Posted inଜାତୀୟ

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ କରିଛନ୍ତି। ଏହା ସହିତ ସେମାନେ କହିଛନ୍ତି ଯେ, ଆମେ ଏଠାକୁ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛୁ ମାତ୍ର ରାଜନୀତି କରିବାକୁ ନୁହେଁ। କଶ୍ମୀରରେ ଆଫଗାନିସ୍ତାନ ଭଳି ସ୍ଥିତି ଉତ୍ପନ୍ନ ହେବାକୁ ସେମାନେ ନାପସନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିକାଶ ଧାରା ଏଠାରେ ଜାରି ରହିବା ଆବଶ୍ୟକ ବୋଲି ଇୟୁ ପ୍ରତିନିଧି ଦଳ କହିଛନ୍ତି। ଏହା ସହିତ ସେମାନେ ଆତଙ୍କବାଦୀଙ୍କ ଦ୍ୱାରା ୬ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ନିନ୍ଦା କରିଛନ୍ତି।


All Right Reserved By Dharitri.Com

ବିକ୍ରମ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ପଠାଇବ ନାସା

ନୂଆଦିଲ୍ଲୀ/ନ୍ୟୁୟର୍କ,୧୩-୯ :ଚନ୍ଦ୍ରୟାନ-୨କୁ ନେଇ ଇସ୍ରୋ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବାବେଳେ ଯୋଗଯୋଗ ଲାଗି ପ୍ରସ୍ତୁତି ଚାଲିଛି। ସମୟ ସରିଆସୁଥିବାବେଳେ ନାସା ଏଥିଲାଗି ସହଯୋଗର ହାତ...

ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା,୨୫।୬: ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।...

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ...

ଜମ୍ମୁ କଶ୍ମୀରରେ ଶାନ୍ତିଶୃଙ୍ଖଳାର ସହ ପାଳନ ହେଲା ଇଦ୍‌:ଗଳିକନ୍ଦିରେ ବୁଲିଲେ ଡୋଭାଲ

ଶ୍ରୀନଗର, ୧୨।୮: କଡ଼ାସୁରକ୍ଷା ଭିତରେ ଜମ୍ମୁ-କଶ୍ମୀରରେ ନିରାଡମ୍ବର ଭାବରେ ଇଦ-ଉଲ-ଜୁହା ପାଳିତ ହୋଇଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଦ...

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା।...

ବିହାର ଶିଶୁ ମୃତ୍ୟୁ ଘଟଣା: ତେଜସ୍ବୀ ଉଭାନ୍‌, ଆରଜେଡି କହିଲା ବିଶ୍ୱକପ୍‌ ଦେଖିବାକୁ ଯାଇଛନ୍ତି

ପାଟଣା, ୧୯।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଛି। ଏପର୍ଯ୍ୟନ୍ତ ୧୧୨ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଘଟଣାକୁ ନେଇ ଶାସକ...

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ...

Leave a comment

Your email address will not be published. Required fields are marked *