ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ବଜେଟୀୟ ରାଜସ୍ବ ନିଅଣ୍ଟ ପରିମାଣ ପ୍ରାୟ ୨.୫% ଅର୍ଥାତ୍‌ ୪,୮୬,୫୦୦ କୋଟି ଟଙ୍କା ରହିଛି। ଏହି ଅବଧିରେ ରାଜ୍ୟଗୁଡ଼ିକର ବଜାର ଋଣ ପରିମାଣ ୪,୪୦,୭୦୦ କୋଟି ଟଙ୍କା ହୋଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ରାଜସ୍ବ ନିଅଣ୍ଟ ୫,୧୪,୩୦୦ କୋଟି ଓ ବଜାର ଋଣ ୩,୮୫,୦୦୦ କୋଟି ଟଙ୍କା ଥିଲା। ସେହିବର୍ଷ ବଜାର ଋଣ ପରିମାଣ ୭୫% ଥିଲା। ରିପୋର୍ଟ ଅନୁଯାୟୀ, ରାଜ୍ୟଗୁଡ଼ିକର ସଂଶୋଧିତ ବଜାର ଋଣ ୨୦୧୮-୧୯ରେ ୪,୭୮,୦୦୦ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଇଛି।


All Right Reserved By

ପିଏନ୍‌ବି ସହ ମିଶିପାରେ ୩ ବ୍ୟାଙ୍କ

ନୂଆଦିଲ୍ଲୀ,୨୨-୫: କେନ୍ଦ୍ର ସରକାର ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶାଇ ଏକ ବଡ଼ ବ୍ୟାଙ୍କ ଗଠନ କରିବା ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ...

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର...

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।...

ଭାରତୀୟ ସଡ଼କରେ ଦୌଡ଼ିପାରେ ଟେସ୍‌ଲା କାର୍‌

ନୂଆଦିଲ୍ଲୀ,୨୧-୫: ଭାରତରେ ଟେସ୍‌ଲା କାର୍‌ ଲଞ୍ଚକୁ ନେଇ ଦ୍ୱିଧାରେ ଥିବା ସିଇଓ ଏଲନ ମସ୍କଙ୍କ ମୁଣ୍ଡବ୍ୟଥା ହ୍ରାସ କରିଛି ଭାରତୀୟ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ। ଭାରତୀୟ...

ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି...

ନିଲାମ ହୋଇଛି ୨୨ ଲୁହାପଥର ଖଣି

ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍‌ ଖଣିଜ ସମ୍ପଦ...

ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ...

ମାନହାନୀ ମାମଲାରେ ରତନ ଟାଟାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩-୭: ବମ୍ବେ ହାଇକୋର୍ଟ ସୋମବାର ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା, ବର୍ତ୍ତମାନର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ ଏବଂ ଅନ୍ୟ ୮ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *