Posted inଖେଳ

ଏନ୍‌ସିଏର ଉନ୍ନତି ଲାଗି ଡ୍ରାଭିଡଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩୧।୧୦(ପି.ଟି.)- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ଉନ୍ନତି ପାଇଁ ନବ ନିଯୁକ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ସେ ଏନ୍‌ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ରାହୁଲ ଡ୍ରାଭିଡ୍‌ଙ୍କୁ ଭେଟିଛନ୍ତି। ଏନ୍‌ସିଏର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ଡ୍ରାଭିଡଙ୍କୁ ସାକ୍ଷାତ କରିଛନ୍ତି। ପୂର୍ବରୁ ସାଥି ହୋଇ ଦେଶ ପାଇଁ ଖେଳିଥିବା ଏହି ଦୁଇ ମହାନ୍‌ କ୍ରିକେଟର ଆଲୋଚନା କରିଥିଲେ। ଏହି ଅବସରରେ ସେ ମଧ୍ୟ ଗାଙ୍ଗୁଲିଙ୍କୁ କେତୋଟି ମୂଲ୍ୟବାନ ପରାମର୍ଶ ଦେଇଥିଲେ। ନୂଆ ଏନ୍‌ସିଏ ଫ୍ୟାସିଲିଟି ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ସ୍ଥାନକୁ ମଧ୍ୟ ଗାଙ୍ଗୁଲି ପରିଦର୍ଶନ କରିଥିଲେ।
ଉଲ୍ଲେଖଥାଉ କି, ଗତ ମେ’ରେ ବିସିସିଆଇ କର୍ନାଟକ ସରକାରଙ୍କ ସହ ୨୫ ଏକର ଜମି ନେଇ ଏକ ଚୁକ୍ତି କରିଛନ୍ତି। ଏବେ ଅତିରିକ୍ତ ୧୫ ଏକର ଜମି ମଧ୍ୟ ସରକାରଙ୍କଠାରୁ ପ୍ରାପ୍ତ ହୋଇଛି। ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ନିର୍ମାଣ ପାଇଁ ଏହି ଅତିରିକ୍ତ ଜମିର ଉପଯୋଗ ହେବ। ନୂଆ କ୍ରିକେଟ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏନ୍‌ସିଏ ଏବେ ରିହାବିଲିଟେଶନ ସେଣ୍ଟରରେ ପରିଣତ ହୋଇଛି ବୋଲି ଗାଙ୍ଗୁଲି ହୃଦୟଙ୍ଗମ କରିଛନ୍ତି। ଏନ୍‌ସିଏ ଏବେ ଚିନ୍ନାସ୍ବାମୀ ଷ୍ଟାଡିୟମ ନିକଟରେ କାର୍ଯ୍ୟ କରୁଛି। ବିସିସିଆଇ ଏବେ ଏହାକୁ ଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ଚାହୁଛି। ନୂଆ ସ୍ଥାନରେ ୩ଟି ଗ୍ରାଉଣ୍ଡ ସ୍ଥାପନ ହେବ। ଏଥିସହିତ ଇନ୍‌ଡୋର ନେଟ୍ସ, ପ୍ରଶାସନିକ ବିଲ୍ଡିଂ ଓ ହଷ୍ଟେଲର ସୁବିଧା ମଧ୍ୟ ମିଳିପାରିବ। ଭିଭିଏସ୍‌ ଲକ୍ଷ୍ମଣ ଓ ଭାରତୀୟ ହେଡ୍‌ କୋଚ୍‌ ରବି ଶସ୍ତ୍ରୀ ଏନ୍‌ସିଏର ଦ୍ରୁତ ପୁନଃରୁଦ୍ଧାର ପାଇଁ ଦାବି କରିଆସୁଛନ୍ତି।


All Right Reserved By Dharitri.Com

Posted inଖେଳ View All

ନିର୍ବାଚନ ମୈଦାନରେ ଫେଲ୍‌ ମାରିଲେ ଖେଳାଳି

ଚଣ୍ଡିଗଡ,୨୪।୧୦: ନିର୍ବାଚନ ମୈଦାନରେ ଫେଲ୍‌ ମାରିଛନ୍ତି ଖେଳାଳି। ହରିୟାଣାର ଦାଦ୍ରୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବବିତାଙ୍କୁ ପରାଜୟର ସାମ୍ନା କରିବାକୁ...

ଭିଟୋରିଙ୍କ ଚୁକ୍ତିରେ ପରିବର୍ତ୍ତନ କରିବ ବିସିବି

ଢାକା,୧୯।୨- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ବୋଲିଂ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କ ସହ ଥିବା ଚୁକ୍ତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବାଂଲାଦେଶ ସ୍ପିନରଙ୍କୁ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି : ମହିଳା ବିଭାଗ ମ୍ୟାଚ ଡ୍ର

ଟୋକିଓ, ୨୧।୮(ପି.ଟି.)-ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକିର ଭାରତ-ଚାଇନା ମହିଳା ବିଭାଗ ମ୍ୟାଚ ଡ୍ର ରହିଛି। ଗୋଲକିପର ସବିତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଭାରତ...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ବାଂଲାଦେଶ ୨୩୩ରେ ସୀମିତ

ରାଓ୍ବଲପିଣ୍ଡି, ୭ା୨ (ଏଏଫ୍‌ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍‌ କରିଦେଇଛି। ପେସ୍‌...

ଗୋଆରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ,୨୩ା୨(ପି.ଟି.)- ଗୋଆର ମାର୍ଗାଓଠାରେ ଚଳିତ ସିଜନରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଫାଇନାଲ ଖେଳାଯିବ। ଏ ନେଇ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ସ ଫାଉଣ୍ଡିଂ ମୁଖ୍ୟ ନିତା...

ସାଉଥ୍‌ ଏସିଆନ୍‌ ଗେମ୍ସ: ଭଲିବଲ୍‌ ସେମିରେ ଭାରତୀୟ ପୁରୁଷ, ମହିଳା

କାଠମାଣ୍ଡୁ, ୩୦।୧୧(ପି.ଟି.)- ଏଠାରେ ଚାଲିଥିବା ସାଉଥ ଏସିଆନ୍‌ ଗେମ୍ସର ୧୩ତମ ସଂସ୍କରଣରେ ଶୁକ୍ରମାର ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍‌ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

Leave a comment

Your email address will not be published. Required fields are marked *