ ସାଧାରଣ ଲୋକଙ୍କୁ ସୁଯୋଗ ଦେଉଛୁ। ତେବେ ଲୋକଙ୍କ ଗାଡ଼ି ପାର୍କିଂରେ ସମସ୍ୟା ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଆଗକୁ ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ହସ୍ପିଟାଲ ପଛରେ କିଛି ଅଧିକ ଜମି ଯୋଗାଇ ଦେବାକୁ ସରକାରଙ୍କୁ ଆବେଦନ କରାଯାଇଛି। ଜମି ମିଳିଲେ ସେଠାରେ ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପାର୍କିଂ ସ୍ଥଳରେ ଷ୍ଟୋର୍‌ ରୁମ୍‌ ଅଭିଯୋଗ
ଅନ୍ୟପକ୍ଷରେ ହସ୍ପିିଟାଲର ପାର୍କିଂ ସ୍ଥଳରେ ଷ୍ଟୋର୍‌ରୁମ କରାଯାଇ ଲୋକଙ୍କୁ ବାହାରେ ଗାଡ଼ି ରଖିବାକୁ କୁହାଯାଉଥିବା ନେଇ ମଙ୍ଗଳବାର କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଉଠାଇଥିଲେ। ସେମାନେ ହସ୍ପିଟାଲର ପାର୍କିଂ ସ୍ଥଳର ଏକ ପାର୍ଶ୍ୱରେ ଷ୍ଟୋର୍‌ ଓ ଅନ୍ୟ ପାର୍ଶ୍ୱରେ ନିଜ କର୍ମଚାରୀଙ୍କ ଗାଡ଼ି ରଖାଯାଉଥିବା ଦେଖି ଆମେ କେଉଁଠି ଗାଡି ରଖିବୁ ବୋଲି କହି ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଶ୍ନ କରିଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ହସ୍ପିିଟାଲର ପାର୍କିଂ କେବଳ କର୍ମଚାରୀଙ୍କ ପାଇଁ, ଅନ୍ୟ କାହାର ଗାଡ଼ି ରଖାଯିବ ନାହିଁ ବୋଲି କହିଥିଲେ। ଅନ୍ୟମାନେ ଯେପରି ବାହାରେ ଗାଡ଼ି ରଖୁଛନ୍ତି ସେମିତି ରଖ ବୋଲି କହି ନାଲିଆଖି ଦେଖାଇଥିଲେ। ଫଳରେ ଏହାକୁ ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

୧୪ ବିଲ୍ଡିଂକୁ ନୋଟିସ ଦେଇ ବିଡିଏ ଚୁପ୍‌
ଭୁବନେଶ୍ୱରରେ ବେଆଇନ ଭାବେ ୭୨ଟି ବଡ଼ ବିଲ୍ଡିଂ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରୁଥିବା ବିଡିଏ ଚିହ୍ନଟ କରିଛି। ହେଲେ ସେଥିମଧ୍ୟରୁ ମାତ୍ର ୧୪ଟି ବିଲ୍ଡିଂକୁ ନୋଟିସ୍‌ ଦିଆଯାଇ ୭ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଦିନରୁ ଅଧିକ ବିତିଥିଲେ ମଧ୍ୟ ମାତ୍ର ୩ଟି ବିଲ୍ଡିଂ ଦ୍ୱାରା ଉତ୍ତର ଆସିଛି। କିନ୍ତୁ ବିଲ୍ଡିଂ ପ୍ଲାନ୍‌ ଓ ଦସ୍ତାବିଜ୍‌ ଯାଞ୍ଚ ଚାଲିଥିବା ଦର୍ଶାଇ ବିଡିଏ ଚୁପ୍‌ ବସିଛି।


All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ସେବାରେ ବାଧକ ଫେକ୍‌ କଲ୍‌: ଦିନକୁ ଆସୁଛି ୭୦୦ ମିଥ୍ୟା କଲ୍‌, ପ୍ରକୃତ ହିତାଧିକାରୀଙ୍କୁ ଅସୁବିଧା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ନିଜର ମହତ୍‌ କାର୍ଯ୍ୟ ପାଇଁ ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ...

ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

ଫୁଲବାଣୀ ଅଫିସ, ୨୩ ।୨-କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି।...

ପୁରୁଷୋତ୍ତମପୁରରେ ଅଗ୍ନିକାଣ୍ଡ ଘଟଣା: କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଡିଏଲ୍‌ଏସ୍‌ ସଚିବଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେ.ଏନ୍‌ ପୁର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନିକାଣ୍ଡ ଘଟି ଦମୟନ୍ତୀ ପ୍ରଧାନଙ୍କ ଘର ଜଳିଯାଇଥିଲା। ଏନେଇ ଗତ...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ସଫେଇ କାମକୁ ନେଇ ଲଙ୍କାକାଣ୍ଡ ଘଟଣା: ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର

ବ୍ରହ୍ମପୁର ଅଫିସ ,୨।୧୨: ବ୍ରହ୍ମପୁର ମହାନଗର ନିଗମ( ବିଏମ୍‌ସି)ର ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଙ୍ଗଠିତ ଲଙ୍କାକାଣ୍ଡ ଘଟଣାରେ ବଡ଼ବଜାର ପୋଲିସ...

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ୍‌ ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର,୨୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ଆଇଟିବିପି ହାବିଲଦାର ଶହୀଦ୍‌ ପ୍ରଶାନ୍ତ କୁମାର ଲେଙ୍କା(୩୮)ଙ୍କ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ...

ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌...

Leave a comment

Your email address will not be published. Required fields are marked *