ଜୁନ୍‌ରେ ମୋଦି-ଟ୍ରମ୍ପ ଭେଟ

ଓ୍ବାଶିଂଟନ,୨୬ା୫(ପି.ଟି.): ଜୁନ୍‌ରେ ଜି-୨୦ ସମିଟ୍‌ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଲାଗି ଉଭୟ ନେତା ରାଜି ହୋଇଛନ୍ତି। ଭାରତ-ଆମେରିକା ରଣନୀତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଟ୍ରମ୍ପ ଶୁକ୍ରବାର ଟେଲିଫୋନ ଯୋଗେ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜି-୨୦ ବୈଠକ ଅବସରରେ ଆମେରିକା, ଭାରତ ଓ ଜାପାନ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।


All Right Reserved By Dharitri.Com

ରାଫାଲ ପୂଜା: ରାଜନାଥଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ ସେନା

ଇସଲାମାବାଦ,୧୧।୧୦: ଭାରତକୁ ସର୍ବଦା ସମାଲୋଚନା କରୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମର୍ଥନରେ ଏକ ମନ୍ତବ୍ୟ ଦେଇଛି। ଫ୍ରାନ୍ସରେ ରାଫାଲ ବିମାନକୁ ଗ୍ରହଣ କରିବା ଅବସରରେ...

ଲଣ୍ଡନ ଗଲେ ନଓ୍ବାଜ

ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ...

ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ ଗ୍ରହର ମିଳିଲା ସନ୍ଧାନ

ମାଦ୍ରିଦ୍‌,୨୦।୬: ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ଟି ଗ୍ରହର ସନ୍ଧାନ ମିଳିଛି। ଦକ୍ଷିଣ ସ୍ପେନ୍‌ର ଅଲମେରିଆ ସ୍ଥିତ କେଲାର ମହାକାଶ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା...

ହଂକଂରେ ବିକ୍ଷୋଭ ବେଳେ ହିଂସା

ହଂକଂ,୧୦ା୬(ଏଏଫ୍‌ପି): ଚାଇନାର ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ହଂକଂରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଜନସାଧାରଣ ଭାଗ ନେଇ ଶୋଭାଯାତ୍ରାରେ ବାହାରିଥିବାବେଳେ...

ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ...

କଶ୍ମୀରରେ ପ୍ରସଙ୍ଗରେ ଏମିତି କଥା ଶୁଣି ଚିଡିଗଲେ ଟ୍ରମ୍ପ୍‌: ଇମ୍ରାନ ରହିଲେ ଚୁପ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ସାକ୍ଷାତ କରିଛନ୍ତି। ଆଲୋଚନାବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଟ୍ରମ୍ପ...

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା...

ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ...

Leave a comment

Your email address will not be published. Required fields are marked *