ଡିସେମ୍ବର ୨୩ରୁ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ପୁଣି ଆରମ୍ଭ ହେବ ସିଟି ଫେଷ୍ଟିଭାଲ। ଆସନ୍ତା ଡିସେମ୍ବର ୨୩ରୁ ଜାନୁୟାରୀ ୧ ଯାଏ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀଙ୍କୁ ଝୁମାଇବେ ଖ୍ୟାତନାମା ଷ୍ଟାର୍‌ କଳାକାର। ପୂର୍ବବର୍ଷ ଭୁବନେଶ୍ୱର ସିଟି ଫେଷ୍ଟିଭାଲ (ଡଟ୍‌ ଫେଷ୍ଟ)ର ସଫଳ ଆୟୋଜନ ପରେ ପୁଣି ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ଓ ବିଡିଏ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକୁ ଆବେଦନ ଲାଗି ବିଡିଏ ଟେଣ୍ଡର ଆହ୍ବାନ କରିଛି। ନଭେମ୍ବର ୫ରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକ ସହ ଏନେଇ ଆଲୋଚନା କରାଯିବ। ଏହାକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ସୂଚନାନୁସାରେ, ଏହି ସମୟରେ ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ଫୁଡ୍‌ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯିବ। ପୂର୍ବପରି ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ବିଭିନ୍ନ ଦେଶର ଖାଦ୍ୟ ପସରା ଓ ଅନ୍ୟପଟେ ନାମୀଦାମୀ କଳାକାରଙ୍କ ଭିଡ଼ ଜମିବ। ସେହିପରି ‘ଭୂଫେଷ୍ଟା’ କାର୍ଯ୍ୟକ୍ରମରେ ଦିନରେ ୪ ପାର୍କରେ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ କରାଯିବ। ଏଥିରେ ଜାତୀୟ ତଥା ରାଜ୍ୟର ଖ୍ୟାତନାମା କାହାଣୀକାରମାନେ ଯୋଗଦେବେ। ଏହା ଡିସେମ୍ବର ୨୬ରୁ ୩୧ ଯାଏ ଚାଲିବ।


All Right Reserved By Dharitri.Com

ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ...

ମିଳୁନି ବୀମା କ୍ଷତିପୂରଣ, ବରଗଡ଼ରେ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୨।୭- ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କ୍ଷତିପୂରଣ ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଦିନକୁ ଦିନ...

ପିଡିଏସ୍‌ ଲାଇସେନ୍ସ : ଏସ୍‌ଏଚ୍‌ଜିକୁ ଅଗ୍ରାଧିକାର ମିଳିବା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୩୦ା୯ : ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା)ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଲାଇସେନ୍ସ ଦେବା କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଏହାପରେ ଗ୍ରାମପଞ୍ଚାୟତ ଏବଂ ପୌରାଞ୍ଚଳ...

ଦୁର୍ଦ୍ଦାନ୍ତ ସାଗର ପରିଡା ଏନ୍‌ଏସ୍‌ଏରେ ବୁକ୍‌: ତାଙ୍କ ନାମରେ ରହିଛି ୧୬ରୁ ଊର୍ଦ୍ଧ୍ୱ ମାମଲା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଜେଲରେ ଥିବା ଦୁର୍ଦ୍ଦାନ୍ତ ସାଗର ପରିଡାଙ୍କୁ କମିଶନରେଟ ପୋଲିସ ଏନ୍‌ଏସ୍‌ଏରେ ବୁକ୍‌ କରିଛି। ତାଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ବିଶେଷକରି ବୋମା...

ନନ୍ଦନକାନନରେ ଅଣ୍ଡିରା ଧୂସର ଗଧିଆ ମୃତ

ବାରଙ୍ଗ,୧୮।୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ନୀଳଗିରି ବାନର ଛୁଆ ମୃତ୍ୟୁ କରିଥିବାର ଦୁଇଦିନ ନ ପୂରୁଣୁ ଶନିବାର ଭୋରୁ ଏକ ଅଣ୍ଡିରା ଧୂସର...

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ୍‌ କଲ୍‌

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀପଦ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ସଂନ୍ଧ୍ୟାରେ ନବ ନିର୍ବାଚିତ କିଛି ବିଧାୟକଙ୍କ ପାଖକୁ ଫୋନ୍‌...

କଙ୍ଗାରୁ କୋର୍ଟରେ ପରିବାର ସଦସ୍ୟ ଦଣ୍ଡିତ: ଖଟବିଦ୍ୟାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ କଙ୍ଗାରୁ କୋର୍ଟ କରି ଏକ ପରିବାରକୁ ଦଣ୍ଡ ଦିଆଯାଇଛି। ଖଟବିଦ୍ୟା ମାଧ୍ୟମରେ...

କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି...

Leave a comment

Your email address will not be published. Required fields are marked *