Posted inUncategorized

ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି ଯାଇଛି। ଆସନ୍ତା ୩୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଆହୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ତାତି ଜ୍ୱାଳାରେ ଛଟପଟ ହେଉଛି । ସୂର୍ଯ୍ୟଦେବଙ୍କ କୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଭୟଙ୍କର ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଉଛି । ସକାଳ ୭ଟାରୁ ମାଡି ଆସୁଛି ଭୟଙ୍କର ତାତି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଦେହ ମୁହଁ ଜଳି ପୋଡିଗଲା ଭଳି ଲାଗୁଛି। ଗତ ଦୁଇ ତିନି ସପ୍ତାହ ଧରି ରାଜ୍ୟରେ ଜାରି ରହିଥିବା ଏଭଳି ପ୍ରତିକୂଳ ପାଗ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ଅସ୍ତବ୍ୟସ୍ତ କରିଛି। ଦିନ କିମ୍ବା ରାତିରେ ମଧ୍ୟ ଆଶ୍ୱସ୍ତି ମିଳୁ ନାହିଁ।
ଆଭ୍ୟନ୍ତରୀଣ ଏବଂ ପଶ୍ଚମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକାଂଶ ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲସିୟସ ଉପରେ ରହୁଛି । ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଛି। ୨ଟି ସହରରେ ପାରଦ ୪୬ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୧୩ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଟିଟିଲାଗଡ଼ରେ ରାଜ୍ୟରେ ସର୍ବାଧିକ ୪୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୬.୩, ତାଳଚେର ୪୫.୭, ଝାରସୁଗୁଡା ୪୫.୨, ସମ୍ବଲପୁର ୪୫.୨, ଚାନ୍ଦବାଲି ୪୦.୨, କଟକ ୪୦.୫, ସୁନ୍ଦରଗଡ଼ ୪୩, ହୀରାକୁଦ ୪୪.୫, ଭବାନୀପାଟଣା ୪୪.୩, ମାଲକାନଗିରି ୪୩,ସୋନପୁର ୪୪.୮, ଭୁବନେଶ୍ୱର ୩୯.୫ ଏବଂ କେନ୍ଦୁଝର ସର୍ବାଧିକ ୩୯.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ୮୦ରୁ ୯୫ ପ୍ରତିଶତ ରହୁଥିବାରୁ ଦେହ ମୁଣ୍ଡରୁ ଗମ୍‌ ଗମ୍‌ ଝାଳ ବାହାରି ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିଛିି। ଆସନ୍ତା ୩୧ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ଶାରେ ତାତି ଆହୁରି ବଢ଼ିବା ସହ ଗ୍ରୀଷ୍ମପ୍ରବାହ ଜାରିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


All Right Reserved By Dharitri.Com

Posted inUncategorized View All

ବିଦ୍ୟୁତ୍‌ ଆଘାତରେ ୨ ଯୁବକ ମୃତ

ରସାଳପୁର, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ହିଡ଼ିଗଁାରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା...

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।...

ବଜେଟକୁ ଅପେକ୍ଷା ନ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି: ନିର୍ମଳା

ନୂଆଦିଲ୍ଲୀ,୬-୧: ବିଭିନ୍ନ କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାକୁ ବିଚାର କରି ସରକାର ପଦକ୍ଷେପ ନେଉଛନ୍ତି। ଏଥି ଲାଗି ବଜେଟ ଯାଏ ଅପେକ୍ଷା କରାଯାଉନାହିଁ ବୋଲି ଅର୍ଥମନ୍ତ୍ରୀ...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ: ବ୍ଲାକବୋର୍ଡରେ ଲେଖାଗଲା ପ୍ରଶ୍ନ

ଭୁବନେଶ୍ୱର (ବ୍ୟୁରୋ)/ ପୁରୀ ଅଫିସ/ ଗୋପ, (ଡି.ଏନ.ଏ)୨ା୧୧: ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ...

୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍‌ : ୯ ମୃତ, ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ଗୋପାଳପୁର, ୯।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡରାଜପୁର ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର...

Leave a comment

Your email address will not be published. Required fields are marked *