ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ଗୋଟିଏ ପରିବାର ସଦସ୍ୟ ହୋଇଥିବାବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କୀୟ । ଗୁରୁତର ହେଲେ ଢିପିସାହିର ଜିତେନ୍ଦ୍ର ଘଟୁଆଳ (୫୫) , ତାଙ୍କର ଦୁଇ ପୁଅ ବିଜୟ ଘଟୁଆଳ (୩୦) ଓ ବୁଲୁ ଘଟୁଆଳ (୨୫) ଏବଂ ସିଙ୍ଗାରପଲ୍ଲୀ ଗ୍ରାମର ଜଗନ୍ନାଥ ସେନାପତି (୨୭)।

ପ୍ରକାଶ ଯେ, ଜିତେନ୍ଦ୍ରଙ୍କ ଘରେ ଥିବା ଗ୍ୟାସ୍‌ ଲଗାଯିବାବେଳେ କୌଣସି କାରଣରୁ ତାହା ଜଳି ନ ଥିଲା। ଏ ନେଇ ଜିତେନ୍ଦ୍ର ସିଙ୍ଗାରପଲ୍ଲୀ ଗ୍ରାମରେ ଗ୍ୟାରେଜ କରିଥିବା ତାଙ୍କ ସମ୍ପର୍କୀୟ ଜଗନ୍ନାଥଙ୍କୁ ଡାକିଥିଲେ। ଜଗନ୍ନାଥ ରାତ୍ର ୯ଟାରେ ଗ୍ୟାସ୍‌ ସଜାଡି ସାରି ଲାଇଟର ମାରୁଥିବା ବେଳେ ଘରେ ନିଆଁ ଲାଗି ଚାରିଆଡକୁ ବ୍ୟାପୀ ଯାଇଥିଲା। ନିଆଁ ଜଗନ୍ନାଥଙ୍କ ଦେହରେ ଲାଗିବା ସହ ସେଠାରେ ଉପସ୍ଥିତ ଥିବା ଜିତେନ୍ଦ୍ର, ବିଜୟ ଓ ବୁଲୁ ନିଆଁ ସଂସ୍ପର୍ଶରେ ଆସିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ...

ଫେରୋକ୍ରୋମ ପ୍ଲାଣ୍ଟ ବନ୍ଦ ଯୋଗୁ ଶ୍ରମିକ ଅଶାନ୍ତି: ଆନ୍ଦୋଳନ ସଜବାଜ

ଯାଜପୁରରୋଡ,୨।୬(ନି.ପ୍ର)- ଯାଜପୁରରୋଡସ୍ଥିତ ଇଡକଲ ଫେରୋକ୍ରୋମ ଆଣ୍ଡ ଆଲଏଜ କାରଖାନା ଶୁକ୍ରବାର ମଧ୍ୟାହ୍ନ ପରଠାରୁ ବନ୍ଦ ହୋଇଯାଇଛି। ଫଳରେ ଯାଜପୁରରୋଡ ସମେତ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି...

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା

ପାରାଦୀପ,୫ା୬(ସ୍ବ.ପ୍ର.): ୪ ଦିନ ତଳେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଶ୍ରମିକଙ୍କ ମଙ୍ଗଳବାର ମୃତ୍ୟୁ ଘଟିବାକୁ ନେଇ ପାରାଦୀପସ୍ଥିତ ଗୋଆ କାର୍ବନ କମ୍ପାନୀ ଆଗରେ...

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ...

ଓଡ଼ଗାଁରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଆଦର୍ଶ ଥାନା ପକ୍ଷରୁ ଦହିପଣା ଷ୍ଟଲ୍‌ର ଶୁଭାରମ୍ଭ

ଓଡ଼ଗାଁ,୧୫।୫(ସ୍ବ.ପ୍ର.): ସମ୍ପ୍ରତି ଦିନକୁ ଦିନ ସ୍ଥାନୀୟ ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଆଖପାଖ ଅଞ୍ଚଳରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁଛି । ଗ୍ରୀଷ୍ମପ୍ରବାହରେ...

ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ: ପ୍ରତିଶ୍ରୁତି ପାଳନ ଦାବିରେ ବିସ୍ଥାପିତଙ୍କ ଧାରଣା

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ଓଡ଼ିଶା ଖଣି ନିଗମ ପକ୍ଷରୁ ବିସ୍ଥାପିତ ପୁରୁଣାପାଣି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କାରଖାନା ପକ୍ଷରୁ ବିସ୍ଥାପିତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ...

ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାଲୁଗାଁ,୧୬।୬(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ୧୬ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‌ ରାସ୍ତା ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ଶନିବାର ସକାଳେ ଜଳୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ...

Leave a comment

Your email address will not be published. Required fields are marked *