ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଗଲା

କଟକ ଅଫିସ, ୩୧ା୧୦: ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପାରାଲିଗାଲ ଭଲ୍ୟୁଣ୍ଟିୟର ବିଭୂତି ରାୟ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଗୀ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଜଣେ ମହିଳା। ପ୍ରସବ ନିମନ୍ତେ ଗତ ୨୪ ତାରିଖରେ ସେ ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପ୍ରସବ କରାଯାଇଥିଲା। ବୁଧବାର ମହିଳାଙ୍କର ଷ୍ଟିଚ୍‌ ଖୋଲାଯାଇଥିଲା। ମାତ୍ର ଷ୍ଟିଚ୍‌ ଖୋଲିବା ପରେ ପେଟର କଟାଯାଇଥିବା ଅଂଶ ସମ୍ପୂର୍ଣ୍ଣ ଭାବେ ମେଲା ହୋଇଯାଇଥିଲା। ଏହାକୁ ଦେଖି ମହିଳା ଓ ତାଙ୍କ ସ୍ବାମୀ ଡରି ଯାଇଥିଲେ। ମାତ୍ର ଡାକ୍ତର ନ ଆସିବା ଦ୍ୱାରା ସେମାନେ ନିରୁପାୟ ହୋଇ ସାମାଜିକ କର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, ମହିଳା ଜଣଙ୍କ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି।


All Right Reserved By Dharitri.Com

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ,...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ...

ହାତୀ ଉପଦ୍ରବ : ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ସଜନାଗଡ଼,୧୬ା୬(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଲାଡିହା ପାଦଦେଶ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ୨୮ଟି ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲ...

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ

ଜି.ଉଦୟଗିରି,୨୮ା୧୧(ଡି.ଏନ.ଏ.)-ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ପ୍ରଧାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଗୃହୀତ ହୋଇଛି । ଅନାସ୍ଥା ପ୍ରସ୍ତାବ ନିମନ୍ତେ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ...

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  ଦଳୀୟ ପ୍ରାର୍ଥୀ ଯଦୁମଣି ବାରିକଙ୍କ ସହିତ କେନ୍ଦୁଝର ଜିଲା କାର୍ଯ୍ୟକାରୀ...

ବାଘଲଟି ଜଳ ଭଣ୍ଡାରରେ ଫସିଥିବା ୪ ଜଣ ଉଦ୍ଧାର

ପାତ୍ରପୁର,୭।୮(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁରୁବୁଡ଼ିଠାରେ ଥିବା ବାଘଲଟି ଜଳଭଣ୍ଡାରରେ ବୁଧବାର ଫସିଥିବା ୪ଜଣକୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ। ସେମାନେ ହେଲେ ବେହେରାପୁଟୁ ଗ୍ରାମର...

ଛାତରୁ ଖସି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲା ଟାଉନ୍‌ଥାନା ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ଓଡ଼ିଶା ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଆସୋସିଏଶନ (ଓସିଆ) ଛାତରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ...

ଡିଜେଲ ଚୋରି ଘଟଣା: ପୁଣି ୨ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଗୁରୁବାର ଡିଜେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨...

Leave a comment

Your email address will not be published. Required fields are marked *