Posted inଖେଳ

ଏଲ୍‌ଓସିରେ ଗୋଡ଼ ହରାଇଥିବା ଯବାନ ଜିତିଲେ ଟ୍ରିପଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୧୦- ଭାରତୀୟ ସେନାରେ କାର୍ଯ୍ୟ କରୁଥିବାବେଳେ ଏକ ବିସ୍ଫୋରଣରେ ବାମଗୋଡ଼ ହରାଇଥିଲେ। ଏହା ତାଙ୍କୁ ଦେଇଥିଲା ନୂଆ ଜୀବନ। ଗୋଟିଏ ଗୋଡ଼ ନ ଥିବା ସତ୍ତ୍ୱେ ସେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୩ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିକଟରେ ଚାଇନାର ଉହାନଠାରେ ଅନୁଷ୍ଠିତ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ୩୨ ବର୍ଷୀୟ ଆନାନ୍ଦାନ ଗୁଣଶେକରାନ ୧୦୦ ମିଟର, ୨୦୦ ମି. ଓ ୩୦୦ ମି. ଦୌଡ଼ରେ ଶୀର୍ଷ ସଫଳତା ପାଇଥିଲେ। ଏଭଳି ସଫଳତା ବଳରେ ସେ ଟୋକିଓ ପାରା ଅଲିମ୍ପିକ୍ସ ଯୋଗ୍ୟତା ନିକଟତର ହୋଇପାରିଛନ୍ତି। ଅବଶ୍ୟ ଯୋଗ୍ୟତା ନିୟମରେ ପରିବର୍ତ୍ତନ ହୋଇଛି। ଏବେ ର଼୍ୟାଙ୍କିଙ୍ଗ୍‌କୁ ଭିତ୍ତିକରି ଯୋଗ୍ୟତା ପ୍ରଦାନ କରାଯାଉଛି। ଅନ୍ତିମ ଟ୍ରାଏଲ ଆସନ୍ତା ମେ’ରେ ଅଛି। ମୋତେ ବିଶ୍ୱର ଟପ୍‌ ୫ରେ ପ୍ରବେଶ କରିବାର ଅଛି। ଯୋଗ୍ୟତା ହାସଲ କରିବା ନେଇ ମୁଁ ନିଶ୍ଚିତ ବୋଲି ତାମିଲନାଡୁର କୁମବାକନାମ ଅଞ୍ଚଳର ବାସିନ୍ଦା ଗୁଣଶେକରାନ କହିଛନ୍ତି। ତାଙ୍କୁ ୨୦୦୮ ଜାନୁୟାରୀରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ନିଯୁକ୍ତ କରାଯାଇଥିଲା। ୫ ମାସ ପରେ ଜୁନ୍‌ ୪ ତାରିଖରେ ବର୍ଡର ନିକଟରେ ରୁଟିନ ଚେକ୍‌ଅପ୍‌ କରୁଥିଲେ। ସେଠାରେ ବରଫରେ ଲୁଚାଯାଇଥିବା ବିସ୍ଫୋରକ ଉପରେ ସେ ଚଢ଼ିଯାଇଥିଲେ। ଏହା ବିସ୍ଫୋରଣ ହେବା ଫଳରେ ସେ ବାମଗୋଡ଼ ହରାଇଥିଲେ। ଏହି ଘଟଣାର ପ୍ରାୟ ଏକ ବର୍ଷ ପରେ ଏକ ମାଗାଜିନ ପଢ଼ୁଥିବାବେଳେ ବହୁ ସ୍ବର୍ଣ୍ଣପଦକ ବିଜେତା ପାରା ଅଲିମ୍ପିଆନ ଓସ୍କାର ପିଷ୍ଟ୍ରିଅସଙ୍କ ବିଷୟରେ ପଢ଼ି ତାଙ୍କ ଭଳି ହେବାକୁ ଇଚ୍ଛା ପ୍ରକଟ କରିଥିଲେ। ବାମ ଗୋଡ଼ ସ୍ଥାନରେ ମୁଁ କାଠଗୋଡ଼ ବ୍ୟବହାର କରୁଥିଲି, ଯାହାକି ଆଣ୍ଠୁ ପର୍ଯ୍ୟନ୍ତ କଟାଯାଇଥିଲା। ମୁଁ ଅଭ୍ୟାସ ବେଳେ ବହୁତ ଥର ପଡ଼ିଛି। କିନ୍ତୁ ଏହା ମୋର ନୂଆ ଜୀବନ ଥିଲା। ଯେଉଁ ଲୋକମାନେ ମୋତେ ଚିହ୍ନି ନ ଥିଲେ, ସେମାନେ ମୋର ଅଭ୍ୟାସ ଦେଖି ମୋତେ ପାଗଳ ଭାବୁଥିଲେ। ମୋତେ ପରିବାରରୁ ସମର୍ଥନ ମଧ୍ୟ ମିଳି ନ ଥିଲା। କାରଣ ଏ ସମ୍ପର୍କରେ ମୁଁ ଘରେ ସତ କହି ନ ଥିଲି। ୨୦୧୪ରେ ମୋତେ ଆର୍ମିର ସମର୍ଥନ ଓ ବ୍ଲେଡ୍‌ ମିଳିଥିଲା। ମୁଁ ମୋ ନାଁ କରିବାକୁ ଚାହୁଁଥିଲି। ଭାବୁଛି, ଲୋକମାନେ ମୋତେ ଏବେ ଚିହ୍ନ ପାରିବେ ବୋଲି ଗୁଣଶେକରନ କହିଛନ୍ତି। ସେ ୨୦୧୪ ପ୍ରଥମ ଅନ୍ତର୍ଜାତୀୟ ଗ୍ରାଁ ପ୍ରିରେ ଭାଗ ନେଇଥିଲେ। ସେଠାରେ ୨୦୦ ମି. ଦୌଡ଼ରେ ସ୍ବର୍ଣ୍ଣ ଓ ୧୦୦ ମି.ରେ ରୌପ୍ୟ ପାଇଥିଲେ। ଆଉ ଏବେ ସେ ୩ ଟାଇଟଲ ଜିତିଛନ୍ତି। ସେ ଏବେ ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ଟ୍ରେନିଂ ନେଉଛନ୍ତି।


