Posted inଜାତୀୟ

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ନ୍ୟାଶନାଲ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ଆଓ୍ବାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସେହି ସମୟରେ ସେଠାରେ ମୁତୟନ ଥିବା ଜଣେ ମହିଳା ସୁରକ୍ଷାକର୍ମୀ ଅଚେତ ହୋଇପଡ଼ିଥିଲେ। ଏନେଇ ସୂଚନା ମିଳିବା ପରେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ନିଜର ପ୍ରୋଟୋକଲ ଭାଙ୍ଗି ମଞ୍ଚ ତଳକୁ ଓହ୍ଲାଇ ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟ ଯୋଗୁ ତାଙ୍କୁ ପ୍ରଶଂସା କରାଯାଇଛି। ପ୍ରଥମ ଥର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସିଏସ୍‌ଆର ସ୍ତରରେ ଉଲ୍ଲେଖନୀୟ ଅବଦାନ ଥିବା କମ୍ପାନୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଦିଆଯାଇଥିଲା।


All Right Reserved By Dharitri.Com

ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍‌-ମିରାଜ୍‌

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍‌ ଏବଂ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

କର୍ନାଟକ ବନ୍ୟା ପରିସ୍ଥିତିକୁ ଅଣଦେଖା କରୁଛି କେନ୍ଦ୍ର: ସିଦ୍ଧରମେୟା

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା। ସେ ହକିଛନ୍ତି...

ଦୀପାବଳିରେ ଲକ୍ଷ୍ମୀଙ୍କୁ ଲାଗି କରନ୍ତୁ କ୍ଷୀରି

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ...

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର...

ଅଶୋକ ଧାମ ମନ୍ଦିରରେ ଦଳାଚକଟା

ପାଟନା,୧୨।୮: ଶ୍ରାବଣ ମାସର ଶେଷ ସୋମବାରରେ ବିହାର ଲକ୍ଷୀସରାୟ ଜିଲାରେ ଥିବା ଇନ୍ଦ୍ରଦମନେଶ୍ୱର ମହାଦେବ ଅଶୋକ ଧାମ ମନ୍ଦିରରେ ଏକ ଦୁର୍ଘଟଣା ଘଟିଛି। ସୋମବାର ମନ୍ଦିରରେ...

ପରଲୋକରେ ୯୯ ବର୍ଷ ବୟସ୍କା ଯୋଗ ପ୍ରଶିକ୍ଷିକା: କରିଥିଲେ ନିଜ ମୃତ୍ୟୁର ଭବିଷ୍ୟବାଣୀ

କୋୟମ୍ବାଟୁର,୨୭।୧୦: ଯୋଗ ଶିକ୍ଷା କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ଯୋଗ ପ୍ରଶିକ୍ଷିକା ପଦ୍ମଶ୍ରୀ ବି. ନାନମ୍ମଲ୍‌ଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି। ତାମିଲ୍‌ନାଡୁର କୋୟମ୍ବାଟୁରଠାରେ...

ଚିଦାମ୍ବରମଙ୍କ ଗିରଫ ଖୁସି ଖବର: ଇନ୍ଦ୍ରାଣୀ

ନୂଆଦିଲ୍ଲୀ,୨୯।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଥିବା ବେଳେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ।...

Leave a comment

Your email address will not be published. Required fields are marked *