ନିରାକାରପୁର ଅଞ୍ଚଳରେ ଖୋଲିଲା ୬ ଏଟିଏମ୍‌, ପ୍ରବଳ ଭିଡ଼: ଏସ୍‌ବିଆଇ ଏଟିଏମ୍‌ ନ ଖୋଲିବାରୁ ଅସନ୍ତୋଷ

ନିରାକାରପୁର,୨୬ା୫(ଡି.ଏନ.ଏ.)-ଫନୀ ବାତ୍ୟା ପରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିଲା। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ମାସ ୨୩ ତାରିଖରେ ‘ଏଟିଏମ୍‌ ସେବା ଠପ୍‌ ଯୋଗୁ ଅସନ୍ତୋଷ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ସ୍ଥାନୀୟ ୭ ଏଟିଏମ୍‌ କେନ୍ଦ୍ର ମଧ୍ୟରୁ ଶନିବାର ୬ଟି ଖୋଲିଛି। ତେବେ ଦୀର୍ଘଦିନ ପରେ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରବଳ ଭିଡ଼ ଦେଖାଦେଇଥିଲା। ତେବେ ସ୍ଥାନୀୟ ଏସ୍‌ବିଆଇ ଏଟିଏମ୍‌ଟି ଖୋଲି ନ ଥିବାରୁ ଏବେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାବ୍ୟତୀତ କାର୍ଯ୍ୟକ୍ଷମ ଏଟିଏମ୍‌ଗୁଡ଼ିକରେ ଆବଶ୍ୟକ ପରିମାଣର ଟଙ୍କା ନ ଥିବା ଅଭିଯୋଗ ହୋଇଛି । ଯେଉଁ ଏଟିଏମ୍‌ଟି ଅଚଳ ହୋଇଛି ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଯଥେଷ୍ଟ ପରିମାଣରେ ଟଙ୍କା ରଖିବାକୁ ଗ୍ରାହକ ମହଲରେ ଅନୁରୋଧ କରାଯାଇଛି।


All Right Reserved By

ଡାକ୍ତରଖାନା ପାଇଖାନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ, ୧୦।୬: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟ ପାଇଖାନାରୁ ସୋମବାର ସକାଳେ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର...

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୮ା୭: ଜଗତ୍‌ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ...

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ...

ଅସୁର କୁମାରୀ ପୀଠରେ ଚାରାରୋପଣ

ରଣପୁର,୮ା୭(ସ୍ବ.ପ୍ର.): ବନ ମହୋତ୍ସବ ସପ୍ତାହର ଶେଷ ଦିବସରେ ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତସ୍ଥ ମା’ ଅସୁର କୁମାରୀ ପୀଠରେ ଖୋର୍ଦ୍ଧା ବନଖଣ୍ଡ...

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ,୪ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ନନ୍ଦଳା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଅମ୍ବି ନାୟକ(୬୨) ।...

ବିଦ୍ୟୁତ୍‌ ସେବାରୁ ବଞ୍ଚିତ ୧୯ ପରିବାର: ତାର ଟଣାଯାଇ ଘରେ ମିଟର, ବୋର୍ଡ ବସାଯାଇଛି

ଗଣିଆ,୧୨ା୭(ଡି.ଏନ.ଏ.): ପ୍ରତି ଘରକୁ ବିଜୁଳି ଓ ପାଣି ଯୋଗାଣ ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ...

ଫନୀ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି

ଖଣ୍ଡପଡ଼ା,୧୭ା୫(ସ୍ବ.ପ୍ର.)-ଫନୀ ବାତ୍ୟା ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପନିପରିବା, ଫଳ ଓ ରବି ଫସଲ କ୍ଷତିଗ୍ରସ୍ତ ହେବାରୁ ଚାଷୀ...

ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *