Posted inଖେଳ

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ସେ ୯ମ ଖେଳାଳି ଭାବେ ଏହି ସମ୍ମାନଜନକ କ୍ଲବରେ ସାମିଲ ହୋଇଛନ୍ତି। ୨୯ ବର୍ଷୀୟ କ୍ରିକେଟର ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ୍‌ ଅବସରରେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ତେବେ କ୍ୟାରିୟରର ୧୦୦ ତମ ଟି୨୦ ମ୍ୟାଚ୍‌ରେ ଆଲିସା ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସେ ୧୫ ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନଙ୍କୁ ଶ୍ରୀଲଙ୍କା ବୋଲରମାନେ ଆଉଟ୍‌ କରିପାରି ନ ଥିଲେ। ବେଥ ମୁନିଙ୍କ ୨୮ ଓ ଏରିନ ବନର୍‌ସଙ୍କ ଅପରାଜିତ ୩୦ ରନ୍‌ ବଳରେ ମାତ୍ର ୯.୪ ଓଭରରେ ୮୮ ରନ୍‌ କରି ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତିନେଇଥିଲା। ଆଲିସା ଅଷ୍ଟ୍ରେଲିଆର ଦ୍ୱିତୀୟ ମହିଳା ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ଏଲିସେ ପେରି ପ୍ରଥମ ଅଷ୍ଟ୍ରେଲିଆନ।

 


All Right Reserved By Dharitri.Com

Posted inଖେଳ View All

ସିଓଏ ବୈଠକରେ ଯୋଗଦେବେ କୋହଲି, ଶାସ୍ତ୍ରୀ

ଲଣ୍ଡନ,୧୨।୭(ପି.ଟି.)- ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତୀୟ ଦଳର ବିଶ୍ୱକପ୍‌ ପ୍ରଦର୍ଶନକୁ ରିଭ୍ୟୁ କରିବ। ଏଥିରେ ଅଧିନାୟକ ବିରାଟ...

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ...

ଜୋକୋଭିଚ୍‌ଙ୍କୁ ହରାଇ ଥିମ୍‌ ଫାଇନାଲରେ

ପ୍ୟାରିସ, ୮ା୬ -ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ ୧୧ଥର ଚାମ୍ପିୟନ ସ୍ପେନର ରାଫାଲ ନାଡାଲ ଏବଂ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କ...

ଆଦିତ୍ୟ ଚାମ୍ପିୟନ, ସାର୍ଥକଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୨ତମ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ କାଟେଗୋରି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ...

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ...

ଆଙ୍ଗୁଳିରୁ ବାହାରୁ ଥିଲା ଧାର ଧାର ରକ୍ତ: ଖେଳିଚାଲିଥିଲେ ଧୋନୀ

ବର୍ମିଂହାମ, ୩।୭: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଭାରତ ୧୩ ପଏଣ୍ଟ ସହ...

ରାଜ୍ୟଗୋଷ୍ଠୀ ଟିଟି: ଆସିବନି ପାକିସ୍ତାନ

କଟକ ଅଫିସ,୧୬ା୭- ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା...

ନାମାଙ୍କନ ଦାଖଲ କଲେ ଆଝାରୁଦ୍ଦିନ

ହାଇଦ୍ରାବାଦ,୧୯।୯(ପିଟି): ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆସୋସିଏଶନର ବିଭିନ୍ନ ପଦ...

Leave a comment

Your email address will not be published. Required fields are marked *