ବାଉଁଶ ଉପକରଣର ସ୍ଥାନ ନେଉଛି ପ୍ଲାଷ୍ଟିକ୍‌: ବୃତ୍ତି ହରାଇବେ ବାଉଁଶ କାରିଗର

ଗଣିଆ,୨୬ା୫(ଡି.ଏନ.ଏ.)- ପରିବର୍ତ୍ତନ ସହ ତାଳଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ, ପ୍ଲାଷ୍ଟିକ ଓ ପଲିଥିନ୍‌ ତିଆରି ସାମଗ୍ରୀ ସ୍ଥାନ ନେଉଥିବା ଦେଖାଯାଉଛି। ଫଳରେ କେତେକ ସମ୍ପ୍ରଦାୟ କୌଳିକ ତଥା ପରମ୍ପରାଗତ ବୃତ୍ତିରୁ ଦୂରେଇଯାଇ ଅନ୍ୟ ବୃତ୍ତି ଆପଣେଇ ନେଉଛନ୍ତି। ଆଉ କେତେକ ପରମ୍ପରାଗତ ବୃତ୍ତିକୁ ଛାଡି ନ ପାରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଅନ୍ୟପକ୍ଷେ ଗ୍ରାମ ନିକଟ ଜଙ୍ଗଲଗୁଡିକରେ ବାଉଁଶ ଅଭାବ ଓ ବଜାର ଚାହିଦା କମିବା ଯୋଗୁ ଏହି କାରିଗରମାନଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଲାଣି। ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ, ଛାଡମୂଳ, ଗଣିଆ, କୃଷ୍ଣପଲ୍ଲୀ ଗ୍ରାମର ଅନୁସୂଚିତ ଜାତିର ଲୋକଙ୍କ ପାଇଁ ଏହି ବୃତ୍ତି ବଞ୍ଚାଇରଖିବା ଏବେ ମୁଖ୍ୟ ସମସ୍ୟା ହୋଇଛି। ଛାମୁଣ୍ଡିଆଠାରେ ଏହି ସମ୍ପ୍ରଦାୟର ୩୨ ପରିବାରର ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପୁରୁଷାନୁକ୍ରମେ ଏମାନେ ବାଉଁଶରେ ଟୋକେଇ, ପାଛିଆ, ଝୁଡି, କୁଲା, ଝାମ୍ପି, ଫୁଲଚାଙ୍ଗୁଡି, ଝାଡୁ, ଖଡିକା, ପାନଝୁଡି, ଭୋଗେଇ, ଡାଲା, ଗଉଣି ଆଦି ଗୃହ ଉପକରଣ ତିଆରି କରିଆସୁଛନ୍ତି। ମହିଳା ଓ ପୁରୁଷମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପରେ ଏହାକୁ ପୁରୁଷମାନେ ନିକଟସ୍ଥ ହାଟବଜାରକୁ ନେଇ ବିକ୍ରି କରିଥାନ୍ତି। କଞ୍ଚାମାଲ ସଂଗ୍ରହ, ସାମଗ୍ରୀ ପ୍ରସ୍ତୁତି ଓ ଜିନିଷ ବିକ୍ରି ପରିଶ୍ରମ ତୁଳନାରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ନ ଥାନ୍ତି। ବଜାରରେ ପଲିଥିନ, ପ୍ଲାଷ୍ଟିକ ଓ ଷ୍ଟିଲ ତିଆରି ସାମଗ୍ରୀର ବହୁଳ ପ୍ରଚଳନ ଯୋଗୁ ସେମାନଙ୍କର ବୃତ୍ତି କ୍ଷତିଗ୍ରସ୍ତ ହୋଇଛି ା ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିବା ଜଙ୍ଗଲଗୁଡିକରେ ପୂର୍ବଭଳି ପ୍ରଚୁର ପରିମାଣରେ ବାଉଁଶ ଗଛ ଆଉ ଦେଖିବାକୁ ମିଳୁନି ା ଫଳରେ ବିଭିନ୍ନ ଗ୍ରାମବାସୀ ପାଳି କରି ଜଙ୍ଗଲ ଜଗୁଥିବାରୁ ଅଧିକାଂଶ ସମୟରେ କାରିଗରମାନେ ଅଞ୍ଚଳ ବାହାରୁ ସ୍ବଳ୍ପ ପରିମାଣର ବାଉଁଶକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ସାମଗ୍ରୀ ତିଆରି ପରେ ମଧ୍ୟ ତାହାକୁ ଅଧିକ ଦରରେ ବିକ୍ରି କରିବା ସମ୍ଭବ ହେଉନାହିଁ। ସ୍ବଳ୍ପ ରୋଜଗାରରେ ଆଜିକାଲିର ବ୍ୟୟବହୁଳ ସମାଜରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି କୁହନ୍ତି ବାଣୀ ନାୟକ ନାମ୍ନୀ ଜଣେ ବାଉଁଶ କାରିଗର ା ଅନ୍ୟ ଜଣେ କାରିଗର ରମେଶ ନାୟକ କୁହନ୍ତି, ପୂର୍ବରୁ ଓଡିଆ ପରମ୍ପରାରେ ବିବାହ ତଥା ଅନ୍ୟ ପୂଜା ପାର୍ବଣରେ ଆମେ ତିଆରି କରୁଥିବା ବାଉଁଶ ସାମଗ୍ରୀର ବହୁତ ଚାହିଦା ରହୁଥିଲା। ନୂଆ ବୋହୂଟିଏ ତା’ ଶାଶୁଘରକୁ ଯିବା ସମୟରେ ବାପଘର ତରଫରୁ ଅନ୍ୟ ଜିନିଷ ସହିତ ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା ା ଏବେ କିନ୍ତୁ ଏସବୁ ଖୁବ୍‌ କମ୍‌ ସ୍ଥାନରେ ଦେଖିବାକୁ ମିଳୁଛି ା ତେବେ ସରକାରଙ୍କ ତରଫରୁ ନୂତନ ବାଉଁଶ ଜଙ୍ଗଲ ସୃଷ୍ଟି ପାଇଁ ବାଉଁଶଚାରା, ଆର୍ଥିକ ସହାୟତା ପ୍ରଦାନ ସହ କୁଟୀର ଶିଳ୍ପ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ବୁଡିଯାଉଥିବା ଏହି ବୃତ୍ତିକୁ ବଞ୍ଚାଇ ବହୁ ବାଉଁଶ କାରିଗରଙ୍କ ପରିବାର ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


