ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌ ହୋଇଥିବା ପ୍ରାଚୀନ ମୂର୍ତ୍ତି ଶନିବାର ମିଳିଛି। ଲୁଟେରାମାନେ ମୂର୍ତ୍ତି ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ ମଧ୍ୟ ନିଜ ପାଖରେ ବେଶିଦିନ ରଖିପାରି ନ ଥିଲେ। ସେମାନେ ପୁଣିଥରେ ଲୁଟ୍‌ ସାମଗ୍ରୀ ପୀଠରେ ରଖିଦେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୁଇ ମାସ ତଳେ ପୀଠରେ ପୂଜା ପାଉଥିବା ପିତଳ ନିର୍ମିତ ପ୍ରାଚୀନ ମୂର୍ତ୍ତି, ନାଗ, ଘଣ୍ଟ ଏବଂ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଥିଲା। ଏ ନେଇ ଉକ୍ତ ସମୟରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଶନିବାର ଆଶ୍ଚର୍ଯ୍ୟଜନକ ଭାବେ ମନ୍ଦିର ନିକଟରୁ ଚୋରି ସାମଗ୍ରୀ ଠାବ କରାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀ ମହାକାଳେଶ୍ୱରଙ୍କ ଅଲୌକିକ ମହିମା ଯୋଗୁ ଲୁଟେରାମାନେ ଚୋରି ସାମଗ୍ରୀ ଫେରାଇ ଦେଇଥିବା ସାମାଜିକ କର୍ମୀ ବିଷ୍ଣୁପ୍ରସାଦ ସାମଲ କହିଛନ୍ତି।


All Right Reserved By

ବ୍ୟାଙ୍କ ତଳେ ମଦଦୋକାନ

କାମାକ୍ଷାନଗର, ୧୨।୬(ଡି.ଏନ୍‌.ଏ.)-କୋଠା ଉପରେ ବ୍ୟାଙ୍କ। ଆଉ ଏହାର ଠିକ୍‌ ତଳେ ଖୋଲିଛି ସରକାରୀ ବିଦେଶୀ ମଦ ଦୋକାନ। ମଦ ପିଇ ମାତାଲ ହୋଇ ଗଡୁଛନ୍ତି ମଦ୍ୟପ।...

କାମାକ୍ଷାନଗର ଏନ୍‌ଏସି ହଟାଇଲା ଜବରଦଖଲ

କାମାକ୍ଷାନଗର, ୧୮।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିରେ ରାସ୍ତା ପାର୍ଶ୍ୱ ଡ୍ରେନ୍‌ ଉପରେ ଥିବା ଅସ୍ଥାୟୀ ଘରଗୁଡ଼ିକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି।  ଏନ୍‌ଏସିର ସୌନ୍ଦର୍ଯ୍ୟକରଣ ବଢ଼ାଇବା ଏବଂ...

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

ମଦଭାଟି ମ୍ୟାନେଜରଙ୍କଠାରୁ ଲୁଟ୍‌ ଘଟଣା : ୪ ଗିରଫ

ବଅଁରପାଳ,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ମହୀଧରପୁର ରାସ୍ତାର ଫୁଲୁପଡ଼ା ନିକଟରୁ ଗତ ଜୁନ୍‌ ୧୪ ତାରିଖରେ ଜଣେ ମଦଭାଟି ମ୍ୟାନେଜରଙ୍କ ଠାରୁ ସ୍କୁଟି...

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛେଣ୍ଡିପଦା,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

କଣିହାଁ, ୧୯।୪(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌  ବଜାର  ମେଡିକାଲ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କିଛିଦିନ ହେଲା କେହି ଦୁର୍ବୃତ୍ତ...

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ...

୪ର୍ଥ ରାଉଣ୍ଡ ଶେଷ: କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ଏଠାରେ ବିଜେଡି ଆଗୁଆ ରହିଛି। ବିଜେଡିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ୧୦୧୧୦...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *