୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ମନା

ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡର ଏକ ବୈଠକରେ ଏହା ସ୍ଥିର କରାଯାଇଛି । ଏହାକୁ ଟ୍ରଷ୍ଟ ସଭାପତି ତଥା ଏଡିଏମ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ସେହିଭଳି ଲିଙ୍ଗରାଜ ମାର୍କେଟ କମ୍ପ୍ଳେକ୍ସ ଆବଣ୍ଟନ ଏବଂ ଏଥିରୁ ରାଜସ୍ବ ମନ୍ଦିର ପ୍ରଶାସନ କରିବାକୁ ପ୍ରସ୍ତାବ ସହ ଜବରଦଖଲ ଜମି ଉଦ୍ଧାର ପାଇଁ ପ୍ରସ୍ତାବ କରାଯାଇଥିଲା। ବୈଠକରେ ଏସିପି ଜୋନ ୨ ସୁବାସ ଚନ୍ଦ୍ର ପଣ୍ଡା, ଆଡଭୋକେଟ ମାନସ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।


All Right Reserved By Dharitri.Com

ରଥଖଳାରେ କୁନି କାରିଗର

ପୁରୀ ଅଫିସ,୩୦ା୫ – ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଅକ୍ଷୟ ତୃତୀୟା ଦିନ ରଥ କାମ ଅନୁକୂଳ ହୋଇଥିଲା। ତୁମ୍ବ...

ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ...

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ...

୧.୫୦ କୋଟି ବ୍ୟୟରେ ପିଲି ବନ୍ଧ ବିକାଶ ଯୋଜନା

ଛତ୍ରପୁର,୧୪ା୬(ଡି.ଏନ.ଏ.)- ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଗୁରୁବାର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ...

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ...

ଶ୍ରୀଲିଙ୍ଗରାଜଙ୍କ ଜବରଦଖଲ ଜମି ଉଚ୍ଛେଦ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର: ସିବିଆଇ ତଦନ୍ତ ଦାବି କଲା ଏକାମ୍ର ଜନଜାଗରଣ ମଞ୍ଚ

ପୁରୁଣା ଭୁବନେଶ୍ୱର, ୧୩। ୧୧ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏକର ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ଶହ ଶହ ଏକରରୁ ହାତଗଣତି କେବଳ ଠାକୁରଙ୍କ ନୀତିକାନ୍ତି...

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ...

ଜିଲା କଂଗ୍ରେସ ନେତାଙ୍କ ଉପରେ ଦୋଷ ଲଦିଲେ ଜର୍ଜ ତିର୍କୀ

ରାଉରକେଲା ଅଫିସ/ ଭୁବନେଶ୍ୱର(ବ୍ୟୁରୋ), ୬ା୬: ନିର୍ବାଚନରେ ପରାଜୟ ପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜର୍ଜ ତିର୍କୀ। ଏଥର କଂଗ୍ରେସ ଟିକେଟରେ ସୁନ୍ଦରଗଡ଼...

Leave a comment

Your email address will not be published. Required fields are marked *