Posted inଜାତୀୟ

ଖଲିସ୍ତାନୀଙ୍କୁ ସକ୍ରିୟ କରୁଛି ଆଇଏସ୍‌ଆଇ: ଭାରତୀୟ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚିଛି। ଏହା ଅନ୍ତର୍ଗତ ଆଇଏସ୍‌ଆଇ ସ୍ଥାନୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛି। ଖଲିସ୍ତାନୀଙ୍କୁ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରହିବା ସହିତ ସଂଗଠନକୁ ମଜବୁତ ପାଇଁ ଉଦ୍ୟମ ହେଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏନେଇ ସନ୍ଦିଗ୍ଧ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ସଦସ୍ୟଙ୍କ ବିଷୟରେ ଗୋଇନ୍ଦା ବିଭାଗକୁ ତଥ୍ୟ ମିଳିଛି। ପଞ୍ଜାବରେ ଖଲିସ୍ତାନୀଙ୍କୁ ସକ୍ରିୟ କରିବା ଲାଗି ଜର୍ମାନୀରେ ଥିବା ଖଲିସ୍ତାନ ଆତଙ୍କବାଦୀ ଗୁରମିତ୍‌ ସିଂ ବଗ୍ଗା ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ରଣଜିତ୍‌ ସିଂଙ୍କ ମଧ୍ୟରେ ଯୋଗାଯୋଗ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଇତିମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ସମ୍ପନ୍ନ ହୋଇଛି।


All Right Reserved By Dharitri.Com

‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା...

୪୪ ବର୍ଷ ତଳର ଜରୁରୀକାଳୀନ ପରିସ୍ଥିତି: ୨୧ ମାସର କଳା ଇତିହାସ

ନୂଆଦିଲ୍ଲୀ,୨୪।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୪ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା।...

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

କଶ୍ମୀର ସ୍ଥିତି ସ୍ବାଭାବିକ ନାହିଁ:ଶ୍ରୀନଗର ମେୟର

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ସଡ଼କରେ କୌଣସି ହିଂସା କିମ୍ବା ମୃତଦେହ ପଡୁ ନ ଥିବାର ଅର୍ଥ ସେଠାରେ ସବୁକିଛି ସ୍ବଭାବିକ ଅଛି ଭାବିବା ଭୁଲ୍‌ ବୋଲି...

ସୀମାରେ ଯବାନଙ୍କୁ ରାଖୀ ବାନ୍ଧିଲେ ମହିଳା

ପଞ୍ଜାବ,୧୫।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିବାରୁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସୀମାରେ ସୁରକ୍ଷା...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ରାଜ୍ୟ ସଭା ପାଇଁ ସବୁ ଖେଳ

ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *