ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି। ଲୋକ ସଭା ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ ପୋଲସରା ନିକଟ ଢ଼ୁଙ୍କାପଡ଼ା ଗ୍ରାମରେ ହୋଇଥିବା ବୁଥରେ ଭୋଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଶୋୟୀ ଆସିକା ନିକଟ ଚେରମାରିଆରେ ମତଦାନ କରିଥିଲେ। ତେବେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ନାମ ଭୁବନେଶ୍ୱରର ଭୋଟର ତାଲିକାରେ ଥିବାରୁ ସେ ମତଦାନ କରିପାରି ନ ଥିଲେ ।

ଅନ୍ୟ ୫ ପ୍ରାର୍ଥୀ ନିଜ ଅଞ୍ଚଳରେ ଭୋଟ ଦେଇଥିବା ଖବର ମିଳିଛି। ବିଜେଡି, ଭାଜପା, କଂଗ୍ରେସ ଓ ଅନ୍ୟ ଦଳର ବିଧାୟକ ପ୍ରାର୍ଥୀମାନେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମତଦାନ କରିଥିଲେ ।

ପୋଲସରା ସହରାଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା କୁହାଯାଇଛି। ଅନ୍ୟ ବିଧାନସଭା କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଅପରାହ୍ନ ୫ଟା ସୁଦ୍ଧା ପୋଲସରାରେ ୫୧.୫%, କବିସୂର୍ଯ୍ୟନଗର ୫୨%, ଖଲ୍ଲିକୋଟ ୫୧.୭%, ଆସିକା ୫୭.୬%, ସୋରଡ଼ା ୫୪.୬%, ସାନଖେମୁଣ୍ଡି ୫୫%, ହିଞ୍ଜିଳିରେ ୫୪.୮% ଏବଂ ସଂସଦୀୟ କ୍ଷେତ୍ରରେ ୫୩.୮% ମତଦାନ ହୋଇଛି ।

ସୂଚନାଯୋଗ୍ୟ, ଆସିକା ଲୋକ ସଭା ନିର୍ବାଚନ ଲଢ଼ୁଥିବା  ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମୁଦାୟ ୫୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଅପରପକ୍ଷରେ ଏଥର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିଛି ।

ସ୍ବାଧୀନତା ପରେ ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ରରୁ ୬ କଂଗ୍ରେସ, ୫ ବିଜେଡି, ୩ ଜନତା ଦଳ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏ  ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଏମ୍‌ପି ହୋଇଥିବା ନିର୍ବାଚନୀ ତଥ୍ୟ ରହିଛି। ଚଳିତ ବର୍ଷର ସପ୍ତଦଶ ଲୋକ ସଭା ନିର୍ବାଚନରେ ଆସିକା ଆସନରେ ପ୍ରଥମ କରି ୨ ମହିଳା ମଇଦାନକୁ ଓହ୍ଲାଇଛନ୍ତି। ଏସ୍‌ଏଚଜିର  ମହିଳା ପ୍ରମିଳା ବିଶୋୟୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ  ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଭାଜପା।


All Right Reserved By Dharitri.Com

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ: ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| ଭୋଟ ଆରମ୍ଭରୁ ହିଁ ମୋଟ ୮୭ ବୁଥ୍‌ରେ ମତଦାତାଙ୍କ ପ୍ରବଳ...

ତହସିଲଦାରଙ୍କ ଛତୁଆ ପ୍ରସ୍ତୁତି, ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ପାତ୍ରପୁର,୨୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ତହସିଲଦାର ଡ଼. ଶ୍ରୀନିବାସ ବେହେରା ଓ ସିଡ଼ିପିଓ ପଦ୍ମିନୀ ସାହୁ ଗୁରୁବାର ପାତ୍ରପୁର ବ୍ଲକରେ ଥିବା ଛତୁଆ ପ୍ରସ୍ତୁତି...

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩...

୩ ବଖରା ଜଳିଗଲା

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗଁାରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ବାବୁ ଗୌଡ ଓ ନାରାୟଣ ଗୌଡଙ୍କ ୩ ବଖରା ଜଳିଯାଇଛି। ଦିଗପହଣ୍ଡି...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ...

ସ୍ତ୍ରୀଙ୍କୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଥିଲେ ସ୍ବାମୀ

ବୁଗୁଡ଼ା,୩୦ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ଥାନା ପୁରୁଣା ପାଣିକେଶର ଗ୍ରାମର ଶୁଭଶ୍ରୀ ଗୌଡ଼ଙ୍କୁ ହତ୍ୟା କରି ଅଖାରେ ବାନ୍ଧି ତାଙ୍କ ସ୍ବାମୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।...

ଅନ୍‌ଲାଇନ୍‌ରେ ଠକେଇ, ୬୯ ହଜାର ଟଙ୍କା ଗାଏବ

ଗୋପାଳପୁର,୨୬ା୧୦: ଏକ ପାର୍ସଲର ଟ୍ରାକିଙ୍ଗ୍‌ ନମ୍ବର ଜାଣିବାକୁ ଉଦ୍ୟମ କରି ଜଣେ ମହିଳାଙ୍କ ଆକାଉଣ୍ଟରୁ ୬୯ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଅଭିଯୋଗ...

ହୀରା ପଥର କାରବାରକୁ ନେଇ ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି/ଚିକିଟି, ୧୪ା୬ (ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ପଥର କାରବାରକୁ କେନ୍ଦ୍ରକରି ଗତ ୬ ତାରିଖ ଅପରାହ୍ନରେ ସୁବାସ...

Leave a comment

Your email address will not be published. Required fields are marked *