Posted inଜାତୀୟ

ଜାତୀୟ ଶିକ୍ଷାନୀତି ଚିଠା ଚୂଡ଼ାନ୍ତ

ନୂଆଦିଲ୍ଲୀ,୩୦ା୧୦: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହେବାର ପ୍ରାୟ ୫ ମାସ ପରେ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ ସାର୍ବଜନୀନ କରାଯାଇଛି। ୫୫ ପୃଷ୍ଠା ସମ୍ବଳିତ ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୧୯ର ଏହି ଚୂଡ଼ାନ୍ତ ଚିଠାକୁ ମେ-୨୦୧୯ ସଂସ୍କରଣ(୪୮୦ ପୃଷ୍ଠା) ପରିବର୍ତ୍ତେ ବ୍ୟବହାର କରାଯିବ। ଏଥିରେ କେତେକ ସଂସ୍ଥା, ନିୟନ୍ତ୍ରକ ଓ ସରକାରଙ୍କ ଶାଖା ପାଇଁ ଗାଇଡ୍‌ଲାଇନ୍‌ ରହିଛି। ଶିକ୍ଷା ଅଧିକାର (ଆର୍‌ଟିଇ) ଆଇନକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ଥିବା ପ୍ରସ୍ତାବକୁ ଏଥିରୁ ବାହାରେ ରଖାଯାଇଛି। ଏନେଇ ବିଚାର କରାଯିବ ବୋଲି ଏନ୍‌ଇପିରେ କୁହାଯାଇଛି। ସେହିପରି ପାଠ୍ୟକ୍ରମର ବୋଝ କମାଇବା ଓ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାନ ବୃଦ୍ଧି ଉପରେ ମଧ୍ୟ ନୂଆ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି।


All Right Reserved By Dharitri.Com

ପୁଣି ପ୍ରବଳ ବର୍ଷା ସମ୍ଭାବନା: ୫୨ ବିମାନର ଉଡ଼ାଣ ବାତିଲ

ମୁମ୍ବାଇ,୨।୭: ଖରା ତାତି ପରେ ଏବେ ମାୟାନଗରୀ ମୁମ୍ବାଇ ପ୍ରବଳ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୫ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁ...

ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ...

ଦେଶର ବିଭାଜନ ପାଇଁ ନେହେରୁ ନୁହେଁ ଜିନ୍ନା ଓ ସାବରକର ଦାୟୀ

ରାୟପୁର,୨୭।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଭାରତ ବିଭାଜନ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ଦେଶର ବିଭାଜନ ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

୯୦ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର

ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ...

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ

ଅମରାବତୀ,୧୭।୮: ଚଳିତ ବର୍ଷ ବନ୍ୟାରେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଆନ୍ଧ୍ର...

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ...

ମୃତଦେହ ଦାହ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍‌ କୋକେଇରୁ ଉଠିପଡି ପାଣି ମାଗିଲେ ଯୁବକ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅମିନାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷିତ ହୋଇଥିବା ଜଣେ ଯୁବକ କୋକେଇରୁ ଉଠିପଡି...

Leave a comment

Your email address will not be published. Required fields are marked *