All Right Reserved By Dharitri.Com

ଥାନା ଛାତରୁ ଡେଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ରୁଜୁ ହେଲା ହାଜତ ମୃତ୍ୟୁ ମାମଲା

ବୀରମହାରାଜପୁର, ୩୦ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥିବାବେଳେ ଛାତ ଉପରୁ ଡେଇଁ ପ୍ରାଣ ହରାଇଥିବା ଘଟଣା ଏବେ...

ଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ

ଫୁଲବାଣୀ ଅଫିସ, ୨୫ା୨-ଫୁଲବାଣୀସ୍ଥିତ କରୋନେଶନ ପଡିଆରେ ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ସୋମବାର ଉଦ୍‌ଘାଟିତ ହୋଇଛି ା ସରକାରଙ୍କ ଆଇଟି...

୩ରୁ ଆରମ୍ଭ ହେବ ନୀଳାଦ୍ରି ନିଳୟ ଯୋଜନା: ପୁରୀ ସହର ହେବ ଭିକାରିମୁକ୍ତ

ପୁରୀ ଅଫିସ,୨।୩: ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି...

ପୁରୀ ଦେଶର ଦ୍ୱିତୀୟ ସ୍ବଚ୍ଛ ବେଳାଭୂମି

ଭୁବନେଶ୍ୱର,୪ା୧(ବ୍ୟୁରୋ): ପୁରୀ ଦେଶର ଦ୍ୱିତୀୟ ସବୁଠାରୁ ପରିଷ୍କାର ବା ସ୍ବଚ୍ଛ ବେଳଭୁମୀ । ଏଥିସହିତ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୁମି ଚତୁର୍ଥ ସଫା ବେଳାଭୂମି ମାନ୍ୟତା...

ଥାନାକୁ ମିଳିବ ଟଙ୍କା: ୫୮୭ ଥାନା ପାଇଁ ୧୭.୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ଥାନାରେ ଜନସାଧାରଣ କିପରି ସେବା ପାଉଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ...

ନବୀନ ଅପରାଜେୟ: ଦାମ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ନିୟମିତ ବ୍ୟବଧାନରେ ନିଜ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଭାଜପାରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ବିଜେପୁର: କଂଗ୍ରେସର ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୧ତାରିଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ସବୁ...

ଦୀପାବଳି ଖୁସି ବଦଳରେ ଚାଷୀଙ୍କୁ ଚିନ୍ତା, ୨୫୦ ଏକର ଜମି ଜଳମଗ୍ନ

କାଶୀନଗର,୨୭ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗତ ୩ ଦିନର ଲଗାଣ ବର୍ଷା ଚାଷୀଙ୍କ ବର୍ଷକର ଶ୍ରମ ଉପରେ ଦାଉ ସାଧିଛି। ଉଜାଡ଼ିଦେଇଛି ଏକର ଏକର ଫସଲ। ଅମଳ...

Leave a comment

Your email address will not be published. Required fields are marked *