ଆଜି ଆଣ୍ଡାମାନ ଫେରିଯିବେ ଅମ୍ରିତ

ପୁରୀ ଅଫିସ, ୩୦ା୧୦:୨୬ ଦିନ ଧରି ଲୁଣି ପାଣି ପିଇ ଜୀବନ ସହ ସଂଘର୍ଷ କରି କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ରରେ ଲାଗିଥିଲେ ଆଣ୍ଡାମାନ ନାବିକ ଅମ୍ରିତ କୁଜୁର। ବୁଧବାର ସେ ଆଣ୍ଡାମାନ ଫେରିଯିବେ। ତାଙ୍କ ଫେରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫ୍ଲାଇଟ୍‌ ଟିକେଟ ସରିଥିବାବେଳେ ତାଙ୍କ ସହ ଜଣେ ଅଧିକାରୀ କଲିକତା ପର୍ଯ୍ୟନ୍ତ ଯିବେ। କଲିକତାରୁ ଆଣ୍ଡାମାନ ବିମାନରେ ସମ୍ପୃକ୍ତ ଅଧିକାରୀ ତାଙ୍କୁ ବସାଇ ଫେରିଆସିବେ ବୋଲି ଜଣପଡ଼ିଛି। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଅମ୍ରିତ କଲିକତା ଯିବେ ବୋଲି ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି।
ଅମ୍ରିତଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏଡିଏମ୍‌ ପ୍ରଦୀପ କୁମାର ସାହୁ ହସ୍ପିଟାଲରେ ପହଞ୍ଚତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ସହ କଥାବର୍ତ୍ତା କରିଥିଲେ। ସନ୍ଧ୍ୟାରେ ସେ ହସ୍ପିଟାଲରୁ ଯାଇ ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ସାକ୍ଷାତ କରିବା ସହ ତାଙ୍କ ସଂଘର୍ଷମୟ କଥା ବଖାଣିଥିଲେ। ଜିଲାପାଳ ତାଙ୍କୁ ଏକ ପୋଷାକ ଉପହାର ଦେଇଥିଲେ। ସେଠାରେ ଏସ୍‌ପି ଉମାଶଙ୍କର ଦାଶ ଏବଂ ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ...

ନିୟମକୁ ଫୁ

ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍‌...

ବସ୍ତାନି ବୋଝ ଯାଞ୍ଚ: ରାଜଧାନୀର ୨ ସ୍କୁଲରେ ପହଞ୍ଚିଲେ ସ୍ବତନ୍ତ୍ର ସ୍କ୍ବାଡ୍‌

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା। ଏ ନେଇ ବୁଧବାର ରାଜଧାନୀରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପହଞ୍ଚି ସ୍କୁଲ...

ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌, କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି ଗନ୍ଧ

ଭୁବନେଶ୍ୱର,୨୮-୮: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଲାଗିଛି ଦୁର୍ନୀତିର ଛିଟା। ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌ ଓ କ୍ୱାର୍ଟର୍ସ ନିର୍ମାଣକୁ ନେଇ ବ୍ୟାପକ ଅନିୟମିତା ହୋଇଥିବା ପଦାକୁ ଆସିଛି। ଖୋଲା...

ଅଧିବେଶନ ପୂର୍ବରୁ ପ୍ରଥମ ଥର ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ: ଏଥର ବିଧାନସଭାରେ ୨ମୁଲତବୀ ପ୍ରସ୍ତାବ ଆସିବ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ଏଣିକି ବିଧାନସଭା ଅଧିବେଶନ ଚାଲିବା ସମୟରେ ଗୃହରେ ୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ପ୍ରତ୍ୟେକ ମୁଲତବୀ ଆଲୋଚନା ୧ ଘଣ୍ଟା...

ଶ୍ରୀକ୍ଷେତ୍ରରେ ଲଜ୍ଜା: ବସ୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର, ହେଲପର ଅଟକ

ପୁରୀ ଅଫିସ, ୯।୭: ଚାଲିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟିଆ ପୋଲିସ ଡ୍ୟୁଟି...

କାଳିଆ-ପିଏମ୍‌ କିଷାନ ଯୋଜନା ମିଶି ପାରିବ ନାହିଁ: ଭାଜପା

ଭୁବନେଶ୍ୱର,୬।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିପାରିବ ନାହିଁ। ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

Leave a comment

Your email address will not be published. Required fields are marked *