ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠନ ହେଲା ଟିମ୍‌

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନି। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଏକ ୬ଜଣିଆ ଟିମ୍‌ ଗଠନ କରାଯାଇଛି। ମଙ୍ଗଳବାର ରାତିରେ ଏହି ଟିମ୍‌ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଥାନା ଅଧିକାରୀଙ୍କ ତଦନ୍ତକୁ ନେଇ ଅମରେଶଙ୍କ ସାଙ୍ଗ ଓ ସହଯୋଗୀମାନେ ଅସନ୍ତୋଷ ପ୍ରକାଶ କରି ତଦନ୍ତ ଅଧିକାରୀ ବଦଳାଇବାକୁ ଦାବି କରିଛନ୍ତି। ସେମାନେ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ କ୍ୟାଣ୍ଡେଲ ଜଳାଇ ଶୋଭାଯାତ୍ରାରେ ଆସି ଏୟାରଫିଲ୍ଡ ଥାନା ଘେରାଉ କରି ନାନା ସ୍ଲୋଗାନ ଦେଇଥିଲେ। ପୋଲିସ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରୁ। ଥାନାରେ ଅଭିଯୋଗ କରିଥିବା ଅମରେଶଙ୍କ ସାଙ୍ଗଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଜୋନ୍‌ ଏସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ବୁଝାଶୁଝା କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ଏନେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ହତ୍ୟାକାରୀମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଖୁବ୍‌ଶୀଘ୍ର ହତ୍ୟାକାରଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଭୟରେ ଦୁଇଗୋଷ୍ଠୀ ସଦସ୍ୟଙ୍କ ପରିବାର
ପୂର୍ବ ଶତ୍ରୁତାକୁ ନେଇ ଅମରେଶଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଘଟଣା ପରଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମୁହାଁମୁହିଁ ହେବାର ଆଶଙ୍କା ରହିଛି। ବିଶେଷକରି ଅମରେଶ ଗୋଷ୍ଠୀ ପ୍ରତିଶୋଧ ନେବାକୁ ଯୋଜନା କରୁଥିବାବେଳେ ଅପରଗୋଷ୍ଠୀର ସଦସ୍ୟଙ୍କ ପରିବାରରେ ଚିନ୍ତା ବଢ଼ିଛି। କୌଣସି ମୁହୂର୍ତ୍ତରେ ସେମାନଙ୍କ ପୁଅ କିମ୍ବା ପରିବାର ସଦସ୍ୟ ଉପରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହୁଛନ୍ତି। କାରଣ ଅମରେଶଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ତାଙ୍କ ସହଯୋଗୀମାନେ ମଧ୍ୟ ପ୍ରତିଶୋଧ ନେବାକୁ କହୁଥିବା ଶୁଣିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହୁଥିବାରୁ ପୋଲିସ ଏହା ଉପରେ କଡ଼ା ନଜର ରଖିଛି।
ହତ୍ୟା ପଛରେ ରାଜନୈତିକ କାରଣ
ଏବେ ବି ଅମରେଶ ହତ୍ୟାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ହତ୍ୟା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି। ଅମରେଶ ଜଣେ ନେତାଙ୍କ ସହଯୋଗରେ ଆଗକୁ ବଢୁଥିଲେ। ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିଲେ ମଧ୍ୟ ସେ ଖଣ୍ଡୁଆଳ ଛକ ନିକଟରେ ରହି ଅନ୍ୟମାନଙ୍କୁ ଡରାଇ ରଖୁଥିଲେ। ଏହାକୁ ସ୍ଥାନୀୟ ନେତାମାନେ ସହଜରେ ହଜମ କରିପାରୁ ନ ଥିଲେ। ସେମାନେ ଅମରେଶଙ୍କୁ ମାରିବା ପାଇଁ ପ୍ରତିପକ୍ଷ ଗୋଷ୍ଠୀକୁ ଅସ୍ତ୍ର କରିଥାଇପାରନ୍ତି ବୋଲି ଅମରେଶଙ୍କ ଜଣେ ସାଙ୍ଗ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅମରେଶଙ୍କ ବାପା ଜଣେ ବ୍ୟାଙ୍କ୍‌ ମ୍ୟାନେଜର ହୋଇଥିବାରୁ ଅର୍ଥର ଅଭାବ ନ ଥିଲା। ସେ ପରିବାର ଲୋକଙ୍କୁ ନ ମାନି ବହୁ ଅପରାଧରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ୨୨ରୁ ଊର୍ଦ୍ଧ୍ୱ ମାମଲା ଏୟାରଫିଲ୍ଡ ଥାନାରେ ରହିଛି।


All Right Reserved By Dharitri.Com

ପାଣିଘେରରେ ବିଦ୍ୟାଳୟ

ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ...

ହୁଇଲ ଚେୟାର ଆଇପିଏଲ ଖେଳିବେ ଦିବ୍ୟାଙ୍ଗ ଚକ୍ରଧର

ବଲାଙ୍ଗୀର ଅଫିସ, ୧୧ା୬ ବଲାଙ୍ଗୀର ଜିଲା ସଦର ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଦିବ୍ୟାଙ୍ଗ ଯୁବକ ଚକ୍ରଧର ନାଏକ (୩୦) ା ତାଙ୍କ ମାତା ଉର୍ମିଳା...

କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ବିଫଳ : ସହରରୁ ନୀଳ, ସବୁଜ ଡଷ୍ଟବିନ୍‌ ଉଭାନ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସିକୁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ବରୂପ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ହେଉଥିବା...

ବୈଷୟିକ ଜ୍ଞାନ କୌଶଳ ସହ ବିଜ୍ଞତାର ଉପଯୋଗ କର: ମନ୍ତ୍ରୀ

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ବିଜ୍ଞତା ରହିଛି। ଏବେ ବୈଷୟିକ ଜ୍ଞାନ କାୈଶଳ ଉନ୍ନତ ହୋଇଛି। ତେଣୁ ବୈଷୟିକ...

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

ସଚେତନ କରିବାକୁ ଆସି ଫସିଲେ: ବେଆଇନ ପାର୍କିଂ ଯୋଗୁ ୫ଶହ ଜରିମାନା ଦେଲେ ଅନନ୍ତ

ଭୁବନେଶ୍ୱର,୮।୯(ବ୍ୟୁରୋ): ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଧରପଗଡ଼ ଚାଲିଛି। ବିଶେଷକରି ରାଜଧାନୀରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କଠାରୁ...

Leave a comment

Your email address will not be published. Required fields are marked *