କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ କମାର ଯୋଡା ଅଞ୍ଚଳର ରବି କେରାଇ। କମ୍ପାନୀ ପକ୍ଷରୁ ଦାବି କରାଯାଉଥିବା କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କା ଏବଂ ଏକ ମାସ ପରେ ଆଉ ୧ଲକ୍ଷ ଟଙ୍କା ଦିଆଯିବା ସହ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଅପରପକ୍ଷେ ରବିଙ୍କ ମୃତ୍ୟୁକୁ ସହଜରେ ପରିବାରଲୋକେ ଗ୍ରହଣ କରିପାରୁନାହାନ୍ତି। କାର୍ଯ୍ୟ ସମୟରେ ଶ୍ରମିକଙ୍କ ମୃତ୍ୟୁ ଘଟିଲେ କମ୍ପାନୀ ଅଥବା ଠିକାସଂସ୍ଥା ପକ୍ଷରୁ ପୋଲିସକୁ ଖବର ଦିଆଯିବାର ନିୟମ ଥିବା ବେଳେ ଏହା କରାଯାଇନାହିଁ। ଏପରିକି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ରବିଙ୍କ ସ୍ତ୍ରୀ ପ୍ୟାରି କହିଛନ୍ତି।

ସୂଚନାନୁଯାୟୀ, ଉକ୍ତ କାରଖାନାରେ ନିୟୋଜିତ ଥିବା ଏଲ୍‌.ଏନ୍‌.ଦାସ ଠିକା ସଂସ୍ଥାରେ ରବି ହେଲପର ଭାବେ କାର୍ଯ୍ୟ କରୁଥିଲେ। ତେବେ ଶନିବାର ସେ କାର୍ଯ୍ୟରତ ଥିବା ବେଳେ ଅପରାହ୍ନରେ କୌଣସି କାରଣରୁ ଗୁରୁତର ହୋଇପଡିଥିଲେ। ତାଙ୍କୁ କମ୍ପାନୀ ପକ୍ଷରୁ ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜାମସେଦପୁରସ୍ଥିତ ଟିଏମ୍‌ଏଚ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କମ୍ପାନୀ ଠିକାସଂସ୍ଥା ରବିଙ୍କ ମୃତଦେହକୁ କମାରଯୋଡାସ୍ଥିତ ତାଙ୍କ ଘରେ ଛାଡିଦେଇ ଚାଲିଯାଇଥିଲେ। ହେଲେ କମ୍ପାନୀ କିମ୍ବା ଠିକାସଂସ୍ଥା ପକ୍ଷରୁ ତାଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ପରିବାର ପ୍ରତିବାଦ କରିଥିଲା। ସେମାନେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଓ ଆର୍ଥିକ କ୍ଷତିପୂରଣ ରାଶି ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ମାତ୍ର ଠିକାସଂସ୍ଥା ପକ୍ଷରୁ ପ୍ରଥମେ ମନା କରାଯାଇଥିଲେ ହେଁ ଉକ୍ତ ପ୍ଲାଣ୍ଟ ଗେଟ୍‌ ସମ୍ମୁଖରେ ମୃତଦେହ ରଖି ଧାରଣା ଦିଆଯିବା ନେଇ କୁହାଯିବାପରେ ଠିକାସଂସ୍ଥା ପକ୍ଷରୁ ପରିବାରକୁ ଟଙ୍କା ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରବିଙ୍କ ପରିବାର ଗରିବ ଓ ଅଶିକ୍ଷିତ ହୋଇଥିବାରୁ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଉଚିତ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ଟାଟାଷ୍ଟିଲ କର୍ପୋରେଟ କମ୍ଯଯନିକେସନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯେହେତୁ ଶ୍ରମିକଙ୍କ ମୃତ୍ୟୁ ଜାମସେଦପୁର ଟିଏମ୍‌ଏଚ୍‌ ଡାକ୍ତରଖାନାରେ ହୋଇଛି, ତାଙ୍କ ମତ୍ୟୁର କାରଣ ସମ୍ପର୍କରେ ଟିଏମ୍‌ଏଚ୍‌ ଡାକ୍ତରଖାନା ସହିତ ଯୋଗାଯୋଗ କରି ତଥ୍ୟ ନେବା ପରେ ସେ ଏ ବାବଦରେ ସ୍ପଷ୍ଟୀକରଣ ଦେଇପାରିବେ।


All Right Reserved By Dharitri.Com

ଐତିହ୍ୟ ସୁରକ୍ଷା ବିପର୍ଯ୍ୟସ୍ତ: ବେଆଇନ ନିର୍ମାଣ ଅଭିଯୋଗ ପରେ ବିଭାଗ ନୀରବ

ପୁରୁଣା ଭୁବନେଶ୍ୱର,୨ା୧୧(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ଯେପରି ବାଧା ନ ଉପୁଜିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଅନେକ ନିୟମ ଓ...

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ,...

ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ...

ବିଦାୟ ନେଲେ ମା’

ଆରଡ଼ି, ୮ା୧୦( ଡି.ଏନ୍‌.ଏ.)- ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ସାନ ଓଳଗ ଓ ବଡ଼ ଓଳଗ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ମା’ ଦୁର୍ଗତି ନାଶିନୀଙ୍କୁ ବିଦାୟ...

କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର...

‘ବୁଲ୍‌ବୁଲ’ ପ୍ରଭାବ: ଗଛ ଉପୁଡ଼ି ଗୁହାଳ ଘର ଭାଙ୍ଗିଲା

ଭଣ୍ଡାରିପୋଖରୀ,୯।୧୧(ଡି.ଏନ୍‌.ଏ): ବାତ୍ୟା ‘ବୁଲବୁଲ’ର ପ୍ରଭାବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ଚନ୍ଦ୍ରମଣି ଖିଲାରଙ୍କ ଗୁହାଳ...

ଉଚ୍ଛେଦ ପ୍ରସଙ୍ଗ : ଜିଲାପାଳଙ୍କୁ ସାକ୍ଷାତ କଲେ ୧୫ ଜଣିଆ କମିଟି

ପୁରୀ ଅଫିସ,୪।୯: ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା...

Leave a comment

Your email address will not be published. Required fields are marked *