Posted inଜାତୀୟ

୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଏବେ ଆଉ ୫୦-୫୦ ଅଙ୍କ ନୁହେଁ ୫ ବର୍ଷ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଦେବେନ୍ଦ୍ର ଫଡନବିସ ସମ୍ଭାଳିବେ ବୋଲି ଦାବି କରିଛନ୍ତି। ଏବେ ସେ କହିଛନ୍ତି ଏପର୍ଯ୍ୟନ୍ତ ୧୦ ସ୍ବାଧିନ ବିଧାୟକ ତାଙ୍କୁ ସହଯୋଗ କରିଛନ୍ତି। ଅନ୍ୟ ୫ ସ୍ବାଧିନ ବିଧାୟକ ମଧ୍ୟ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ତେଣୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ଅଢେଇ ବର୍ଷୀୟା ମୁଖ୍ୟମନ୍ତ୍ରୀର ଆବଶ୍ୟକତା ନାହିଁ। ଶିବସେନାକୁ ଟାର୍ଗେଟ କରି ଫଡନବିସ ଏହା କହିଛନ୍ତି। ତେବେ ଭାଜପା ଶିବସେନା ମେଣ୍ଟକୁ ନେଇ କିଏ ସରକାର ଗଠନ କରିବ ତାହା ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଷ୍ପତ୍ତି ନେବେ ବୋଲି ଫଡନବିସ ପ୍ରକାଶ କରିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ ପୂର୍ବରୁ କହିଥିଲେ ଭାଜପା ଶିବସେନା ବିନା ମହାରାଷ୍ଟ୍ରରେ ସରକାର ଗଢିବ। ସେ କହିଥିଲେ ଶିବସେନାର ୫୬ ବିଧାୟକଙ୍କ ମଧ୍ୟରୁ ୪୫ ଜଣ ଭାଜପା ସହ ସମ୍ପର୍କରେ ଅଛନ୍ତି। ତେଣୁ ସେମାନେ ଭାଜପାକୁ ସମର୍ଥନ କରିବେ। ଆଉ ଏହା ଯଦି ସତ ହୁଏ ତେବେ ଶିବସେନା ବିନା ଭାଜପା ସରକାର ଗଠନ କରିବ।


All Right Reserved By Dharitri.Com

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ...

ଓ୍ବାକଫ୍‌ ବୋର୍ଡ ସମ୍ପତ୍ତିର ଦୁରୁପଯୋଗ ଅଭିଯୋଗରେ ଏଏପି ବିଧାୟକଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୨୯।୧: ସବୁବେଳେ ବିବାଦରେ ଛନ୍ଦିହେଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ବିଧାୟକଙ୍କ ଏବେ ପୁଣି ଅଡ଼ୁଆ ବଢ଼ିଯାଇଛି। ଦିଲ୍ଲୀର ଆଣ୍ଟି କରପ୍ସନ ବ୍ୟୁରୋ(ଏସିବି) ଏଏପି ବିଧାୟକ...

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ...

ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ମାରି ଜେଲ୍‌ ଗଲେ ଶିକ୍ଷକ

ଝାବୁଆ,୧୭।୫: ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶର ଝାବୁଆ ଜିଲାର ଥାନ୍ଦଲା ଅଞ୍ଚଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଏକ...

ରାତାରାତି ବାଜି ଓଲଟ ପାଲଟରେ ଓସ୍ତାଦ ମୋଦି-ଶାହ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପ୍ରତିଦିନ ଟୁଇଷ୍ଟ ଦେଖିବାକୁ ମିଳୁଥିଲା। ହେଲେ ରାତାରାତି ସବୁକିଛି ହୋଇଗଲା ଓଲଟ ପାଲଟ। ନଭେମ୍ବର ୨୩ ସକାଳେ ଏମିତି...

ଗୋମାଂସ ପରିବେଷଣ ପାଇଁ ବାଧ୍ୟ କରୁଛି ଜୋମାଟୋ

କୋଲକାତା,୧୨ା୮: ଖାଦ୍ୟରେ ଗୋମାଂସ କିମ୍ବା ଘୁଷୁରି ମାଂସ ଥିଲେ ସେମାନେ ଯୋଗାଣ କରିବେ ନାହିଁ ବୋଲି କୋଲକାତାର ଜୋମାଟୋ କର୍ମଚାରୀମାନେ କହିବା ସହ ଅନିର୍ଦ୍ଦିଷ୍ଟ କାଳ...

ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩।୭: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଭାଜପାର କେତେଜଣ ଏମ୍‌ପି। ଏମାନେ ସଂସଦ ଭବନ ପରିସରରେ ଶନିବାର ଝାଡ଼ୁ ମାରୁଥିବା ଦେଖାଯାଇଛି। ଏଥିରେ...

ସିନ୍ଧିଆଙ୍କ କାର୍‌କୁ ଢେଲାମାଡ଼

ନୂଆଦିଲ୍ଲୀ, ୧୪।୩(ପି.ଟି.): କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ସହ ଶୁକ୍ରବାର ରାଜ୍ୟ ସଭା ଲାଗି ନାମାଙ୍କନପତ୍ର ଦାଖଲ କରିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍‌...

Leave a comment

Your email address will not be published. Required fields are marked *