ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ ସମଗ୍ର ଦେଶରେ ମଙ୍ଗଳବାର ହର୍ସଉଲ୍ଲାସରେ ଭାଇ ଦୁଜ ପାଳନ କରାଯାଇଛି। ଇତିମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ୟନ ଭଉଣୀ କୃତ୍ତିକାଙ୍କ ସହ ଭାଇ ଦୁଜ ମନାଇଛନ୍ତି। ଆଉ ଏହାର କିଛି ଫଟୋକୁ କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ କାର୍ତ୍ତିକ ଭଉଣୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଅନ୍ୟଟିରେ କୃତ୍ତିକା ତାଙ୍କୁ ଚନ୍ଦନ ଲଗାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ମଜା କଥା ହେଲା କାର୍ତ୍ତିକଙ୍କ କ୍ୟାପସନ। ଫଟୋ ଶେୟାର କରି ସେ କୃତ୍ତିକାଙ୍କୁ ଭାଇ ଦୁଜର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋ ଭଉଣୀ ପାଖରେ ବିଶ୍ୱର ସବୁଠାରୁ ଭଲ ଭାଇ ଅଛି, ଏହା ମୁଁ କହୁନାହିଁ ବରଂ ମୋ ଭଉଣୀ କୁହେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ମାୟା ଲଗାଇବ ମାୟା ନଗରୀ

ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି।...

ଆମୀର କରିବେ ନୂଆ ରେକର୍ଡ: ଆଗାମୀ ଫିଲ୍ମ ପାଇଁ ଭାରତର ୧୦୦ ସ୍ଥାନରେ କରିବେ ଶୁଟିଂ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ମାର୍କେଟିଂ ଗୁରୁ କୁହାଯାଉଥିବା ଆମୀର ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍‌ଢ଼ା’ ର ପ୍ରଚାର ପାଇଁ...

ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା...

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର...

ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍‌ ଛାଡ଼ିପାରି ନ ଥିଲି

ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ...

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ...

Leave a comment

Your email address will not be published. Required fields are marked *