All Right Reserved By Dharitri.Com

Posted inଖେଳ View All

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦...

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ...

ଅଷ୍ଟ୍ରେଲିଆ ଦଳକୁ ବାନକ୍ରଫ୍ଟ,ବ୍ରୁନ୍ସଙ୍କ ପ୍ରତ୍ୟାବର୍ତ୍ତନ

ସିଡ୍‌ନୀ, ୧୪।୧୧ (ଏଏଫ୍‌ପି)- ପାକିସ୍ତାନ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ସିରିଜ ଲାଗି ଗୁରୁବାର ଘରୋଇ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଗତ ଆଶେସ ସିରିଜରେ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ...

ଦ୍ୱିତୀୟ ବିବାହ କରିଛନ୍ତି ଏହିସବୁ ଭାରତୀୟ ଖେଳାଳି

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ। କ୍ରିକେଟରଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ବିବାହ...

ଇଂଲଣ୍ଡ ଗସ୍ତ କଲେ ଅସିଫ

କରାଚୀ,୨୫।୫(ଏଏଫ୍‌ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍‌ ଦଳରେ ଯୋଗଦେବା ପାଇଁ...

ଟେଷ୍ଟରେ ଓପନିଂ ସ୍ଲଟ ଚିନ୍ତାର କାରଣ: ରାଠୋର

ନୂଆଦିଲ୍ଲୀ,୬।୯(ପିଟି): ନୂଆକରି ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଥିବା ବିକ୍ରମ ରାଠୋର ଶୁକ୍ରବାର କହିଛନ୍ତି, ଦଳର ଟେଷ୍ଟ ଓପନିଂ ସ୍ଲଟ ଓ ଦିନିକିଆରେ ମଧ୍ୟକ୍ରମର...

ହରଭଜନଙ୍କୁ କ୍ୟାନ୍‌, କୁଡ୍‌ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା

ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍‌ ଓ...

Leave a comment

Your email address will not be published. Required fields are marked *