ବ୍ୟବସାୟୀଙ୍କୁ ତାଲାପକାଇ ସିରିଜ୍‌ ଚୋରି: ସିସିଟିଭିରେ ଚୋରଙ୍କ କାରନାମା କଏଦ୍‌

ଖୋର୍ଦ୍ଧା ଅଫିସ, ୩୦।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଛକରୁ ମଙ୍ଗଳବାର ରାତିରେ ସିରିଜ୍‌ ଚୋରି ହୋଇଛି। ଷ୍ଟିଲ ଓ ଫର୍ନିଚର ବ୍ୟବସାୟୀଙ୍କୁ ଗୋଟିଏ ରୁମ୍‌ରେ ତାଲା ପକାଇ ଚୋରମାନେ ଚୋରି କରିଛନ୍ତି। ସେହିପରି ଗୋଡିପୋଖରୀ ଛକରୁ ଦୀପ୍ତି ରଞ୍ଜନ ଦାସଙ୍କ ଦୋକାନରୁ ୫ ହଜାର ଟଙ୍କା ଚୋରି ହୋଇଛି। ମା’ ମଙ୍ଗଳା ଲେଡିଜ୍‌ କର୍ନର ଓ ବେକେରି ଶପ୍‌ର ତାଲା ଭଙ୍ଗା ଯାଇଥିବା ବେଳେ ଚୋରମାନେ କିଛି ନେଇପାରି ନାହାନ୍ତି। ସେହିପରି ମୁକୁନ୍ଦପ୍ରସାଦ ଛକର ୮ଟି ଦୋକାନରୁ ଚୋରି ହୋଇଛି । ତେବେ ୩ଜଣ ଚୋର ଏହିସବୁ କାଣ୍ଡ ଘଟାଇଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଜବତକରି ତଦନ୍ତ ଆରମ୍ଭ କରିଛି ।


All Right Reserved By Dharitri.Com

ଗାଁ ଭୋଜିରେ ବଚସା: ଦମ୍ପତିଙ୍କୁ ଭୁଜାଲିରେ ହାଣି ଯୁବକ ଫେରାର; ମହିଳା ମୃତ, ସ୍ବାମୀ ଗୁରୁତର

ଓଡ଼ଗାଁ,୩୦।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଭୋଜି ଚାଲିଥିବା ବେଳେ ସାମାନ୍ୟ କଥାରୁ...

ଦୁର୍ଘଟଣାପ୍ରବଣ ସ୍ଥାନରେ ଲାଗିବ ସିସିଟିଭି

କଳିଙ୍ଗନଗର, ୨୭ା୯(ଡି.ଏନ୍‌.ଏ.)- ଯାଜପୁର କ୍ଲଷ୍ଟର ଡେଭଲପ୍‌ମେଣ୍ଟ ଲିମିଟେଡ (ଜେସିଡିଏଲ୍‌) ପକ୍ଷରୁ ଗୁରୁବାର ଯାଜପୁର କ୍ଲଷ୍ଟର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ...

ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଯବାନ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ଢାମୁଣିପଙ୍ଗା ଗ୍ରାମ ନିକଟରେ ରବିବାର ରାତିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ।...

ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୧ା୧୨-ଗଞ୍ଜାମ ଜିଲାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ...

ମକର ପୂର୍ବରୁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୧(ସ୍ବ.ପ୍ର.): ରାତି ପହିଲେ ମକର। ଏଥିପାଇଁ ଗ୍ରାମଠାରୁ ସହର ଉତ୍ସବମୁଖର ହୋଇପଡ଼ିଛି। ନୂଆ ଲୁଗା କିଣା ସହିତ ପିଠା ପଣା ପାଇଁ ପ୍ରସ୍ତୁତି ସରିଛି। ପିଠା...

ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ...

Leave a comment

Your email address will not be published. Required fields are marked *