୨୨ ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ଘୋଷଣା

ବାଲିଗୁଡା,୩୦ା୧୦(ଡି.ଏନ୍‌.ଏ.):ରାଜ୍ୟ ସରକାରଙ୍କ ଦ୍ବାରା ୨୨ ଜଣ କେକେବିଏନ୍‌ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ) କ୍ୟାଡର ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ମଙ୍ଗଳବାର ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ବାଲିଗୁଡା ଷ୍ଟେଟବ୍ୟାଙ୍କ ପାଚେରିରେ ମାଓବାଦୀ ବିରୋଧୀ ପୋଷ୍ଟର ସହ କେକେବିଏନ୍‌ ମାଓବାଦୀ ସଙ୍ଗଠନର ୨୨ କ୍ୟାଡର ମାଓବାଦୀଙ୍କ ଫଟୋ ସହ ପୁରସ୍କାର ରାଶି ଲେଖାଥିବା ପୋଷ୍ଟର ଲଗାଯାଇଛି। ମାଓବାଦୀ ଭଉଣୀଭାଇମାନଙ୍କୁ ହିଂସାର ମାର୍ଗ ଛାଡି ଆତ୍ମସମର୍ପଣ କରିବାକୁ ପୋଷ୍ଟରରେ ଅନୁରୋଧ କରାଯାଇଛି। ଏଥିସହିତ ଆତ୍ମସମର୍ପଣ କରିବାପରେ ସେମାନଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ମଧ୍ୟ ଉକ୍ତ ପୋଷ୍ଟର ମାଧ୍ୟମରେ ପ୍ରତିଶ୍ରୁତି ଦିଆଯାଇଛି। ଯୋଗାଯୋଗ ପାଇଁ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟରରେ ଟେଲିଫୋନ ନମ୍ବର ଲେଖା ଯାଇଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ...

ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ...

୩ୟ ନୂଆପଡା ପ୍ରିମିୟର ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ଖଡ଼ିଆଳ, ନୂଆପଡ଼ା ବିଜୟୀ

ନୂଆପଡା ଅଫିସ,୨୯ା୮: ସ୍ଥାନୀୟ ମିନିଷ୍ଟାଡିୟମରେ ନୂଆପଡା ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ ଖଡିଆଳ ଏବଂ...

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଖପୁରି

ପୁରୀ ଅଫିସ,୨୩ା୨: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ମଣିଷ ଖପୁରି। ଟାଉନ ହଲ୍‌ ପଟୁ ସାଇ ମନ୍ଦିର ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ...

୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍‌ନି ମିଟ୍‌ : ଯୋଗଦେବେ ୮ ହଜାରରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲଗାତର ୫ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ମଝିରେ...

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା,୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବରୀ ଅନ୍ତର୍ଗତ ତାଡପାଣି ଅଞ୍ଚଳରେ ମଙ୍ଗଳବାର ପାରିବାରିକ କଳହରୁ ମଞ୍ଜ ମୁଣ୍ଡା ନାମ୍ନୀ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା...

ଭାଷଣ ନୁହେଁ, ରାଶନ ଦେବାକୁ ଦାବି କଲେ ଦିନ ମଜୁରିଆ

ଭଦ୍ରକ ଅଫିସ,୨୨ା୪: ବୁଧବାର ଭଦ୍ରକ ସିଆଇଟିୟୁ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ କିଛି ଅଣସଂଗଠିତ ଶ୍ରମିକ, ରିକ୍ସା ଚାଳକ ଓ ଦିନ ମଜୁରିଆମାନେ ଭାଷଣ ନୁହେଁ,...

Leave a comment

Your email address will not be published. Required fields are marked *